ଟେଷ୍ଟ ମ୍ୟାଚ୍‌ରେ ଗୋଟିଏ ଓଭରରେ ସବୁଠୁ ଅଧିକ ଛକ୍କା କିଏ ମାରିଛନ୍ତି?

ନୂଆଦିଲ୍ଲୀ: କ୍ରିକେଟର ଏନ୍ତୁଡ଼ିଶାଳ ହେଉଛି ଇଂଲଣ୍ଡ। କିନ୍ତୁ ଏହାର ମହକ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଛି। ସମୟ ଓ ପରିସ୍ଥିତିକୁ ଦେଖି କ୍ରିକେଟ୍‌ ଖେଳର ଶୈଳୀ ଓ ନିୟମରେ ପରିବର୍ତ୍ତନ କରାଯାଉଛି। ଚାହିଦାକୁ ଦେଖି ଟେଷ୍ଟ ମ୍ୟାଚ୍‌କୁ ରାତିରେ କରିବା ପାଇଁ ଯୋଜନା କରାଯାଉଛି। ଏହା କେତେ ଦୂର ସଫଳ ହେବ, ତାହା ସମୟ କହିବ। ତେବେ ଟେଷ୍ଟ୍ ମ୍ୟାଚ୍‌କୁ ଆହୁରି ଲୋକପ୍ରିୟ କରିବା ପାଇଁ ଆଇସିସି ପକ୍ଷରୁ ପ୍ରୟାସ ଜାରି ରହିଛି। ସାଧାରଣତଃ ଟେଷ୍ଟ ମ୍ୟାଚ୍‌ରେ […]

ball

ball

Rakesh Mallick
  • Published: Saturday, 09 June 2018
  • Updated: 09 June 2018, 08:24 AM IST

Sports

Latest News

ନୂଆଦିଲ୍ଲୀ: କ୍ରିକେଟର ଏନ୍ତୁଡ଼ିଶାଳ ହେଉଛି ଇଂଲଣ୍ଡ। କିନ୍ତୁ ଏହାର ମହକ ସମଗ୍ର ବିଶ୍ୱରେ ଦେଖିବାକୁ ମିଳିଛି। ସମୟ ଓ ପରିସ୍ଥିତିକୁ ଦେଖି କ୍ରିକେଟ୍‌ ଖେଳର ଶୈଳୀ ଓ ନିୟମରେ ପରିବର୍ତ୍ତନ କରାଯାଉଛି। ଚାହିଦାକୁ ଦେଖି ଟେଷ୍ଟ ମ୍ୟାଚ୍‌କୁ ରାତିରେ କରିବା ପାଇଁ ଯୋଜନା କରାଯାଉଛି। ଏହା କେତେ ଦୂର ସଫଳ ହେବ, ତାହା ସମୟ କହିବ। ତେବେ ଟେଷ୍ଟ୍ ମ୍ୟାଚ୍‌କୁ ଆହୁରି ଲୋକପ୍ରିୟ କରିବା ପାଇଁ ଆଇସିସି ପକ୍ଷରୁ ପ୍ରୟାସ ଜାରି ରହିଛି। ସାଧାରଣତଃ ଟେଷ୍ଟ ମ୍ୟାଚ୍‌ରେ ବ୍ୟାଟ୍ସମ୍ୟାନ୍ ମାନେ ଧୀମା ବ୍ୟାଟିଂ କରନ୍ତି। କିନ୍ତୁ ବେଳେ ବେଳେ ଏମିତି ସ୍ଥିତି ଉପୁଜିଛି ଯେଉଁଥିରେ ବ୍ୟାଟ୍ସମ୍ୟାନ୍‌ମାନେ ଟେଷ୍ଟ୍ ମ୍ୟାଚ୍‌ରେ ବି ଦିନିକିଆ ଅବା ଟ୍ୱେଣ୍ଟି ଟ୍ୱେଣ୍ଟି ଷ୍ଟାଇଲ୍‌ରେ ଖେଳିବାକୁ ସୁଯୋଗ ପାଇଛନ୍ତି। ଆକ୍ରାମଣାତ୍ମକ ଶୈଳୀରେ ବ୍ୟାଟିଂ କରି ବୋଲରଙ୍କ ନିଦ ହଜାଇ ଦେଇଛନ୍ତି ଓ ଗୋଟିଏ ଓଭରରେ ଲଗାତାର ଛକ୍କା ମାରିଛନ୍ତି। ଆଉ ଏହି ଛକ୍କାକୁ ନେଇ ଟେଷ୍ଟ ମ୍ୟାଚ୍‌ରେ ଏକ ରେକର୍ଡ ରହିଛି। ତାହା ହେଉଛି ଟେଷ୍ଟ ମ୍ୟାଚ୍‌ରେ ଗୋଟିଏ ଓଭରରେ ସର୍ବାଧିକ ଛକ୍କା ମାରିବାର ରେକର୍ଡ। ଜାଣିଛନ୍ତି, ଏହି ରେକର୍ଡ କାହା ନାଁରେ ରହିଛି? ଏହି ରେକର୍ଡ ଜଣେ ଭାରତୀୟ, ଜଣେ ପାକିସ୍ତାନୀ ଓ ଜଣେ ଦକ୍ଷିଣ ଆଫ୍ରିକୀୟ ଖେଳାଳିଙ୍କ ନାଁରେ ରହିଛି। ସେମାନେ ଟେଷ୍ଟ ମ୍ୟାଚ୍‌ରେ ଗୋଟିଏ ଓଭରରେ ସମାନ ସଂଖ୍ୟକ ଛକ୍କା ମାରିଛନ୍ତି। ତା’ହେଲେ ଆସନ୍ତୁ ଜାଣିବା ସେମାନେ କିଏ ଓ କେତୋଟି ଛକ୍କା ମାରିଛନ୍ତି।

