ପୁରୁଷ ହକିର ‘ଦି ୱାଲ୍’, ବିରୋଧୀଙ୍କ ଆକ୍ରମଣକୁ ରୋକିବା ପାଇଁ ସାଜିଥିଲେ ଢାଲ

ନୂଆଦିଲ୍ଲୀ: ମ୍ୟାଚ୍ ଶେଷ ହେବାକୁ ବାସ୍ କେଇଟା ସେକେଣ୍ଡ ବାକି ଥିଲା। ଏଥର ପୁଣି ଭାରତୀୟ ଡିଫେନ୍ସ ଦ୍ୱାରା ହାଲୁକା ଭୁଲ ହୋଇଗଲା। ଜର୍ମାନୀକୁ ମିଳିଲା ପେନାଲ୍ଟି କର୍ଣ୍ଣର। ବଢ଼ିଗଲା ଛାତିର ସ୍ପନ୍ଦନ। ଭାରତ ପାଖରେ ୫-୪ର ଲିଡ୍ ଥିଲା। ଜର୍ମାନୀ ଯଦି ଗୋଲ୍ କରିଦେଲା, ତାହେଲେ ମୁକାବିଲା ବରାବର ହୋଇଯାଇଥାନ୍ତି ଏବଂ ପରେ ମ୍ୟାଚ୍ ଶୁଟଆଉଟକୁ ଯାଇଥାନ୍ତି। ଶୁଟଆଉଟରେ ଫଳାଫଳ କିଛି ବି ହୋଇପାରିଥାନ୍ତା। କିନ୍ତୁ ଗୋଲକିପର ପିଆର୍ ଶ୍ରୀଜେଶ୍ ୱାଲ୍ ଭଳି ଛିଡ଼ା ହୋଇଗଲେ। […]

pr-sreejesh

Ranjit Kumar Jena
  • Published: Thursday, 05 August 2021
  • , Updated: 05 August 2021, 04:05 PM IST

ନୂଆଦିଲ୍ଲୀ: ମ୍ୟାଚ୍ ଶେଷ ହେବାକୁ ବାସ୍ କେଇଟା ସେକେଣ୍ଡ ବାକି ଥିଲା। ଏଥର ପୁଣି ଭାରତୀୟ ଡିଫେନ୍ସ ଦ୍ୱାରା ହାଲୁକା ଭୁଲ ହୋଇଗଲା। ଜର୍ମାନୀକୁ ମିଳିଲା ପେନାଲ୍ଟି କର୍ଣ୍ଣର। ବଢ଼ିଗଲା ଛାତିର ସ୍ପନ୍ଦନ। ଭାରତ ପାଖରେ ୫-୪ର ଲିଡ୍ ଥିଲା। ଜର୍ମାନୀ ଯଦି ଗୋଲ୍ କରିଦେଲା, ତାହେଲେ ମୁକାବିଲା ବରାବର ହୋଇଯାଇଥାନ୍ତି ଏବଂ ପରେ ମ୍ୟାଚ୍ ଶୁଟଆଉଟକୁ ଯାଇଥାନ୍ତି। ଶୁଟଆଉଟରେ ଫଳାଫଳ କିଛି ବି ହୋଇପାରିଥାନ୍ତା। କିନ୍ତୁ ଗୋଲକିପର ପିଆର୍ ଶ୍ରୀଜେଶ୍ ୱାଲ୍ ଭଳି ଛିଡ଼ା ହୋଇଗଲେ। ବଲ୍ ତାଙ୍କ ଗ୍ଲୋଭ୍‌ସରେ ବାଜି ବାହାରକୁ ଚାଲିଗଲା। ଏହାରି ଭିତରେ ଫାଇନାଲ୍ ହୁଇସିଲ୍ ବାଜିଗଲା। ବାସ୍ ଏହା ପରେ ଆରମ୍ଭ ହୋଇଗଲା ବିଜୟ ସେଲିବ୍ରେସନ୍। ଭାରତୀୟ ଖେଳାଳିଙ୍କ ଜୋଶ ଊର୍ଦ୍ଧ୍ୱରେ ରହିଥିଲା ଏବଂ ସମସ୍ତେ ଶ୍ରୀଜେଶଙ୍କ ଆଡ଼କୁ ଦୌଡ଼ିଥିଲେ।

