ବିଶ୍ୱକପ୍ ହକି ପାଇଁ ପ୍ରସ୍ତୁତ ହେଉଛି ‘ଟ୍ରଫି ଟୁର୍‌ ପ୍ଲାନ୍‌’: ଭୁବନେଶ୍ୱରରେ ପହଞ୍ଚିବା ପରେ ବୁଲିବ ସାରା ଦେଶ

Ordigital Desk
  • Published: Wednesday, 31 January 2018
  • , Updated: 31 January 2018, 10:06 AM IST
<p>ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ନଭେମ୍ବର ମାସରେ ଭୁବନେଶ୍ୱରରେ ଦେଖିବାକୁ ମିଳିବ ହକି ଫିଭର। ଆୟୋଜନ ହେବାକୁ ଯାଉଛି ବିଶ୍ୱକପ ହକି। ତେଣୁ ତା ପୂର୍ବରୁ ଆରମ୍ଭ ହେବ ଟ୍ରଫି ଟୁର୍&zwnj;। ଏପ୍ରିଲ ମାସରେ ଟ୍ରଫି ଭୁବନେଶ୍ୱରରେ ପହଞ୍ଚିବ ଓଡ଼ିଶାରୁ ଏହି ଟ୍ରଫି ବାହାରି ସାରା ଦେଶ ଭ୍ରମଣ କରିବ। ଦେଶର ପ୍ରମୁଖ ସହର ଗୁଡିକୁ ଛୁଇଁବ ବିଶ୍ୱକପ ଟ୍ରଫି। ଏ ନେଇ ପ୍ରସ୍ତୁତ ହେଉଛି ଟୁର୍ ପ୍ଲାନ। ଭୁବନେଶ୍ୱରରେ କ୍ରୀଡା ବିଭାଗ ସହ ଆଲୋଚନା କରିଛନ୍ତି ଅନ୍ତର୍ଜାତୀୟ ହକି ମହାସଂଘ ସଭାପତି।</p> <p>ହକି ବିଶ୍ୱକପ ପାଇଁ କଳିଙ୍ଗ ଷ୍ଟାଡ଼ିୟମର ଭିତ୍ତିଭୂମି କାମ ଜୋରସୋରେ ଆଗେଇ ଚାଲିଛି। ଦର୍ଶକ ଗ୍ୟାଲେରୀ କ୍ଷମତା ୨୦ହଜାରକୁ ବର୍ଦ୍ଧିତ କରାଯିବ। ପ୍ରସ୍ତୁତ ହେବ ୮ଟି ଡ୍ରେସିଂ ରୁମ୍, ଭିଆଇପି ଗ୍ୟାଲେରୀ, ମିଡିଆ ଟ୍ରିବ୍ୟୁନ, ବ୍ରଡ କାଷ୍ଟର ରୁମ, ଏବଂ ଅଫିସିଆଲ ରୁମ। ନିର୍ମାଣ କାମରେ ହକି ଇଣ୍ଡିଆ ସନ୍ତୋଷ ପ୍ରକାଶ କରିଛି। ଜୁଲାଇ ମାସ ଡେଡ ଲାଇନ ଥିବା ବେଳେ ଜୁନ ମାସ ଶେଷ ସୁଦ୍ଧା ନିର୍ମାଣ କାମ ଶେଷ ହେବ ବୋଲି ଆଶା ରଖିଛି ହକି ଇଣ୍ଡିଆ।</p> <p>୨୦୧୪ ଚାମ୍ପିୟନସ ଟ୍ରଫି ଏବଂ ୨୦୧୭ ଓ୍ୱାର୍ଲଡ ହକି ଲିଗ ଆୟୋଜନ କରି ଅନେକ ଅଭିଜ୍ଞତା ହାସଲ କରିସାରିଛି ଓଡ଼ିଶା। ଆଉ ଏହାକୁ ଆଧାର କରି ବିଶ୍ୱକପ ହକି ପାଇଁ ଓଡ଼ିଶା ଭଲ ଭାବେ ପ୍ରସ୍ତୁତ ହେଉଛି।</p>

Related story