ଅଭ୍ୟାସ ମ୍ୟାଚ୍‌: ନିରାଶ କଲେ ଓପ୍ନର, ଚମକିଲେ ବିହାରୀ ଓ ପୂଜାରା

ହାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ଏଠାରେ ଆରମ୍ଭ ହୋଇଥିବା ଅଭ୍ୟାସ ମ୍ୟାଚରେ ଫେଲ୍ ମାରିଛନ୍ତି। ତେବେ ଅଭିଜ୍ଞ ହନୁମା ବିହାରୀଙ୍କ ଶତକ ଓ ଚେତେଶ୍ୱର ପୂଜାରାଙ୍କ ୯୨ ରନ୍ ବଳରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚର ପ୍ରଥମ ଇନିଂସରେ ୨୬୩ ରନ୍ କରି ଅଲଆଉଟ୍ ହୋଇଛି। ଭାରତର ଇନିଂସ୍ ଶେଷ ହେବା ସହ ଦିବସର ଖେଳ ବନ୍ଦ ହୋଇଛି। ଭାରତର ତିନି ସ୍ପେଶାଲିଷ୍ଟ ଅଲରାଉଣ୍ଡର୍ ମୟଙ୍କ ଅଗ୍ରୱାଲ୍ […]

vihari

vihari

Ranjit Kumar Jena
  • Published: Friday, 14 February 2020
  • Updated: 14 February 2020, 04:22 PM IST

Sports

Latest News

ହାମିଲଟନ୍‌: ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ଟେଷ୍ଟ ସିରିଜ୍ ପୂର୍ବରୁ ଭାରତୀୟ ଓପନିଂ ବ୍ୟାଟ୍ସମ୍ୟାନ୍ ଏଠାରେ ଆରମ୍ଭ ହୋଇଥିବା ଅଭ୍ୟାସ ମ୍ୟାଚରେ ଫେଲ୍ ମାରିଛନ୍ତି। ତେବେ ଅଭିଜ୍ଞ ହନୁମା ବିହାରୀଙ୍କ ଶତକ ଓ ଚେତେଶ୍ୱର ପୂଜାରାଙ୍କ ୯୨ ରନ୍ ବଳରେ ଭାରତ ନ୍ୟୁଜିଲ୍ୟାଣ୍ଡ୍ ଏକାଦଶ ବିପକ୍ଷ ଅଭ୍ୟାସ ମ୍ୟାଚର ପ୍ରଥମ ଇନିଂସରେ ୨୬୩ ରନ୍ କରି ଅଲଆଉଟ୍ ହୋଇଛି। ଭାରତର ଇନିଂସ୍ ଶେଷ ହେବା ସହ ଦିବସର ଖେଳ ବନ୍ଦ ହୋଇଛି।

ଭାରତର ତିନି ସ୍ପେଶାଲିଷ୍ଟ ଅଲରାଉଣ୍ଡର୍ ମୟଙ୍କ ଅଗ୍ରୱାଲ୍ (୧), ପୃଥ୍ୱୀ ଶ' (୦) ଓ ଶୁବମାନ୍ ଗିଲ୍ (୦) ଫାଷ୍ଟ୍ ଓ ବାଉନ୍ସି ପିଚରେ ବିଫଳ ହୋଇଛନ୍ତି। କ୍ୟାପଟେନ୍ ବିରାଟ୍ କୋହଲି ଅଭ୍ୟାସ ମ୍ୟାଚ୍ ବଳରେ ନେଟରେ ସମୟ ବିତାଇଛନ୍ତି। ଭାରତ ପକ୍ଷରୁ ହନୁମା ବିହାରୀ ସର୍ବାଧିକ ୧୦୧ (୧୮୨ ବଲ୍‌, ୧୦ ଚୌକା, ୩ ଛକା) ରନ୍ କରି ରିଟାୟର୍ଡ ଆଉଟ୍ ହୋଇଥିବା ବେଳେ ପୂଜାରା ୯୩ (୨୧୧ ବଲ୍‌, ୧୧ ଚୌକା, ୧ ଛକା) ରନ୍ କରି ଶତକରୁ ବଞ୍ଚିତ ହୋଇଛନ୍ତି। ତେବେ ଦଳର ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ୨୦ରୁ ଅଧିକ ରନ୍ କରିପାରିନାହାନ୍ତି।

ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ପେସ୍ ବୋଲର ସ୍କଟ୍ କୁଗେଲାଇନ୍ ୪୦ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ ଏବଂ ଭାରତକୁ ଭଲ ଆରମ୍ଭ କରିବାକୁ ଦେଇନଥିଲେ। କୁଗେଲାଇନ୍ ଇନିଂସର ଚତୁର୍ଥ ବଲରେ ହିଁ ପୃଥ୍ୱୀ (୦)ଙ୍କୁ ଖାତା ଖୋଲିବା ପୂର୍ବରୁ ପ୍ୟାଭିଲିୟନ୍ ପଠାଇଥିଲେ। ଏହା ପରେ ସେ ଇନିଂସର ସପ୍ତମ ଓଭରର ପ୍ରତମ ବଲରେ ମୟଙ୍କ (୧) ଏବଂ ଦ୍ୱିତୀୟ ବଲରେ ଗିଲ୍ (୦)ଙ୍କୁ ଆଉଟ୍ କରି ଭାରତକୁ ସଙ୍କଟରେ ପକାଇଥିଲେ । ସେହି ସମୟରେ ଭାରତର ସ୍କୋର ୩ ୱିକେଟରେ ୫ ରନରେ ଥିଲା।

ଆଜିଙ୍କ୍ୟ ରାହାଣେ (୧୮) ଭଲ ଆରମ୍ଭ କରିଥିଲେ ହେଁ, ବଡ଼ ସ୍କୋର କରିପାରିନଥିଲେ। ଏହା ପରେ ପୂଜାରା ଓ ବିହାରୀ ପଞ୍ଚମ ୱିକେଟ୍ ପାଇଁ ୧୯୫ ରନର ଭାଗିଦାରୀ କରିଥିଲେ। କୁଗେଲାଇନ୍ ଓ ବ୍ଲେୟାର୍ ଟିକନରଙ୍କର ପ୍ରଥମ ସ୍ପେଲ୍ ପରେ ଭାରତୀୟ ବ୍ୟାଟ୍ସମ୍ୟାନ୍ ସହଜରେ ବ୍ୟାଟିଂ କରିପାରିଥିଲେ। ପୂଜାରା ଅନ୍ତିମ ସେସନରେ ଜେକ୍ ଗିବସନଙ୍କ ବଲରେ ଏକ୍ସଟ୍ରା କଭରରେ କ୍ୟାଚ୍ ଦେଇ ବସିଥିଲେ।

ୱିକେଟକିପର ବ୍ୟାଟ୍ସମ୍ୟାନ୍ ଋଷଭ ପନ୍ତ ୭ ରନ୍ କରି ଆଉଟ୍ ହୋଇଥିବା ବେଳେ ଅଭିଜ୍ଞ ଋଦ୍ଧିମାନ ସାହା ଏବଂ ରବିଚନ୍ଦ୍ରନ୍ ଅଶ୍ୱିନ୍ ଖାତା ଖୋଲିପାରିନଥିଲେ। ରବୀନ୍ଦ୍ର ଜାଡେଜା ଅନ୍ତିମ ୱିକେଟ୍ ଭାବେ ମାତ୍ର ୮ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ଜାଡେଜାଙ୍କ ଆଉଟ୍ ପରେ ଅମ୍ପାୟାର ଦିବସର ଖେଳ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ନ୍ୟୁଜିଲ୍ୟାଣ୍ଡ୍ ପକ୍ଷରୁ ସୋଢୀ ୩ଟି, ଗିବସନ୍ ୨ଟି ଓ ଜେମ୍ସ ନିଶାମ ଗୋଟିଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story