ଆମ ପାଖରେ ଅନେକ ମେଡାଲ୍ ଅଛି, କିନ୍ତୁ ଅଲିମ୍ପିକ୍ସ ମେଡାଲ୍ ନାହିଁ। ଅଲିମ୍ପିକ୍ସ ମେଡାଲ୍ ପାଇଁ ମୁଁ ନିଜ ସ୍ୱପ୍ନକୁ ତ୍ୟାଗ କରିଦେଇଛି। ଅଲିମ୍ପିକ୍ସ ଯିବା ପୂର୍ବରୁ ଶ୍ରୀଜେଶ ଏହି ବଡ଼ କଥା କହିଥିଲେ। ଯେତେବେଳେ ଭାରତ ଟୋକିଓ ପାଇଁ ଯାତ୍ରା କଲା, ହୁଏତ କେହି ଭାବିନଥିବେ ଯେ ମେଡାଲ ପାଇଁ ୪୧ ବର୍ଷ ପ୍ରତୀକ୍ଷା ଏଥର ଶେଷ ହେବ ଏବଂ ଶ୍ରୀଜେଶଙ୍କର ଅଧୁରା ସ୍ୱପ୍ନ ମଧ୍ୟ। ଏବେ ଭାରତୀୟ ପୁରୁଷ ହକି ଟିମ୍ ଟୋକିଓରେ ଇତିହାସ ରଚିସାରିଛନ୍ତି। ଏହି ଯାତ୍ରାର ହିରୋ ସାଜିଥିବା ଶ୍ରୀଜେଶଙ୍କ ଯୋଗଦାନକୁ ଆଦୌ ଭୁଲି ହେବ ନାହିଁ।

ପିଆର୍ ଶ୍ରୀଜେଶଙ୍କୁ ତାଙ୍କ ସାଥୀ ଖେଳାଳିମାନେ ଟିମର ଏକ ମଜଭୁତ୍ ଢାଲ ବୋଲି କହନ୍ତି। ଭାରତୀୟ ହକି ଟିମର କ୍ୟାପଟେନ୍ ମନପ୍ରୀତ ସିଂହ ନିକଟରେ ଏକ ନ୍ୟୁଜ୍ ପୋର୍ଟାଲ ସହ ସାକ୍ଷାତକାରରେ କହିଥିଲେ ଯେ ‘ଶ୍ରୀଜେଶ ସବୁଥର ଆମକୁ ଜୀବନଦାନ ଦିଅନ୍ତି, ଏଥିପାଇଁ ଆମେ ତାଙ୍କୁ ୱାଲ୍ କହୁ। ଶ୍ରୀଜେଶ ଭାରତୀୟ ପୁରୁଷ ହକି ଟିମର ସିନିୟର ଖେଳାଳି ଏବଂ ୨୦୦୬ରୁ ଟିମର ସଦସ୍ୟ ରହିଆସିଛନ୍ତି।

