ବିବାହରେ ହକି ଷ୍ଟିକ୍ ଉପହାର, ପ୍ରତିବର୍ଷ ୫ହଜାରରୁ ଅଧିକ ମ୍ୟାଚ୍

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ହକିର ଏନ୍ତୁଡ଼ିଶାଳ କୁହାଯାଏ। ଏଠାରେ ଅନେକ ହକି ପ୍ରତିଭା ବାହାରିଛନ୍ତି। ହକି ଯେପରି ସେଠାକାର ପାଣି ପବନରେ ରହିଛି, ତାହା ଅନୁଭୂତ ହୁଏ। ସେଥିପାଇଁ ତ ସୁନ୍ଦରଗଡ଼ ତଥା ରାଉରକେଲାରେ ହକିକୁ ଏକ ଉତ୍ସବ ଆକାରରେ ମନାଯାଏ। ଗ୍ରାମାଞ୍ଚଳରେ ଆୟୋଜିତ କୌଣସି ହକି ଟୁର୍ଣ୍ଣାମେଣ୍ଟ ଜିତିବା ପରେ ସାମୂହିକ ଭୋଜିଭାତର ଆୟୋଜନ କରାଯାଇଥାଏ। ଆଉ ବର୍ଷ ବର୍ଷ ଧରି ଏହି ପରମ୍ପରା ଚାଲିଆସିଛି। ଏବେ ସୁନ୍ଦରଗଡ଼ରେ ହକିକୁ ସେଲିବ୍ରେସନ୍ […]

hockey

hockey

Ranjit Kumar Jena
  • Published: Tuesday, 10 August 2021
  • Updated: 10 August 2021, 05:59 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲାକୁ ହକିର ଏନ୍ତୁଡ଼ିଶାଳ କୁହାଯାଏ। ଏଠାରେ ଅନେକ ହକି ପ୍ରତିଭା ବାହାରିଛନ୍ତି। ହକି ଯେପରି ସେଠାକାର ପାଣି ପବନରେ ରହିଛି, ତାହା ଅନୁଭୂତ ହୁଏ। ସେଥିପାଇଁ ତ ସୁନ୍ଦରଗଡ଼ ତଥା ରାଉରକେଲାରେ ହକିକୁ ଏକ ଉତ୍ସବ ଆକାରରେ ମନାଯାଏ। ଗ୍ରାମାଞ୍ଚଳରେ ଆୟୋଜିତ କୌଣସି ହକି ଟୁର୍ଣ୍ଣାମେଣ୍ଟ ଜିତିବା ପରେ ସାମୂହିକ ଭୋଜିଭାତର ଆୟୋଜନ କରାଯାଇଥାଏ। ଆଉ ବର୍ଷ ବର୍ଷ ଧରି ଏହି ପରମ୍ପରା ଚାଲିଆସିଛି।

ଏବେ ସୁନ୍ଦରଗଡ଼ରେ ହକିକୁ ସେଲିବ୍ରେସନ୍ କରିବାର ବଡ଼ ସୁଯୋଗ ଆସିଛି। ୪୧ ବର୍ଷ ପରେ ଭାରତୀୟ ପୁରୁଷ ହକି ଟିମ୍ ଟିମ୍ ଅଲିମ୍ପିକ୍ସରେ ପଦକ ଜିତିଛି। ଭାରତୀୟ ହକିର ବହୁ ପ୍ରତୀକ୍ଷିତ ବିଜୟ ପରେ ନିଜ ଲୁହକୁ ରୋକିପାରି ନଥିଲେ ପୂର୍ବତନ କ୍ୟାପଟେନ୍ ଦିଲୀପ ତିର୍କୀ। ଦିଲୀପ କହିଛନ୍ତି ଯେ ଅଲିମ୍ପିକ୍ସରେ ପଦକ ଜିତିବାର ଯେଉଁ ସ୍ୱପ୍ନ ସେ ଦେଖିଥିଲେ, ତାହା ପୂରଣ ହୋଇଛି। ନିଜ ଘରଠାରୁ ୨୦୦ ମିଟର ଦୂରରେ ରହୁଥିବା ଅମିତ୍ ରୋହିଦାସଙ୍କ ପାଇଁ ସେ ଗର୍ବିତ।

