ଆଉ ଜଣେ କ୍ରିକେଟର୍‌ ଅନୁଷ୍କାଙ୍କୁ ଦେଲେ ନୂଆ ନାଁ: ଭିଡ଼ିଓ ପୋଷ୍ଟ କରି ବାଦଶାହାଙ୍କୁ କଲେ ପ୍ରଶଂସା

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିରାଟ ଓ ଅନୁଷ୍କା ଡିସେମ୍ବର ୧୧ ତାରିଖରେ ଇଟାଲୀରେ ବିବାହ କରିବା ପରେ ଏପର୍ଯ୍ୟନ୍ତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବିବାହ ହେଉ କିମ୍ବା ରିସେପସନ୍ ଏହି ହାଇପ୍ରୋଫାଇଲ୍‌ ମ୍ୟାରେଜ୍‌କୁ ନେଇ ଦେଶରେ ଚର୍ଚ୍ଚ ଜୋର୍ ଧରିଛି। ବିବାହ ପରେ ମୁମ୍ବାଇର ଏକ ତାରକା ହୋଟେଲ୍‌ରେ ବିରୁଷ୍କା ତାଙ୍କ ଦ୍ୱିତୀୟ ରେସେପସନ୍‌ ପାର୍ଟିର ଆୟୋଜନ ଡେସେମ୍ବର ୨୬ ତାରିଖରେ କରିଥିଲେ। ଏହି ପାର୍ଟିକୁ ନେତା, ମନ୍ତ୍ରୀ, ବ୍ୟବସାୟୀ, ବଲିଉଡ୍ କଳାକାର ଓ ଖେଳାଳିଙ୍କ ଲାଇନ୍ […]

hqdefault

Ordigital Desk
  • Published: Tuesday, 02 January 2018
  • , Updated: 02 January 2018, 01:53 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ବିରାଟ ଓ ଅନୁଷ୍କା ଡିସେମ୍ବର ୧୧ ତାରିଖରେ ଇଟାଲୀରେ ବିବାହ କରିବା ପରେ ଏପର୍ଯ୍ୟନ୍ତ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ବିବାହ ହେଉ କିମ୍ବା ରିସେପସନ୍ ଏହି ହାଇପ୍ରୋଫାଇଲ୍‌ ମ୍ୟାରେଜ୍‌କୁ ନେଇ ଦେଶରେ ଚର୍ଚ୍ଚ ଜୋର୍ ଧରିଛି। ବିବାହ ପରେ ମୁମ୍ବାଇର ଏକ ତାରକା ହୋଟେଲ୍‌ରେ ବିରୁଷ୍କା ତାଙ୍କ ଦ୍ୱିତୀୟ ରେସେପସନ୍‌ ପାର୍ଟିର ଆୟୋଜନ ଡେସେମ୍ବର ୨୬ ତାରିଖରେ କରିଥିଲେ। ଏହି ପାର୍ଟିକୁ ନେତା, ମନ୍ତ୍ରୀ, ବ୍ୟବସାୟୀ, ବଲିଉଡ୍ କଳାକାର ଓ ଖେଳାଳିଙ୍କ ଲାଇନ୍ ଲାଗିଥିଲା।

ଏହି ହାଇପ୍ରୋଫାଇଲ୍‌ ମ୍ୟାରେଜ୍‌ ପରେ ବିରାଟ ଓ ଅନୁଷ୍କାଙ୍କୁ ସୋସିଆଲ ମିଡିଆରେ ନୂଆ ନୂଆ ନାଁ ମିଳୁଛି। ନିକଟରେ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍‌ ଯୁବରାଜ ଅନୁଷ୍କାଙ୍କୁ ରୋଜି ଭାବି କହିଥିଲେ। ଯାହାକୁ ନେଇ ସେତେବେଳେ ସୋସିଆଲ ମିଡ଼ିଆ ବେଶ ପ୍ରତିକ୍ରିୟାଶୀଳ ହୋଇପଡ଼ିଥିଲା। ହେଲେ ଏବେ ଆଉଜଣେ ଷ୍ଟାର କ୍ରିକେଟର୍‌ ଅନୁଷ୍କାଙ୍କୁ ଏକ ନୂଆ ନାଁ ଦେଇଛନ୍ତି। ଯୁବରାଜଙ୍କ ପରେ ସ୍ପିନ୍ ବୋଲର ହରଭଜନ ସିଂ ଅନୁଷ୍କାଙ୍କ ନାଁ ଚିକି ଦେଇଛନ୍ତି।

ଆପଣଙ୍କୁ ଜଣାଇଦେବାକୁ ଚାହୁଁଛୁ ବିରାଟଙ୍କୁ ଟିମ୍‌ ଇଣ୍ଡିଆର ଅନେକ ଖେଳାଳି ‘ଚିକୁ’ ଡାକିଥାନ୍ତି। ଯେହେତୁ ବିରାଟଙ୍କ ନାଁ ଚିକୁ ତେଣୁ ହରଭଜନ ସିଂ ଅନୁଷ୍କାଙ୍କୁ ଚିକି ନାଁରେ ସମ୍ବୋଧିତ କରିଛନ୍ତି।   

ଆପଣଙ୍କୁ ଜଣାଇ ଦେବାକୁ ଚାହୁଁଛୁ ବିରୁଷ୍କାଙ୍କ ରିସେପସନ୍‌ ପାର୍ଟିରେ ହରଭଜନ ସିଂ ବିରାଟ, ଅନୁଷ୍କା ଓ ଶାହାରୁଖ ଖାନଙ୍କ ସହ ଡ୍ୟାନ୍ସ କରୁଥିବାର ଦେଖିବାକୁ ମିଳିଥିଲା। ଏହି ଭିଡ଼ିଓକୁ ଏବେ ସୋସିଆଲ ମିଡିଆରେ ହରଭଜନ ପୋଷ୍ଟ କରିବା ସହ ଲେଖିଥିଲେ ଚିକୁ ଓ ଚିକିଙ୍କ ବିବାହରେ ଶାହାରୁଖ ଖାନ ସମସ୍ତଙ୍କୁ ନଚାଇଲେ ଏବଂ ତାଙ୍କ ଡ୍ୟାନ୍ସ, ପାର୍ଟିରେ ଉତ୍ସାହ ଭରିଦେଇଥିଲା। ଯେଉଁ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

https://youtu.be/sSrXiJ9u_k4?t=11

Related story