ହକି ଇଣ୍ଡିଆ ଲିଗ୍: ଆସନ୍ତାକାଲି ରାଞ୍ଚି ରେଜ୍‌ ଓ କଳିଙ୍ଗ ଲାନସର୍ସ ମୁକାବିଲା

ଭୁବନେଶ୍ୱର: ଆସନ୍ତାକାଲି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗର ୧୯ତମ ମ୍ୟାଚ୍ କଳିଙ୍ଗ ଲାନସର୍ସ ଓ ରାଞ୍ଚି ରେଜ୍ ମଧ୍ୟରେ ଖେଳାଯିବ। ଚଳିତ ସିଜିନରେ ରାଞ୍ଚି ଦ୍ୱିତୀୟ ଥର ପାଇଁ କଳିଙ୍ଗ ଲାନସର୍ସକୁ ଭେଟିବାକୁ ଯାଉଛି। ଏହି ମ୍ୟାଚ୍ ସନ୍ଧ୍ୟା ୬ଟାରେ ଖେଳାଯିବ।

ଜାନୁୟାରୀ ୨୮ରେ ରାଞ୍ଚିରେ ଖେଳାଯାଇଥିବା ମ୍ୟାଚରେ ରାଞ୍ଚି ରେଜ୍‌ଠାରୁ ୩-୨ରେ ହାରିଥିଲା କଳିଙ୍ଗ ଲାନସର୍ସ। ଗତ ପରାଜୟର ପ୍ରତିଶୋଧ ନେବାକୁ ଲାନସର୍ସ ନିଶ୍ଚିତ ପ୍ରାୟସ କରିବ।

ରବିବାର ହକି ଇଣ୍ଡିଆର ୧୮ତମ ମ୍ୟାଚ୍‌ରେ ଜେପି ୱାରିୟର୍ସଠାରୁ ୪-୧ରେ କଳିଙ୍ଗ ଲାନସର୍ସ ହାରିଯାଇଛି।