‘ହକିରେ ପାକିସ୍ତାନର ସ୍ଥିତିକୁ ଦେଖି ଲାଗୁଛି କ୍ରିକେଟ୍ ଖେଳିଲେ ଭଲ’

ନୂଆଦିଲ୍ଲୀ: ଏକଦା ହକିରେ ପାକିସ୍ତାନ ଏକ ବଢ଼ିଆ ଦଳ ଥିଲା। କିନ୍ତୁ ଏବେ ଦଳ ସ୍ଥିତି ଜାହିର କରିବା ପାଇଁ ସଂଘର୍ଷ କରୁଛି। ପାକିସ୍ତାନର ଏଭଳି ସ୍ଥିତିକୁ ଭଲ ଭାବେ ଅନୁଭବ କରିଛନ୍ତି ଦଳର ପୂର୍ବତନ ଅଧିନାୟକ ହସନ ସରଦାର । ସେ କହିଛନ୍ତି, ହକିରେ ପାକିସ୍ତାନର ବର୍ତ୍ତମାନ ସ୍ଥିତିକୁ ଦେଖି ଲାଗୁଛି କ୍ରିକେଟ୍ ଖେଳିଲେ ଭଲ। ସରଦାର ଏକ ନ୍ୟୁଜ୍ ଏଜେନ୍ସୀକୁ ସାକ୍ଷାତକାର ଦେଇ କହିଛନ୍ତି,“ପାକିସ୍ତାନରେ ଏବେ ଆଉ ହକିର ସଂସ୍କୃତି ନାହିଁ। ଲୋକେ କ୍ରିକେଟ୍‌କୁ […]

hassan

hassan

Jitendra Garnayak
  • Published: Wednesday, 05 December 2018
  • Updated: 05 December 2018, 02:30 PM IST

Sports

Latest News

ନୂଆଦିଲ୍ଲୀ: ଏକଦା ହକିରେ ପାକିସ୍ତାନ ଏକ ବଢ଼ିଆ ଦଳ ଥିଲା। କିନ୍ତୁ ଏବେ ଦଳ ସ୍ଥିତି ଜାହିର କରିବା ପାଇଁ ସଂଘର୍ଷ କରୁଛି। ପାକିସ୍ତାନର ଏଭଳି ସ୍ଥିତିକୁ ଭଲ ଭାବେ ଅନୁଭବ କରିଛନ୍ତି ଦଳର ପୂର୍ବତନ ଅଧିନାୟକ ହସନ ସରଦାର । ସେ କହିଛନ୍ତି, ହକିରେ ପାକିସ୍ତାନର ବର୍ତ୍ତମାନ ସ୍ଥିତିକୁ ଦେଖି ଲାଗୁଛି କ୍ରିକେଟ୍ ଖେଳିଲେ ଭଲ।

ସରଦାର ଏକ ନ୍ୟୁଜ୍ ଏଜେନ୍ସୀକୁ ସାକ୍ଷାତକାର ଦେଇ କହିଛନ୍ତି,“ପାକିସ୍ତାନରେ ଏବେ ଆଉ ହକିର ସଂସ୍କୃତି ନାହିଁ। ଲୋକେ କ୍ରିକେଟ୍‌କୁ ଅଧିକ ପସନ୍ଦ କରୁଛନ୍ତି। ଯଦି ଏବେ ମୁଁ ଛୋଟ ଛୁଆ ହୋଇଥା’ନ୍ତି ଓ ମତେ ହକି ଭଲ ଲାଗୁ ଥାଆନ୍ତା, ତା’ହେଲେ ବି କ୍ରିକେଟ୍ ଖେଳିବାକୁ ପସନ୍ଦ କରି ଥାଆନ୍ତି।”

ସେ କହିଛନ୍ତି,“ବହୁତ ବର୍ଷ ହୋଇଗଲାଣି ପାକିସ୍ତାନ ହକି ଟିମ୍‌ କୌଣସି ମହାନ୍ ଖେଳାଳିଙ୍କୁ ସୃଷ୍ଟି କରିପାରିନି, ଯାହାଙ୍କୁ ଅନ୍ୟମାନେ ଅନୁସରଣ କରିପାରିବେ।”
ତିନି ଥର ଅଲିମ୍ପିକ୍ସ ଓ ଚାରି ଥର ବିଶ୍ୱକପ୍ ଜିତିଥିବା ପାକିସ୍ତାନ ହକି ଟିମ୍‌ର ଦୟନୀୟ ଅବସ୍ଥା ପାଇଁ ସରଦାର ପାକିସ୍ତାନ ହକି ମହାସଂଘକୁ ଦାୟୀ କରିଛନ୍ତି।

କ୍ରିକେଟ୍‌ର ବର୍ଦ୍ଧିତ ଲୋକପ୍ରିୟତା ସହିତ ପାକିସ୍ତାନ ହକି ମହାସଂଘର ଅଣ ପେସାଦାର ମନୋଭାବ ଯୋଗୁ ତାଙ୍କ ଦେଶରେ ହକିର ଅବସ୍ଥା ଦୟନୀୟ ହୋଇଛି ବୋଲି ସେ କହିଛନ୍ତି।

ପାକିସ୍ତାନ ହକି ଟିମ୍ ଏବେ ବିଶ୍ୱକପ୍ ଖେଳିବାକୁ ଭୁବନେଶ୍ୱର ଆସିଛି। ସରଦାର ଏହି ଟିମ୍‌ର ମ୍ୟାନେଜର ଅଛନ୍ତି।

ପାକିସ୍ତାନ ୧୯୭୧,୧୯୭୮, ୧୯୮୨ ଓ ୧୯୯୪ରେ ହକି ବିଶ୍ୱକପ୍ ଜିତିଥିଲା। ୧୯୮୨ର ବିଶ୍ୱବିଜୟୀ ଟିମ୍‌ରେ ସରଦାର ଥିଲେ।

ସେହିଭଳି ପାକିସ୍ତାନ ୧୯୬୦, ୧୯୬୮ ଓ ୧୯୮୪ରେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତିଥିଲା। ୧୯୮୪ର ଅଲିମ୍ପିକ୍ସ ସ୍ୱର୍ଣ୍ଣ ପଦକ ବିଜେତା ଟିମ୍‌ରେ ବି ସରଦାର ଥିଲେ।

ସୌଜନ୍ୟ- ଆଜ୍‌ତକ୍‌

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos