ହକି ୱାର୍ଲ୍ଡ ଲିଗ୍: ଭାରତ-ପାକିସ୍ତାନ ମ୍ୟାଚ୍ ୨-୨ରେ ଡ୍ର

ଆଣ୍ଟୱେର୍ପ: ବେଲଜିୟମ ଠାରେ ଚାଲିଥିବା ହକି ୱାର୍ଲ୍ଡ ଲିଗର ସେମି ଫାଇନାଲ୍ ପର୍ଯ୍ୟାୟରେ ଆଜି ମୁହାଁମୁହିଁ ହୋଇଥିଲେ ଗ୍ରୁପ୍ ‘ଏ’ରେ ଥିବା ପାରଂପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଏହି ହାଇ ଭୋଲଟେଜ୍ ମ୍ୟାଚକୁ ସମସ୍ତେ ଉତ୍କାଣ୍ଠର ସହିତ ଅପେକ୍ଷା କରିଥିଲେ। ହେଲେ ଭାରତ ଓ ପାକିସ୍ତାନ କେହି କାହାରିକୁ ହରାଇ ପାରିଲେ ନାହିଁ। ୨-୨ରେ ଏହି ମ୍ୟାଚ୍ ଡ୍ର ହୋଇଯାଇଥିଲା। ଭାରତ ପକ୍ଷରୁ ଉଭୟ ଗୋଲ କରିଥିଲେ ରମନଦୀପ ସିଂହ। ୧୩ ତମ ଓ ୩୯ […]

indpak

Rakesh Mallick
  • Published: Friday, 26 June 2015
  • , Updated: 26 June 2015, 05:31 PM IST

ଆଣ୍ଟୱେର୍ପ: ବେଲଜିୟମ ଠାରେ ଚାଲିଥିବା ହକି ୱାର୍ଲ୍ଡ ଲିଗର ସେମି ଫାଇନାଲ୍ ପର୍ଯ୍ୟାୟରେ ଆଜି ମୁହାଁମୁହିଁ ହୋଇଥିଲେ ଗ୍ରୁପ୍ ‘ଏ’ରେ ଥିବା ପାରଂପରିକ ପ୍ରତିଦ୍ୱନ୍ଦ୍ୱୀ ଭାରତ ଓ ପାକିସ୍ତାନ। ଏହି ହାଇ ଭୋଲଟେଜ୍ ମ୍ୟାଚକୁ ସମସ୍ତେ ଉତ୍କାଣ୍ଠର ସହିତ ଅପେକ୍ଷା କରିଥିଲେ। ହେଲେ ଭାରତ ଓ ପାକିସ୍ତାନ କେହି କାହାରିକୁ ହରାଇ ପାରିଲେ ନାହିଁ। ୨-୨ରେ ଏହି ମ୍ୟାଚ୍ ଡ୍ର ହୋଇଯାଇଥିଲା। ଭାରତ ପକ୍ଷରୁ ଉଭୟ ଗୋଲ କରିଥିଲେ ରମନଦୀପ ସିଂହ। ୧୩ ତମ ଓ ୩୯ ତମ ମିନିଟରେ ସେ ଏହି ଦୁଇଟି ଗୋଲ କରିଥିଲେ। ସେହିପରି ପାକିସ୍ତାନ ପକ୍ଷରୁ ଅଧିନାୟକ ମହମ୍ମଦ ଇମ୍ରାନ ୨୩ ତମ ମିନିଟରେ ଓ ୩୭ ତମ ମିନିଟରେ ଦୁଇଟି ଗୋଲ କରିଥିଲେ।

ମ୍ୟାଚ୍ ପ୍ରାରମ୍ଭରେ ଭାରତ ଶକ୍ତିଶାଳୀ ରହିଥିଲା। ଦଳ ମଧ୍ୟରେ ଭଲ ସମନ୍ୱୟ ରହିଥିଲା। ପ୍ରଥମ କ୍ୱାର୍ଟରରେ ବଲ୍ ଅଧିକାଂଶ ସମୟ ଭାରତୀୟ ଟିମ୍ ପାଖରେ ରହିଥିଲା। ୧୩ ତମ ମିନିଟରେ ରମନଦୀପ ଗୋଟିଏ ଗୋଲ ଦେଇଥିଲେ। ଆଉ ଭାରତ ୧-୦ରେ ଲିଡ୍ ନେଇଥିଲା। ଦ୍ୱିତୀୟ କ୍ୱାର୍ଟରରେ ପାକିସ୍ତାନ ରିଦିମକୁ ଫେରିଥିଲା ଓ ଜୋରଦାର ଆକ୍ରମଣ କରିଥିଲା। ତେବେ ଭାରତୀୟ ଗୋଲକିପର ପି.ଆର୍ ଶ୍ରୀଜେଶ ସେମାନଙ୍କ ସମସ୍ତ ଉଦ୍ୟମକୁ ବିଫଳ କରି ଚାଲିଲେ। ୨୩ ମିନିଟରେ ପାକିସ୍ତାନ ଏକ ପେନାଲଟି କର୍ଣ୍ଣର ପାଇଥିଲା। ଆଉ ଏହାକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲେ ପାକିସ୍ତାନର ଅଧିନାୟକ ମହମ୍ମଦ ଇମ୍ରାନ। ହାପ୍ ଟାଇମ୍ ବେଳକୁ ଖେଳ ୧-୧ରେ ରହିଥିଲା।

୩୭ ତମ ମିନିଟରେ ପାକିସ୍ତାନ ଆଉ ଏକ ଗୋଲ ଦେଇଥିଲା। ପାଇଥିବା ପେନାଲଟି କର୍ଣ୍ଣରକୁ ପୁଣି ଥରେ ଗୋଲରେ ପରିଣତ କରିବାର ସଫଳ ହୋଇଥିଲେ ପାକ୍ ଅଧିନାୟକ ଇମ୍ରାନ୍। ଦେବେ ଏହାର ଦୁଇ ମିନିଟ ପରେ ଦେବିନ୍ଦରଙ୍କ ଠାରୁ ପାଇଥିବା ଏକ ପାସକୁ ଭାରତୀୟ ଅଧିନାୟକ ସର୍ଦ୍ଦାର ସିଂହ ପାକିସ୍ତାନ ସର୍କଲ ଭିତରେ ଥିବା ରମନଦୀପଙ୍କୁ ଠିକ୍ ଭାବେ ପାସ୍ କରି ପାରିଥିଲେ। ଆଉ ରମନଦୀପ ଏହାକୁ ଗୋଲରେ ପରିଣତ କରିବାରେ ସଫଳ ହୋଇଥିଲା।

Related story