ମେ’ ୧ ଆଇପିଏଲ୍‌ ମ୍ୟାଚ୍‌ ପୁଣେରେ କରିବାକୁ ହାଇକୋର୍ଟଙ୍କ ଅନୁମତି

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଓ ରାଇଜିଂ ପୁଣେ ସୁପରଜିଏଣ୍ଟ ମଧ୍ୟରେ ମେ’ ୧ରେ ପୁଣେରେ ମ୍ୟାଚ୍‌ ଅନୁଷ୍ଠିତ କରିବାକୁ ବିସିସିଆଇକୁ ବୁଧବାର ବମ୍ବେ ହାଇକୋର୍ଟ ଅନୁମତି ଦେଇଛନ୍ତି। ମହାରାଷ୍ଟ୍ରରେ ଭୟଙ୍କର ମରୁଡ଼ି କାରଣରୁ ଏପ୍ରିଲ୍‌ ୩୦ପରେ ହେବାକୁ ଥିବା ସବୁ ମ୍ୟାଚ୍‌ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗତ ସପ୍ତାହରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଆଜି ଭିଏମ୍‌ କାନାଡେ ଓ ଏମ୍‌ଏସ୍‌ କାର୍ଣ୍ଣିକଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁମ୍ବାଇ ଓ ପୁଣେ ମ୍ୟାଚ୍‌ ଲାଗି ଅନୁମତି ଦେଇଛନ୍ତି। ବିସିସିଆଇ […]

IPL_logo

Rakesh Mallick
  • Published: Wednesday, 20 April 2016
  • , Updated: 20 April 2016, 12:40 PM IST

ମୁମ୍ବାଇ: ମୁମ୍ବାଇ ଇଣ୍ଡିଆନ୍ସ ଓ ରାଇଜିଂ ପୁଣେ ସୁପରଜିଏଣ୍ଟ ମଧ୍ୟରେ ମେ’ ୧ରେ ପୁଣେରେ ମ୍ୟାଚ୍‌ ଅନୁଷ୍ଠିତ କରିବାକୁ ବିସିସିଆଇକୁ ବୁଧବାର ବମ୍ବେ ହାଇକୋର୍ଟ ଅନୁମତି ଦେଇଛନ୍ତି। ମହାରାଷ୍ଟ୍ରରେ ଭୟଙ୍କର ମରୁଡ଼ି କାରଣରୁ ଏପ୍ରିଲ୍‌ ୩୦ପରେ ହେବାକୁ ଥିବା ସବୁ ମ୍ୟାଚ୍‌ ଅନ୍ୟତ୍ର ସ୍ଥାନାନ୍ତର କରିବାକୁ ଗତ ସପ୍ତାହରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଆଜି ଭିଏମ୍‌ କାନାଡେ ଓ ଏମ୍‌ଏସ୍‌ କାର୍ଣ୍ଣିକଙ୍କୁ ନେଇ ଗଠିତ ଖଣ୍ଡପୀଠ ମୁମ୍ବାଇ ଓ ପୁଣେ ମ୍ୟାଚ୍‌ ଲାଗି ଅନୁମତି ଦେଇଛନ୍ତି। ବିସିସିଆଇ ପକ୍ଷରୁ ମ୍ୟାଚ୍‌ କରେଇବା ନେଇ ଏକ ଅବେଦନର ଶୁଣାଣି କରି ଏହି ଖଣ୍ଡପୀଠ ଏହି ରାୟ ଶୁଣାଇଛନ୍ତି। ଏହି ମ୍ୟାଚ୍‌ ସ୍ଥାନାନ୍ତରଣ ନେଇ ସମସ୍ୟା ଥିବାରୁ ବିବିସିଆଇର ସାଧାରଣ ପରିଚାଳକ (ଗେମ୍ସ ଡେଭଲପ୍‌ମେଣ୍ଟ) ବମ୍ବେ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

Related story