ହରଭଜନ ଓ ରାୟଡୁ ମୁହାଁମୁହିଁ

ପୁନେ: ଆଇପିଏଲ୍‌-୯ରେ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ଓ ରାଇଜିଂ ପୁନେ ସୁପରଜାଏଣ୍ଟସ୍‌ ମୁହାଁମୁହିଁ ହୋଇଥିଲେ। ମୁମ୍ବାଇ ୮ ୱିକେଟ୍‌ରେ ପୁନେକୁ ହରାଇଥିଲା। ତେବେ ମ୍ୟାଚ୍‌ ବେଳେ ଏକ ଘଟଣାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସକୁ ଲଜ୍ଜିତ ହେବାକୁ ପଡ଼ିଛି। ଦଳର ଦୁଇ ଖେଳାଳି ହରଭଜନ ସିଂ ଓ ଅମ୍ବାତି ରାୟଡୁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ରାୟଡୁଙ୍କ ପ୍ରତି ହରଭଜନ ଅପଶବ୍ଦ ବ୍ୟବହାର କରିଥିଲେ। ଘଟଣାଟି ଘଟିଥିଲା ପୁନେର ବ୍ୟାଟିଂ ପାଳିର ୧୧ତମ ଓଭରରେ। ବୋଲିଂ କରୁଥିଲେ ହରଭଜନ। […]

harbhajan-ambati

Rakesh Mallick
  • Published: Monday, 02 May 2016
  • , Updated: 02 May 2016, 12:28 PM IST

ପୁନେ: ଆଇପିଏଲ୍‌-୯ରେ ଗତକାଲି ମୁମ୍ବାଇ ଇଣ୍ଡିଆନ୍ସ ଓ ରାଇଜିଂ ପୁନେ ସୁପରଜାଏଣ୍ଟସ୍‌ ମୁହାଁମୁହିଁ ହୋଇଥିଲେ। ମୁମ୍ବାଇ ୮ ୱିକେଟ୍‌ରେ ପୁନେକୁ ହରାଇଥିଲା। ତେବେ ମ୍ୟାଚ୍‌ ବେଳେ ଏକ ଘଟଣାକୁ ନେଇ ମୁମ୍ବାଇ ଇଣ୍ଡିଆନ୍ସକୁ ଲଜ୍ଜିତ ହେବାକୁ ପଡ଼ିଛି। ଦଳର ଦୁଇ ଖେଳାଳି ହରଭଜନ ସିଂ ଓ ଅମ୍ବାତି ରାୟଡୁଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ରାୟଡୁଙ୍କ ପ୍ରତି ହରଭଜନ ଅପଶବ୍ଦ ବ୍ୟବହାର କରିଥିଲେ।

ଘଟଣାଟି ଘଟିଥିଲା ପୁନେର ବ୍ୟାଟିଂ ପାଳିର ୧୧ତମ ଓଭରରେ। ବୋଲିଂ କରୁଥିଲେ ହରଭଜନ। ପୁନେର ସୌରଭ ତିୱାରୀ ତାଙ୍କର ଏକ ବଲ୍‌କୁ ମାରିଥିଲେ ଓ ବଲ୍‌ଟିକୁ ଅମ୍ବାତି ରାୟଡୁ ଅଟକାଇବାରେ ଅସଫଳ ହୋଇଥିଲେ। ଅସନ୍ତୁଷ୍ଟ ହରଭଜନ ତାଙ୍କୁ ଅପଶବ୍ଦରେ ଗାଳି କରି ଥିଲେ। ଅମ୍ବାତି ମଧ୍ୟ ରାଗି ଯାଇ ତାଙ୍କ ସହିତ ଯୁକ୍ତିତର୍କ କରିବା ଆରମ୍ଭ କରି ଦେଇଥିଲେ। ତେବେ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯିବା ପୂର୍ବରୁ ଅନୁଭବୀ ହରଭଜନ ସ୍ଥିତିକୁ ସମ୍ଭାଳି ନେଇଥିଲେ। ଅବଶ୍ୟ ପରେ ହରଭଜନଙ୍କ ବଲ୍‌ରେ ପିଟର ହ୍ୟାଣ୍ଡସ୍‌କୋମ୍ବ ଆଉଟ୍ ହେବା ପରେ ଦୁହେଁ ମିଶି ଖୁସି ମନାଇଥିଲେ।

ମ୍ୟାଚ୍‌ ପରେ ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା କହିଥିଲେ, ମ୍ୟାଚ୍ ବେଳେ ଏମିତି ଥରେ ଥରେ ହୋଇଯାଏ। ଭଜି ଓ ରାୟଡୁ ଭଲ ବନ୍ଧୁ।

Related story