ବିଶ୍ୱକପ୍-୨୦୧୯: ପାଣ୍ଡ୍ୟାଙ୍କ ପ୍ରହାର, ୩୦୦ ଅତିକ୍ରମ ଟିମ୍ ଇଣ୍ଡିଆ ସ୍କୋର

ଲଣ୍ଡନ: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଶକ୍ତିର ଭରପୂର ଫାଇଦା ଉଠାଇ ଅଷ୍ଟ୍ରେଲିଆ ବୋଲରଙ୍କୁ ନିର୍ମମ ପିଟିଛନ୍ତି । ଭାରତ ଇନିଂସର ୩୭ତମ ଓଭରରେ ଓପ୍ନର ଶିଖର ଧୱନ୍ ଶତକ ମାରି ପ୍ୟାଭିଲିୟନ୍ ଫେରିଥିଲେ । ଧୱନଙ୍କ ଆଉଟ୍ ପରେ ବ୍ୟାଟିଂ କରିବାକୁ ଆସିଥିଲେ ହାର୍ଦ୍ଦିକ। ହାର୍ଦ୍ଦିକ ଆସିବା ମାତ୍ରକେ ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରିଥିଲେ । ପ୍ରଥମ ଦୁଇ-ତିନି ବଲ୍ ଚେକ୍ କରିବା ପରେ ପାଣ୍ଡ୍ୟା ବଡ଼ ଶଟ୍ ଖେଳିବା ଆରମ୍ଭ […]

pandya

Hemant Lenka
  • Published: Sunday, 09 June 2019
  • , Updated: 09 June 2019, 06:27 PM IST

ଲଣ୍ଡନ: ଟିମ୍ ଇଣ୍ଡିଆ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ନିଜ ଶକ୍ତିର ଭରପୂର ଫାଇଦା ଉଠାଇ ଅଷ୍ଟ୍ରେଲିଆ ବୋଲରଙ୍କୁ ନିର୍ମମ ପିଟିଛନ୍ତି । ଭାରତ ଇନିଂସର ୩୭ତମ ଓଭରରେ ଓପ୍ନର ଶିଖର ଧୱନ୍ ଶତକ ମାରି ପ୍ୟାଭିଲିୟନ୍ ଫେରିଥିଲେ । ଧୱନଙ୍କ ଆଉଟ୍ ପରେ ବ୍ୟାଟିଂ କରିବାକୁ ଆସିଥିଲେ ହାର୍ଦ୍ଦିକ।

ହାର୍ଦ୍ଦିକ ଆସିବା ମାତ୍ରକେ ନିଜର ଚିରାଚରିତ ଢ଼ଙ୍ଗରେ ବ୍ୟାଟିଂ କରିଥିଲେ । ପ୍ରଥମ ଦୁଇ-ତିନି ବଲ୍ ଚେକ୍ କରିବା ପରେ ପାଣ୍ଡ୍ୟା ବଡ଼ ଶଟ୍ ଖେଳିବା ଆରମ୍ଭ କରିଥିଲେ। ତାଙ୍କର ଏହି ଆକ୍ରମଣାତ୍ମକ ବ୍ୟାଟିଂ ଷ୍ଟାଡିୟମରେ ଉପସ୍ଥିତ ଭାରତୀୟ ପ୍ରଶଂସକଙ୍କ ମନୋରଞ୍ଜନ କରିଥିଲେ।

ବିରୋଧରେ ଅଷ୍ଟ୍ରେଲିଆ ଅଧିନାୟକ ଆରୋନ୍ ଫିଞ୍ଚ୍ ନିୟମିତ ବୋଲିଂ ପରିବର୍ତ୍ତନ କରିଥିଲେ ହେଁ, ଏହାର କୌଣସି ଫାଇଦା ମିଳିନଥିଲା। ପାଣ୍ଡ୍ୟାଙ୍କୁ କ୍ୟାପଟେନ୍ ବିରାଟ କୋହଲି ଭରପୂର ସହଯୋଗ କରିଥିଲେ। ପାଣ୍ଡ୍ୟା ୨୭ ବଲରେ ୪ ଚୌକା ଓ ୩ ଛକା ସହ ୪୮ ରନ୍ କରି ଆଉଟ୍ ହୋଇଥିବା ବେଳେ ବିରାଟ୍ ୭୧ ରନ କରି ବ୍ୟାଟିଂ କରୁଛନ୍ତି।

Related story