ହକିର ଏହି ପୂର୍ବ ଗୌରବକୁ ଫେରାଇ ଆଣିବା ପାଇଁ ଅନେକ ପିଢୀ ସେମାନଙ୍କର ଝାଳ ବୁହାଇଛନ୍ତି। ଏବେ ଓଡ଼ିଶାର ସୁନ୍ଦରଗଡ଼ ଜିଲ୍ଲା ଦେଶରେ ହକିର ଏକ ନୂଆ ନର୍ସରୀ ପାଲଟିଛି। ଏପର୍ଯ୍ୟନ୍ତ ଜିଲ୍ଲାରୁ ବାହାରିଥିବା ୯ ଖେଳାଳି ଅଲିମ୍ପିକ୍ସ ଖେଳିସାରିଛନ୍ତି। ସେହିପରି ୬୦ରୁ ଅଧିକ ସବଜୁନିୟର, ଜୁନିୟର ଏବଂ ସିନିୟର ସ୍ତରରେ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିସାରିଛନ୍ତି। ଏଠାକାର କିଛି ଝିଅ ଜାତୀୟ ମହିଳା ହକି ଟିମରେ ଅଛନ୍ତି।

ଏହି ଖେଳ ଦମରେ ହିଁ ଏସବୁ ଖେଳାଳିଙ୍କୁ ଆର୍ମି, ଅର୍ଦ୍ଧସୈନିକ ବଳ, ପୁଲିସ୍, ରେଲୱେ ଓ ବ୍ୟାଙ୍କ ଆଦିରେ ଚାକିରି ମିଳିଛି। ତେବେ ସୁନ୍ଦରଗଡ଼ର ଅଧିକାଂଶ ହକି ଖେଳାଳି ଆଦିବାସୀ ବର୍ଗର। ଏହି ଅଞ୍ଚଳ କେବେ ଓ କେମିତି ହକିର ନର୍ସରୀ ହେଲା, ତାହା କେହି ଜାଣନ୍ତି ନାହିଁ। ସୁନ୍ଦରଗଡ଼ର ସୁଦୂର ଗାଁରେ ହକି ଲୋକଙ୍କ ପରମ୍ପରାର ଏକ ଅଂଶ। ଗ୍ରାମାଞ୍ଚଳରେ ଆୟୋଜିତ ଟୁର୍ଣ୍ଣାମେଣ୍ଟରେ ଶତାଧିକ ଟିମ୍ ଭାଗ ନିଅନ୍ତି। ଏପରିକି ମ୍ୟାଚ୍ ଦେଖିବାକୁ ମଧ୍ୟ ପ୍ରବଳ ଭିଡ଼ ଜମେ।

ପ୍ରତିବର୍ଷ ଏଠାରେ ୫ହଜାରରୁ ଅଧିକ ଟୁର୍ଣ୍ଣାମେଣ୍ଟ ଆୟୋଜିତ ହୋଇଥାଏ। ଟୁର୍ଣ୍ଣାମେଣ୍ଟରେ କୌଣସି କପ୍, ଶିଲ୍ଡ କିମ୍ବା ଟ୍ରଫି ଦିଆଯାଏ ନାହିଁ। ବିଜୟ ପରେ ପୂରା ଗାଁରେ ସାମୂହିକ ଭୋଜିର ଆୟୋଜନ କରାଯାଇଥାଏ। ଏପରିକି କୌଣସି ବିବାହ ହେଲେ, ବର ଓ କନ୍ୟାକୁ ହକି ଷ୍ଟିକ୍ ଏବଂ ବଲ୍ ଉପହାର ଆକାରରେ ଦିଆଯାଏ। ଓଡ଼ିଶା ଦେଶର ଏକମାତ୍ର ରାଜ୍ୟ, ଯେଉଁଠାରୁ ଜାତୀୟ ଟୁର୍ଣ୍ଣାମେଣ୍ଟରେ ଦୁଇ ଟିମ୍ ଭାଗ ନେଇଛନ୍ତି। ଏହି ଦୁଇଟି ଟିମ୍ ହେଲେ ହକି ଓଡ଼ିଶା ଓ ହକି ଗାଙ୍ଗପୁର ଓଡ଼ିଶା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story