Kapil

କପିଲ୍‌ ଦେବ: ଭାରତ ପାଇଁ ପ୍ରଥମ ବିଶ୍ୱକପ୍‌ ଆଣିବାର ଗୌରବ ହାସଲ କରିଛନ୍ତି ପୂର୍ବତନ ଅଧିନାୟକ ତଥା ଅଲ୍‌ ରାଉଣ୍ଡର କପିଲ୍‌ ଦେବ। ୧୯୯୦ ମସିହାରେ ଇଂଲଣ୍ଡ ବିରୋଧରେ ଖେଳାଯାଇଥିବା ଏକ ଟେଷ୍ଟ ମ୍ୟାଚ୍‌ରେ ସେ ଗୋଟିଏ ଓଭରରେ ଲଗାତାର ୪ଟା ଛକ୍କା ମାରିଥିଲେ। ସେ ସେହି ଇନିଂସ୍‌ରେ ୭୭ ରନ୍‌ କରିଥିଲେ।

shahidafrid

ସାହିଦ୍‌ ଆଫ୍ରିଦ୍‌: ପାକିସ୍ତାନର ଜଣେ ଜଣାଶୁଣା ଅଲ୍‌ ରାଉଣ୍ଡର ହେଉଛନ୍ତି ସାହିଦ୍‌ ଆଫ୍ରିଦ୍‌। ୨୦୦୬ ମସିହାରେ ଭାରତ ବିପକ୍ଷରେ ଖେଳା ଯାଇଥିବା ଏକ ଟେଷ୍ଟ ମ୍ୟାଚ୍‌ରେ ସାହିଦ୍‌ ଗୋଟିଏ ଓଭରରେ ଲଗାତାର ୪ଟି ଛକ୍କା ମାରିଥିଲେ। ସେ ୧୦୩ ରନ୍‌ର ଧୂଆଁଧାର ଇନିଂସ ଖେଳିଥିଲେ।

ଏବି ଡିଭିଲିୟର୍ସ: ଦକ୍ଷିଣ ଆଫ୍ରିକା ଟିମ୍‌ର ପୂର୍ବତନ ଅଧିନାୟକ ହେଉଛନ୍ତି ଏବି ଡିଭିଲିୟର୍ସ। ୨୦୦୮-୦୯ ମସିହାରେ ଅଷ୍ଟ୍ରେଲିଆ ବିରୋଧରେ ଏକ ଟେଷ୍ଟ ମ୍ୟାଚ୍‌ରେ ସେ ଲଗାତାର ୪ଟି ଛକ୍କା ମାରିଥିଲେ। ସେହି ଇନିଂସରେ ସେ ୧୬୩ ରନ୍‌ କରିଥିଲେ। ନିକଟରେ ସେ କ୍ରିକେଟର ତିନିଟି ଯାକ ଫର୍ମାଟରୁ ଅବସର ନେଇ ଯାଇଛନ୍ତି।

ଏ ତିନି ଜଣଙ୍କ ପରେ ଆଉ କିଏ ଅଧିକ ଛକ୍କା ମାରିଛନ୍ତି?

ଏହି ତିନି ଜଣ ବ୍ୟାଟ୍ସମ୍ୟାନ୍ ଗୋଟିଏ ଓଭରରେ ସର୍ବାଧିକ ୪ଟି ଲେଖାଏଁ ଛକ୍କା ମାରି ରେକର୍ଡ କରିଛନ୍ତି। ତେବେ ଏମାନଙ୍କ ପରେ କିଏ ଅଛନ୍ତି? ଏ ପ୍ରଶ୍ନ ବି ଆପଣମାନଙ୍କ ମନରେ ଉଠୁଥିବ? ଏହି ତାଲିକାରେ ଦୁଇ ଜଣ ଭାରତୀୟ ଅଛନ୍ତି। ସେମାନେ ଟେଷ୍ଟ୍ ମ୍ୟାଚ୍‌ରେ ଗୋଟିଏ ଓଭରରେ ତିନୋଟି ଲେଖାଏଁ ଛକ୍କା ମାରିଛନ୍ତି। ସେମାନେ ହେଉଛନ୍ତି ମହେନ୍ଦ୍ର ସିଂହ ଧୋନୀ ଓ ହାର୍ଦ୍ଦିକ ପାଣ୍ଡ୍ୟା।

ମହେନ୍ଦ୍ର ସିଂହ ଧୋନୀ: ଟିମ୍‌ ଇଣ୍ଡିଆର ପୂର୍ବତନ ଅଧିନାୟକ ହେଛନ୍ତି ମହେନ୍ଦ୍ର ସିଂହ ଧୋନୀ। ସେ ଟେଷ୍ଟ କ୍ରିକେଟରୁ ଅବସର ନେଇ ସାରିଛନ୍ତି। କେବଳ ଦିନିକିଆ ଓ ଟ୍ୱେଣ୍ଟି-୨୦ ଖେଳୁଛନ୍ତି। ୨୦୦୬ ମସିହାରେ ସେ ୱେଷ୍ଟଇଣ୍ଡିଜ୍‌ ବିରୋଧରେ ଗୋଟିଏ ଓଭରରେ ଲଗାତାର ୩ଟି ଛକ୍କା ମାରିଥିଲେ। ସେ ୫୨ଟି ବଲ୍‌ ଖେଳି ୬୯ ରନ୍‌ କରିଥିଲେ। ଏହା ଭିତରେ ଥିଲା ମୋଟ ୬ଟି ଛକ୍କା।

ହାର୍ଦ୍ଦିକ ପାଣ୍ଡ୍ୟା: ହାର୍ଦ୍ଦିକ ପାଣ୍ଡ୍ୟା ୨୦୧୭ ମସିହାରେ ଶ୍ରୀଲଙ୍କା ବିରୋଧରେ ଗୋଟିଏ ଓଭରରେ ଲଗାତାର ୩ ଟି ଛକ୍କା ମାରିଥିଲେ। ସେ ସେହି ଇନିଂସରେ ୧୦୮ ରନ୍‌ କରିଥିଲେ। ଏଥିରେ ମୋଟ ୭ଟି ଛକ୍କା ସାମିଲ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos