ଓଡ଼ିଶାକୁ ସହାୟତାର ହାତ ବଢ଼ାଇଲା ହକି ଇଣ୍ଡିଆ

ଭୁବନେଶ୍ୱର: ଘୂର୍ଣ୍ଣିଝଡ଼ “ଫୋନି”ରେ ପ୍ରଭାବିତ ଓଡ଼ିଶାକୁ ସହାୟତାର ହାତ ବଢ଼ାଇଛି ହକି ଇଣ୍ଡିଆ। ଆଗାମୀ ଜୁନ୍ ୬ ତାରିଖରୁ ଭୁବନେଶ୍ୱରରେ ହେବାକୁଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ମ୍ୟାଚର ଟିକେଟ୍ ବିକ୍ରିରୁ ମିଳିବାକୁ ଥିବା ଅର୍ଥକୁ ଓଡ଼ିଶା ସରକାରଙ୍କ ରିଲିଫ୍ ଫଣ୍ଡକୁ ଦାନ କରିବାକୁ ହକି ଇଣ୍ଡିଆ ନିଷ୍ପତ୍ତି ନେଇଛି। ଏ ନେଇ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ୍ ଅହମ୍ମଦ କହିଛନ୍ତି, ” ‘ଫୋନି’ ପ୍ରଭାବରେ ହୋଇଥିବା କ୍ଷୟକ୍ଷତିକୁ ଦେଖି ଆମେ ବହୁତ ଦୁଃଖିତ। କିନ୍ତୁ […]

hockey india

Hemant Lenka
  • Published: Thursday, 30 May 2019
  • , Updated: 30 May 2019, 09:51 PM IST

ଭୁବନେଶ୍ୱର: ଘୂର୍ଣ୍ଣିଝଡ଼ "ଫୋନି"ରେ ପ୍ରଭାବିତ ଓଡ଼ିଶାକୁ ସହାୟତାର ହାତ ବଢ଼ାଇଛି ହକି ଇଣ୍ଡିଆ। ଆଗାମୀ ଜୁନ୍ ୬ ତାରିଖରୁ ଭୁବନେଶ୍ୱରରେ ହେବାକୁଥିବା ଏଫଆଇଏଚ୍ ପୁରୁଷ ସିରିଜ୍ ଫାଇନାଲ୍ସ ମ୍ୟାଚର ଟିକେଟ୍ ବିକ୍ରିରୁ ମିଳିବାକୁ ଥିବା ଅର୍ଥକୁ ଓଡ଼ିଶା ସରକାରଙ୍କ ରିଲିଫ୍ ଫଣ୍ଡକୁ ଦାନ କରିବାକୁ ହକି ଇଣ୍ଡିଆ ନିଷ୍ପତ୍ତି ନେଇଛି।

ଏ ନେଇ ହକି ଇଣ୍ଡିଆ ସଭାପତି ମହମ୍ମଦ ମୁସ୍ତାକ୍ ଅହମ୍ମଦ କହିଛନ୍ତି, " 'ଫୋନି' ପ୍ରଭାବରେ ହୋଇଥିବା କ୍ଷୟକ୍ଷତିକୁ ଦେଖି ଆମେ ବହୁତ ଦୁଃଖିତ। କିନ୍ତୁ ହକି ଖେଳ ପ୍ରତି ଓଡ଼ିଶାବାସୀଙ୍କ ଭଲପାଇବା ଏବଂ ସମର୍ଥନ ଆମକୁ ବହୁତ ଉତ୍ସାହିତ କରିଛି। ଏହି କାରଣରୁ ମ୍ୟାଚ୍ ଟିକେଟ୍ ବିକ୍ରିରୁ ମିଳିବାକୁ ଥିବା ଅର୍ଥକୁ ଆମେ ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡକୁ ଦାନ କରିବାକୁ ନିଷ୍ପତ୍ତି ନେଇଛୁ। ଏହାଛଡ଼ା ଓଡ଼ିଶାର ପୁନଃନିର୍ମାଣରେ ଆମେ ଯଥାସମ୍ଭବ ସହଯୋଗ କରିବାକୁ ଚାହୁଁଛୁ।"

ସୂଚନାଯୋଗ୍ୟ, ଜୁନ୍ ୬ରୁ ୧୫ ତାରିଖ ପର୍ଯ୍ୟନ୍ତ ହେବାକୁଥିବା ଏହି ଟୁର୍ଣ୍ଣାମେଣ୍ଟର ସଫଳ ଆୟୋଜନ ପାଇଁ ୧୫୦ଜଣ ଭଲ୍ୟୁଣ୍ଟରଙ୍କ ସହାୟତା ନିଆଯାଇଛି। ଭାରତ ବ୍ୟତୀତ ଏହି ଟୁର୍ଣ୍ଣାମେଣ୍ଟରେ ପୋଲାଣ୍ଡ, ରୁଷ୍, ଉଜବେକିସ୍ତାନ, ଦକ୍ଷିଣ ଆଫ୍ରିକା, ଏସିଆନ୍ ଗେମ୍ସ ଚାମ୍ପିଅନ୍ ଜାପାନ, ଆମେରିକା ଓ ମେକ୍ସିକୋ ଟିମ୍ ଭାଗ ନେଉଛନ୍ତି।

Related story