ହକି ଚାମ୍ପିୟନ୍ସ ଟ୍ରଫିରେ ଭାରତଠାରୁ ହାରିଲା ପାକିସ୍ତାନ

ବ୍ରେଡା: ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଉନ୍ନତ ପ୍ରଦର୍ଶନ କରି ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି। ନେଦରଲ୍ୟାଣ୍ଡର ବ୍ରେଡାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ୪-୦ରେ ପାକିସ୍ତାନକୁ ପରାସ୍ତ କରିଛି। କୋଚ୍‌ ହରେନ୍ଦ୍ର ସିଂହ ନେତୃତ୍ୱରେ ଏହା ହେଉଛି ଭାରତର ପ୍ରଥମ ବିଜୟ। ପାକିସ୍ତାନ ବାରମ୍ବାର ଗୋଲ୍‌ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା।  ଅପରପକ୍ଷରେ ଭାରତ କିନ୍ତୁ ଉନ୍ନତ ପ୍ରଦର୍ଶନ କରିଥିଲା। ଦଳ ପାଇଁ ରମନଦୀପ ସିଂହ ୨୫ ତମ, ଦିଲ୍‌ପ୍ରିତ୍‌ ସିଂହ […]

hockey-Pakistan

hockey-Pakistan

Rakesh Mallick
  • Published: Sunday, 24 June 2018
  • Updated: 24 June 2018, 09:06 AM IST

Sports

Latest News

ବ୍ରେଡା: ଚାମ୍ପିୟନ୍ସ ଟ୍ରଫି ହକିରେ ଭାରତ ଉନ୍ନତ ପ୍ରଦର୍ଶନ କରି ପାରମ୍ପାରିକ ପ୍ରତିଦ୍ୱନ୍ଦ୍ୱୀ ପାକିସ୍ତାନକୁ ପରାସ୍ତ କରିଛି। ନେଦରଲ୍ୟାଣ୍ଡର ବ୍ରେଡାରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ଭାରତ ୪-୦ରେ ପାକିସ୍ତାନକୁ ପରାସ୍ତ କରିଛି। କୋଚ୍‌ ହରେନ୍ଦ୍ର ସିଂହ ନେତୃତ୍ୱରେ ଏହା ହେଉଛି ଭାରତର ପ୍ରଥମ ବିଜୟ।

ପାକିସ୍ତାନ ବାରମ୍ବାର ଗୋଲ୍‌ କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ବିଫଳ ହୋଇଥିଲା।  ଅପରପକ୍ଷରେ ଭାରତ କିନ୍ତୁ ଉନ୍ନତ ପ୍ରଦର୍ଶନ କରିଥିଲା। ଦଳ ପାଇଁ ରମନଦୀପ ସିଂହ ୨୫ ତମ, ଦିଲ୍‌ପ୍ରିତ୍‌ ସିଂହ ୫୪ତମ ଓ ମନ୍ଦୀପ ସିଂହ ୫୭ ତମ ଗୋଲ୍‌ ସ୍କୋଲର କରିଥିଲେ। ସେହିଭଳି ଲଳିତ ଉପାଧ୍ୟ୍ୟାୟ ମଧ୍ୟ ୫୯ ଗୋଲ୍‌ କରିଥିଲେ।

ପାକିସ୍ତାନ ପକ୍ଷରୁ ଏଜାଜ ଅହମ୍ମଦ ବାରମ୍ବାର ଗୋଲ୍‌ କରିବାକୁ ଚେଷ୍ଟା କରି ଫେଲ୍‌ ମାରିଥିଲେ। ମ୍ୟାଚ୍‌ର ୪୩ ତମ ମିନିଟ୍‌ରେ ପାକିସ୍ତାନକୁ ପ୍ରଥମ ପେନାନ୍ଟି କର୍ଣ୍ଣର ମିଳିଥିଲା। ତୃତୀୟ କ୍ୱାର୍ଟର ପାକିସ୍ତାନ ଗୋଲ କରିବକୁ ଚେଷ୍ଟା କରିଥିଲେ ମଧ୍ୟ ଭାରତ ଗୋଲ୍‌ କିପର ଶ୍ରୀଜୟ ଭଲ ଡିଫେନ୍ସ କରିଥିଲେ। ଫଳରେ ପାକିସ୍ତାନ ଭାରତଠାରୁ ୪-୦ରେ ପରାସ୍ତ ହୋଇଥିଲା।

ବ୍ରେଡାରେ ଭାରତ ପାକସ୍ତାନକୁ ପରାସ୍ତ କରିଥିଲେ ମଧ୍ୟ ଚାମ୍ପିୟନ୍ସ ଟ୍ରଫି ଇତିହାସରେ ଭାରତର ପ୍ରଦର୍ଶନ ପାକିସ୍ତାନଠାରୁ ଦୁର୍ବଳ ରହିଛି। ୧୯୭୮ ମସିହାରେ ଆରମ୍ଭ ହୋଇଥିବା ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନ ୩ ଥର ବିଜୟ ହୋଇଥିଲା ବେଳେ ଭାରତ ଗୋଟିଏ ବି ଟ୍ରଫି ଜିତିପାରି ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos