ହିରୋ ଆଇଏସ୍‌ଏଲ୍‌-୩ : ୫ ଖେଳାଳିଙ୍କ ସହ ଚୁକ୍ତି କଲା ନର୍ଥଇଷ୍ଟ ୟୁନାଇଟେଡ୍‌

ନୂଆଦିଲ୍ଲୀ: ହିରୋ ଆଇଏସ୍‌ଏଲ୍‌-୩ରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଫୁଟ୍‌ବଲ୍‌ କ୍ଲବ୍‌ ପକ୍ଷରୁ ୫ ଖେଳାଳିଙ୍କୁ ଚୁକ୍ତିଭୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଗୋଲ୍‌କିପର ସୁବ୍ରତ ପାଲ୍‌। ୨୦୦୭ରୁ ପାଲ୍‌ ୬୦ରୁ ଅଧିକ ଆର୍ନ୍ତଜାତୀୟ ମ୍ୟାଚ୍‌ ଖେଳି ସାରିଛନ୍ତି। ନର୍ଥଇଷ୍ଟ ୟୁନାଇଟେଡ୍‌ ସହ ଚୁକ୍ତିଭୁକ୍ତ ହୋଇଥିବା ଅନ୍ୟ ଖେଳାଳିମାନେ ହେଲେ ନିର୍ମଳ ଛେତ୍ରୀ, ରାଓଲିନ୍‌ ବୋରଗାସ, ସୌଭିକ୍‌ ଘୋଷ ଓ ସୁମିତତ ପାଶି। ଗୌହାଟିର ଏହି ଦଳ ନିକଟରେ ମୁଖ୍ୟକୋଚ୍‌ ଭାବେ ବ୍ରାଜିଲ୍‌ର ସାର୍ଜିଓ ଫାରିଆସ୍‌ଙ୍କୁ ନିଯୁକ୍ତି ଦେଇଛି। ଏନେଇ […]

football

Rakesh Mallick
  • Published: Wednesday, 25 May 2016
  • , Updated: 25 May 2016, 05:30 PM IST

ନୂଆଦିଲ୍ଲୀ: ହିରୋ ଆଇଏସ୍‌ଏଲ୍‌-୩ରେ ନର୍ଥଇଷ୍ଟ ୟୁନାଇଟେଡ୍‌ ଫୁଟ୍‌ବଲ୍‌ କ୍ଲବ୍‌ ପକ୍ଷରୁ ୫ ଖେଳାଳିଙ୍କୁ ଚୁକ୍ତିଭୁକ୍ତ କରାଯାଇଛି। ସେମାନଙ୍କ ମଧ୍ୟରେ ଅଛନ୍ତି ଗୋଲ୍‌କିପର ସୁବ୍ରତ ପାଲ୍‌।

୨୦୦୭ରୁ ପାଲ୍‌ ୬୦ରୁ ଅଧିକ ଆର୍ନ୍ତଜାତୀୟ ମ୍ୟାଚ୍‌ ଖେଳି ସାରିଛନ୍ତି। ନର୍ଥଇଷ୍ଟ ୟୁନାଇଟେଡ୍‌ ସହ ଚୁକ୍ତିଭୁକ୍ତ ହୋଇଥିବା ଅନ୍ୟ ଖେଳାଳିମାନେ ହେଲେ ନିର୍ମଳ ଛେତ୍ରୀ, ରାଓଲିନ୍‌ ବୋରଗାସ, ସୌଭିକ୍‌ ଘୋଷ ଓ ସୁମିତତ ପାଶି।

ଗୌହାଟିର ଏହି ଦଳ ନିକଟରେ ମୁଖ୍ୟକୋଚ୍‌ ଭାବେ ବ୍ରାଜିଲ୍‌ର ସାର୍ଜିଓ ଫାରିଆସ୍‌ଙ୍କୁ ନିଯୁକ୍ତି ଦେଇଛି।

ଏନେଇ ଦଳର ଫ୍ରାଞ୍ଚାଇଜି ଜନ୍‌ ଆବ୍ରାହମ କହିଛନ୍ତି, “ନର୍ଥଇଷ୍ଟ ୟୁନାଇଟେଡ୍‌ ସହ ଏହି ଫୁଟବଲ ଟ୍ୟାଲେଣ୍ଟ ଯୋଡି ହୋଇଥିବାରୁ ମୁଁ ସେମାନଙ୍କୁ ହୃଦୟରୁ ସ୍ୱାଗତ କରୁଛି। ଏହି ଖେଳାଳିଙ୍କ ଦେହରେ ଫୁଟବଲ ଖେଳିବାର ରକ୍ତ ବହୁଛି। ମୁଁ ଆଶା କରୁଛି ଏହିମାନେ ଦଳକୁ ନିଶ୍ଚିତ ଶୀର୍ଷକୁ ନେବେ।”

Related story