ଜାତୀୟ ସଙ୍ଗୀତକୁ ଅପମାନ କରୁଥିବା ଲୋକଙ୍କ ଉପରେ ବର୍ଷିଲେ ଏହି ଷ୍ଟାର

  ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ବେଳେ ଛିଡ଼ା ହେବା ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସୁପ୍ରିମକୋର୍ଟ ବାଧ୍ୟତାମୂଳକ ପରିସରରୁ ବାହାର କରିବା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ସୁଟର୍‌ ହିନା ସିଦ୍ଧୁ। ଜାତୀୟ ସଙ୍ଗୀତ ବେଳେ ସିନେମା ହଲରେ ଛିଡ଼ା ହେବା ପରିବର୍ତ୍ତେ ଫୋନରେ କଥା ହେବା, ପପକନ୍‌ ଖାଇବା ଏବଂ ସେଲଫି ନେବା ଭଳି କାମରେ ଲିପ୍ତ ରହିଥାନ୍ତି ଲୋକେ। ଯାହାକୁ ନାପସନ୍ଦ କରିଛନ୍ତି ହିନା। ନିଜ ମନ୍ତବ୍ୟକୁ […]

NBT-image

NBT-image

Rakesh Mallick
  • Published: Saturday, 25 November 2017
  • Updated: 25 November 2017, 04:31 PM IST

Sports

Latest News

 

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ସିନେମା ହଲ୍‌ରେ ଜାତୀୟ ସଙ୍ଗୀତ ବେଳେ ଛିଡ଼ା ହେବା ପ୍ରସଙ୍ଗକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା। ସୁପ୍ରିମକୋର୍ଟ ବାଧ୍ୟତାମୂଳକ ପରିସରରୁ ବାହାର କରିବା ପରେ ଏହାକୁ ନେଇ ଆପତ୍ତି ଉଠାଇଛନ୍ତି ସୁଟର୍‌ ହିନା ସିଦ୍ଧୁ। ଜାତୀୟ ସଙ୍ଗୀତ ବେଳେ ସିନେମା ହଲରେ ଛିଡ଼ା ହେବା ପରିବର୍ତ୍ତେ ଫୋନରେ କଥା ହେବା, ପପକନ୍‌ ଖାଇବା ଏବଂ ସେଲଫି ନେବା ଭଳି କାମରେ ଲିପ୍ତ ରହିଥାନ୍ତି ଲୋକେ। ଯାହାକୁ ନାପସନ୍ଦ କରିଛନ୍ତି ହିନା। ନିଜ ମନ୍ତବ୍ୟକୁ ଟ୍ୱିଟ୍ କରି କହିଛନ୍ତି ହିନା। ଏହାସହ ନିଜେ ଜଣେ ଖେଳାଳି ତେଣୁ ସେ କେବେ ବି ଏପରି କରିପାରିବେ ନାହିଁ ବୋଲି କହିଛନ୍ତି। କିଛି ଦିନ ପୂର୍ବେ ଜାମ୍ମୁ ଓ କାଶ୍ମୀରର ଦୁଇ ଯୁବକ ସିନେମା ହଲରେ ଜାତୀୟ ସଙ୍ଗୀତ ବେଳେ ସେଲଫି ନେଇଥିଲେ। ଯାହା ପରିଣାମ ସୂରୁପ ଉଭୟଙ୍କ ବିରୋଧରେ ରୁଜୁ ହୋଇଥିଲା ମାମଲା। ତେବେ ହିନାଙ୍କ ଟ୍ୱିଟ୍ ପରେ ଏହାକୁ ନେଇ ପୁଣି ଥରେ ଚର୍ଚ୍ଚା ହୋଇଛି ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos