ହକି ବିଶ୍ୱକପ୍‌ ଉଦ୍‌ଘାଟନୀ ଉତ୍ସବ ପାଇଁ ଆଜିଠୁ ହେବ ଅନ୍‌ଲାଇନ୍‌ ଟିକେଟ୍‌ ବିକ୍ରି

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅନ୍‌ଲାଇନ୍‌ରେ ହକି ବିଶ୍ୱକପ୍‌ ଉଦଘାଟନୀ ଉତ୍ସବର ଟିକେଟ୍ ବିକ୍ରି ହେବ। ମଧ୍ୟାହ୍ନ ୧୨ଟାରୁ TICKETGENIE.IN ରେ ଉପଲବ୍ଧ ହେବ ଦୁଇଟି ଉତ୍ସବ ପାଇଁ ଟିକେଟ୍। ୨୭ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଏବଂ ୨୮ରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଇଭେଣ୍ଟ ପାଇଁ ଏହି ଟିକେଟ୍ ମିଳିବ। ତେବେ କେବଳ ଅନ୍‌ଲାଇନ୍‌ରେ ମିଳିବ ଏହି ଦୁଇ ଇଭେଣ୍ଟ ପାଇଁ ଟିକେଟ୍। ପ୍ରତି ଟିକେଟର ମୂଲ୍ୟ ୫୦୦ ଟଙ୍କା ରହିଛି। ଉଭୟ ସ୍ଥାନରେ ଓସ୍କାର […]

677777yuuuu

677777yuuuu

Tapaswini Nayak
  • Published: Tuesday, 20 November 2018
  • Updated: 20 November 2018, 10:23 AM IST

Sports

Latest News

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଆଜି ଅନ୍‌ଲାଇନ୍‌ରେ ହକି ବିଶ୍ୱକପ୍‌ ଉଦଘାଟନୀ ଉତ୍ସବର ଟିକେଟ୍ ବିକ୍ରି ହେବ। ମଧ୍ୟାହ୍ନ ୧୨ଟାରୁ TICKETGENIE.IN ରେ ଉପଲବ୍ଧ ହେବ ଦୁଇଟି ଉତ୍ସବ ପାଇଁ ଟିକେଟ୍। ୨୭ରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍ ଏବଂ ୨୮ରେ କଟକ ବାରବାଟୀ ଷ୍ଟାଡିୟମରେ ହେବାକୁ ଥିବା ଇଭେଣ୍ଟ ପାଇଁ ଏହି ଟିକେଟ୍ ମିଳିବ। ତେବେ କେବଳ ଅନ୍‌ଲାଇନ୍‌ରେ ମିଳିବ ଏହି ଦୁଇ ଇଭେଣ୍ଟ ପାଇଁ ଟିକେଟ୍।

ପ୍ରତି ଟିକେଟର ମୂଲ୍ୟ ୫୦୦ ଟଙ୍କା ରହିଛି। ଉଭୟ ସ୍ଥାନରେ ଓସ୍କାର ବିଜେତା ସଂଗୀତ ନିର୍ଦ୍ଦେଶକ ଏ.ଆର୍. ରେହମାନଙ୍କ କାର୍ଯ୍ୟକ୍ରମ ଦେଖିବାକୁ ମିଳିବ।

ଭୁବନେଶ୍ୱର କାର୍ଯ୍ୟକ୍ରମରେ ଶାହରୁଖ ଖାନ୍‌ ଓ କଟକରେ ବାହୁବଳି ଫେମ୍ ପ୍ରଭାସ ସହ ଅନେକ ବଡ଼ ବଡ଼ ସେଲିବ୍ରିଟି ସାମିଲ ହେବେ।

କଳିଙ୍ଗ ଷ୍ଟାଡ଼ିମରେ ହେବାକୁ ଥିବା ଉଦଘାଟନୀ ଉତ୍ସବ ପାଇଁ ୧୦ ହଜାର ୫ଶହ ଟିକେଟ ଏବଂ ବାରବାଟୀ ଉତ୍ସବ ପାଇଁ ୩୦ ହଜାର ଟିକେଟ୍ ବିକ୍ରି ହେବ। ଉଦଘାଟନ ଉତ୍ସବ ଏବଂ ମ୍ୟାଚ୍ ଗୁଡ଼ିକର ସିଧାପ୍ରସାରଣ ଦେଖିବା ପାଇଁ ଦର୍ଶକଙ୍କ ଉଦ୍ଦେଶ୍ୟରେ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ଏଲ୍‌ସିଡି ଲାଗିବ ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos