ହରମନପ୍ରୀତଙ୍କ ପାଇଁ ଖାସ୍ ହେବାକୁ ଯାଉଛି ବିଶ୍ୱକପ୍ ଫାଇନାଲ୍‌

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯିବା ପରେ ଭାରତୀୟ ଟିମକୁ ଆଇସିସି ଟି-୨୦ ମହିଳା ବିଶ୍ୱକପର ଫାଇନାଲ୍ ଟିକେଟ୍ ମିଳିଥିଲା। ଏହା ପରେ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫ ରନରେ ହରାଇ ଫାଇନାଲକୁ କ୍ୱାଲିଫାଏ କରିଥିଲା। ଉଭୟ ଦଳ ମଧ୍ୟରେ ଟାଇଟଲ୍ ଲଢ଼େଇ ୮ ତାରିଖରେ ମେଲବର୍ଣ୍ଣରେ ଖେଳାଯିବ। ତେବେ ଏହି ମ୍ୟାଚ୍ ଭାରତୀୟ ଦଳର କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ପାଇଁ ବହୁତ ଖାସ୍ ହେବାକୁ […]

kaur

kaur

Ranjit Kumar Jena
  • Published: Friday, 06 March 2020
  • Updated: 06 March 2020, 08:54 PM IST

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ସେମିଫାଇନାଲ୍ ମ୍ୟାଚ୍ ବର୍ଷା ଯୋଗୁ ଧୋଇ ହୋଇଯିବା ପରେ ଭାରତୀୟ ଟିମକୁ ଆଇସିସି ଟି-୨୦ ମହିଳା ବିଶ୍ୱକପର ଫାଇନାଲ୍ ଟିକେଟ୍ ମିଳିଥିଲା। ଏହା ପରେ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ ଦ୍ୱିତୀୟ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକାକୁ ୫ ରନରେ ହରାଇ ଫାଇନାଲକୁ କ୍ୱାଲିଫାଏ କରିଥିଲା। ଉଭୟ ଦଳ ମଧ୍ୟରେ ଟାଇଟଲ୍ ଲଢ଼େଇ ୮ ତାରିଖରେ ମେଲବର୍ଣ୍ଣରେ ଖେଳାଯିବ। ତେବେ ଏହି ମ୍ୟାଚ୍ ଭାରତୀୟ ଦଳର କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ପାଇଁ ବହୁତ ଖାସ୍ ହେବାକୁ ଯାଉଛି।

ପ୍ରଥମ: ଯେଉଁଦିନ ଫାଇନାଲ୍ ମ୍ୟାଚ୍ ଖେଳାଯିବ, ଅର୍ଥାତ୍ ମାର୍ଚ୍ଚ ୮ ତାରିଖରେ ଅନ୍ତର୍ଜାତୀୟ ମହିଳା ଦିବସ ପାଳନ ହେବ। ଯଦି ମହିଳା ଦିବସରେ ହରମନପ୍ରୀତ ଭାରତକୁ ଚାମ୍ପିୟନ୍ କରାନ୍ତି, ତାହେଲେ ଏହା ଦେଶର ମହିଳାଙ୍କ ପାଇଁ ଏକ ବଡ଼ ଉପହାର ହେବ।

ଦ୍ୱିତୀୟ: ସବୁଠାରୁ ବଡ଼ କଥା ହେଉଛି, ଏହି ଦିନ ଅର୍ଥାତ୍ ୮ ତାରିଖରେ ଟିମ୍ ଇଣ୍ଡିଆ କ୍ୟାପଟେନ୍ ହରମନପ୍ରୀତଙ୍କ ଜନ୍ମଦିନ ପଡ଼ୁଛି। ସେ ଏହଦିନ ୩୧ ବର୍ଷରେ ପଦାର୍ପଣ କରିବେ। ନିଜ ଜନ୍ମଦିନରେ ସେ ଭାରତକୁ ଟାଇଟଲ୍ ଜିତାଇବାକୁ ପ୍ରୟାସ କରିବେ।

ତୃତୀୟ: ହରମନପ୍ରୀତ ନିଜର ଜନ୍ମିଦନରେ ଯଦି ଭାରତକୁ ବିଜେତା କରାନ୍ତି, ତାହେଲେ ଆଇସିସିର ଟୁର୍ଣ୍ଣାମେଣ୍ଟର କୌଣସି ଫାଇନାଲରେ କ୍ୟାପଟେନ୍ସି କରିବାରେ ସେ ବିଶ୍ୱର ପ୍ରଥମ ମହିଳା ହେବେ। ତାଙ୍କ ପୂର୍ବରୁ କୌଣସି ମହିଳା କିମ୍ବା ପୁରୁଷ ଟିମର କ୍ୟାପଟେନଙ୍କୁ ଏଭଳି ସୌଭାଗ୍ୟ ଲାଭ ହୋଇନାହିଁ।

ଟି-୨୦ ବିଶ୍ୱକପ୍ ଫାଇନାଲ୍ (ଉଭୟ ପୁରୁଷ ଓ ମହିଳା)ରେ ପହଞ୍ଚିବାରେ ଓଭରଅଲ୍ ଏହା ଦ୍ୱିତୀୟ ଭାରତୀୟ ଟିମ୍। ଏହା ପୂର୍ବରୁ ମହେନ୍ଦ୍ର ସିଂ ଧୋନିଙ୍କ ନେତୃତ୍ୱରେ ଭାରତ ୨୦୦୭ରେ ହିଁ କେବଳ ଫାଇନାଲକୁ କ୍ୱାଲିଫାଏ କରିଥିଲା ଏବଂ ଟାଇଟଲ୍ ମଧ୍ୟ ଜିତିଥିଲା। ଧୋନିଙ୍କ ଏହି କାରନାମାକୁ ଦୋହରାଇବା ପାଇଁ ହରମନପ୍ରୀତଙ୍କ ପାଖରେ ଭଲ ସୁଯୋଗ ରହିଛି।
ସୂଚନାଯୋଗ୍ୟ, ସେମିଫାଇନାଲ୍ ପାଇଁ ରିଜର୍ଭ ଡେ' ରଖାଯାଇ ନଥିଲା, ଯେଉଁ କାରଣରୁ ଭାରତ ବିନା ମ୍ୟାଚ୍ ଖେଳି ପ୍ରଥମଥର ଲାଗି ବିଶ୍ୱକପ୍ ଫାଇନାଲରେ ସ୍ଥାନ ପକ୍କା କରିଥିଲା। ବର୍ଷା ଯୋଗୁ ଭାରତ ଓ ଇଂଲଣ୍ଡ ମଧ୍ୟରେ ଖେଳାଯିବାକୁଥିବା ସେମିଫାଇନାଲ୍ ମ୍ୟାଚରେ ଟସ୍ ସୁଦ୍ଧା ପଡ଼ିପାରିନଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story