ଦେଓଧର ଟ୍ରଫି ପାଇଁ ଟିମ୍ ଘୋଷିତ

ନୂଆଦିଲ୍ଲୀ: ବିସିସିଆଇ ଦ୍ୱାରା ପରିଚାଳିତ ସମ୍ମାନଜନକ ଦେଓଧର ଟ୍ରଫି ପାଇଁ ଭାରତ-ଏ, ବି ଓ ସି ଦଳର ଘୋଷଣା କରାଯାଇଛି। ହନୁମା ବିହାରୀ, ପାର୍ଥିବ ପଟେଲ ଓ ଶୁବମାନ୍ ଗିଲ୍ ଯଥାକ୍ରମେ ଭାରତ-ଏ, ଭାରତ-ବି ଏବଂ ଭାରତ-ସି ଦଳର ନେତୃତ୍ୱ ନେବେ। ଏହି ଟୁର୍ଣ୍ଣାମେଣ୍ଟ ଚଳିତମାସ ୩୧ରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଞ୍ଚିରେ ଖେଳାଯିବ। ଭାରତ-ଏ ଦଳରେ ଅଭିଜ୍ଞ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍‌, ୱିକେଟକିପର ଇଶାନ୍ କିଶନ୍ ଓ ଜୟଦେବ ଉନାଦକତ୍ ସ୍ଥାନ ପାଇଛନ୍ତି। […]

gill

Ranjit Kumar Jena
  • Published: Thursday, 24 October 2019
  • , Updated: 24 October 2019, 09:27 PM IST

ନୂଆଦିଲ୍ଲୀ: ବିସିସିଆଇ ଦ୍ୱାରା ପରିଚାଳିତ ସମ୍ମାନଜନକ ଦେଓଧର ଟ୍ରଫି ପାଇଁ ଭାରତ-ଏ, ବି ଓ ସି ଦଳର ଘୋଷଣା କରାଯାଇଛି। ହନୁମା ବିହାରୀ, ପାର୍ଥିବ ପଟେଲ ଓ ଶୁବମାନ୍ ଗିଲ୍ ଯଥାକ୍ରମେ ଭାରତ-ଏ, ଭାରତ-ବି ଏବଂ ଭାରତ-ସି ଦଳର ନେତୃତ୍ୱ ନେବେ। ଏହି ଟୁର୍ଣ୍ଣାମେଣ୍ଟ ଚଳିତମାସ ୩୧ରୁ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ରାଞ୍ଚିରେ ଖେଳାଯିବ।

ଭାରତ-ଏ ଦଳରେ ଅଭିଜ୍ଞ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନ୍‌, ୱିକେଟକିପର ଇଶାନ୍ କିଶନ୍ ଓ ଜୟଦେବ ଉନାଦକତ୍ ସ୍ଥାନ ପାଇଛନ୍ତି। ସେହିପରି ଭାରତ-ବି' ଦଳରେ କେଦାର ଯାଦବ ଓ ବିଜୟ ଶଙ୍କରଙ୍କୁ ସାମିଲ୍ କରାଯାଇଛି। ଭାରତ-ସି ଦଳରେ ମୟଙ୍କ ଅଗ୍ରୱାଲ ଏବଂ ୱିକେଟକିପର ବ୍ୟାଟ୍ସମ୍ୟାନ୍ ଦିନେଶ କାର୍ତ୍ତିକଙ୍କୁ ଚୟନ କରାଯାଇଛି।

ସ୍କ୍ୱାଡ୍‌
ଭାରତ-ଏ: ହନୁମା ବିହାରୀ (କ୍ୟାପଟେନ), ଦେବଦତ୍ତ ପାଦିକଲ, ଅଭିମକ୍ୟୁ ଈଶ୍ୱରନ୍‌, ବିଷ୍ଣୁ ବିନୋଦ, ଅମନଦୀପ ଖାରେ, ଅଭିଷେକ ରମନ୍‌, ଇଶାନ୍ କିଶନ (ୱିକେଟକିପର), ଶାହାବାଜ ନଦୀମ, ରବି ବିଷ୍ଣୋଇ, ରବିଚନ୍ଦ୍ରନ୍ ଅଶ୍ୱିନ୍‌, ଜୟଦେବ ଉନାଦକତ୍‌, ସନ୍ଦୀପ ୱାରିୟର୍‌, ସିଦ୍ଧାର୍ଥ କୌଲ୍‌, ଭାର୍ଗବ ମେରାଇ।

ଭାରତ-ବି: ପାର୍ଥିବ ପଟେଲ୍ (କ୍ୟାପଟେନ୍ ଓ ୱିକେଟକିପର), ପ୍ରିୟାଙ୍କ ପାଞ୍ଚଲ, ଯଶସ୍ୱୀ ଜୈସୱାଲ, ବାବା ଅପରାଜିତ, କେଦାର ଯାଦବ, ଋତୁରାଜ ଗାଏକ୍ୱାଡ୍‌, ଶାହାବାଦ ନଦୀମ, ଅନୁକୂଲ ରୟ, କ୍ରିଷ୍ଣାପ୍ପା ଗୌତମ, ବିଜୟ ଶଙ୍କର, ମହମ୍ମଦ ସିରାଜ, ରୁଶ କାଲାର୍ରିଆ, ୟାରା ପୃଥ୍ୱୀରାଜ, ନୀତୀଶ ରାଣା।

ଭାରତ-ସି: ଶୁବମାନ ଗିଲ୍ (କ୍ୟାପଟେନ୍‌), ମୟଙ୍କ ଅଗ୍ରୱାଲ୍‌, ଅନମୋଲପ୍ରୀତ ସିଂହ, ସୂର୍ଯ୍ୟକୁମାର ଯାଦବ, ପ୍ରିୟମ ଗାର୍ଗ, ଦିନେଶ କାର୍ତ୍ତିକ (ୱିକେଟକିପର), ଅକ୍ଷର ପଟେଲ୍‌, ମୟଙ୍କ ମାର୍କଣ୍ଡେ, ଜଲଜ ସାକ୍ସେନା, ଆଭେଶ ଖାନ୍‌, ଧୱଲ୍ କୁଲକର୍ଣ୍ଣି, ଇଶାନ୍ ପୋରେଲ୍‌, ଡିଜି ପଠାନିଆ, ବିରାଟ୍ ସିଂହ।

Related story