ଟୋକିଓ ଅଲିମ୍ପିକ୍ସରେ ପ୍ରଥମ ମ୍ୟାଚ୍ ହେଉ କିମ୍ବା କ୍ୱାର୍ଟର୍ ଫାଇନାଲ କିମ୍ବା ସେମିଫାଇନାଲ୍ ବଡ଼ି ମ୍ୟାଚ୍ ହେଉ, ଶ୍ରୀଜେଶ ପ୍ରତିଥର ଦେଖାଇଛନ୍ତି ଯେ ଟିମ୍ କାହିଁକି ତାଙ୍କୁ ୱାଲ୍ ବୋଲି ସମ୍ବୋଧନ କରେ। ଶ୍ରୀଜେଶଙ୍କର ଦମଦାର ଡିଫେନ୍ସ ବଳରେ ହିଁ ଭାରତ ଜର୍ମାନୀ ଉପରେ ଥରେ ଲିଡ୍ ହାସଲ କରିବା ପରେ ଆଉ ପଛକୁ ଫେରି ଚାହିଁନାହିଁ। ଶ୍ରୀଜେଶଙ୍କ ଡିଫେନ୍ସ ଦମରେ ହିଁ ଭାରତୀୟ ଟିମ୍ ଗୁରୁବାର ବ୍ରୋଞ୍ଜ ପଦକ ଜିତିବାରେ ସଫଳ ହୋଇଛି।

ଶ୍ରୀଜେଶ ଅନେକ ବଡ଼ ଟୁର୍ଣ୍ଣାମେଣ୍ଟରେ ଭାରତୀୟ ଟିମର ପ୍ରତିନିଧିତ୍ୱ କରିସାରିଛନ୍ତି। ୨୦୧୬ରେ ତାଙ୍କୁ ଭାରତୀୟ ହକି ଟିମର କ୍ୟାପଟେନ୍ କରାଯାଇଥିଲା। ରିଓ ଅଲିମ୍ପିକ୍ସରେ ତାଙ୍କ ନେତୃତ୍ୱରେ ଭାରତ କ୍ୱାର୍ଟର୍ ଫାଇନାଲରେ ପହଞ୍ଚିଥିଲା। ସେହିପରି ତାଙ୍କ କ୍ୟାପଟେନ୍ସିରେ ଭାରତୀୟ ଟିମ୍ ୨୦୧୬ରେ ଚାମ୍ପିୟନ୍ସ ଟ୍ରଫିରେ ରୌପ୍ୟ ପଦକ ଜିତିଥିଲା। ଏହାବ୍ୟତୀତ ୨୦୧୧ରେ ଏସିଆନ୍ ଚାମ୍ପିୟନ୍ସ ଟ୍ରଫିର ଫାଇନାଲରେ ଶ୍ରୀଜେଶ ପାକିସ୍ତାନ ବିପକ୍ଷରେ ଦୁଇଟି ପେନାଲ୍ଟି ଷ୍ଟ୍ରୋକ୍ ରୋକି ଭାରତକୁ ଟାଇଟଲ୍ ଜିତାଇଥିଲେ।

୨୦୧୪ ଓ ୨୦୧୮ ଚାମ୍ପିୟନ୍ସ ଟ୍ରଫିରେ ସେ ‘ଗୋଥକିପର ଅଫ୍ ଦି ଟୁର୍ଣ୍ଣାମେଣ୍ଟ ବିବେଚିତ ହୋଇଥିଲେ। ଶ୍ରୀଜେଶ ପିଲାଦିନରୁ ଭଲିବଲ୍ ଓ ଲଙ୍ଗଜମ୍ପରେ କ୍ୟାରିୟର ଆରମ୍ଭ କରିବାକୁ ଚାହୁଁଥିଲେ। ହେଲେ ପରେ ସେ ହକିରେ କ୍ୟାରିୟର ଗଢ଼ିଥିଲେ। ପରେ ସେ ଭାରତୀୟ ଜୁନିୟର ହକି ଟିମରେ ସ୍ଥାନ ପାଇଥିଲେ। ଏହା ପରଠାରୁ ଶ୍ରୀଜେଶ ଆଉ ପଛକୁ ଚାହିଁ ନାହାନ୍ତି। ହକିରେ ତାଙ୍କର ଯୋଗଦାନ ପାଇଁ ଶ୍ରୀଜେଶଙ୍କୁ ୨୦୧୭ରେ ପଦ୍ମଶ୍ରୀ ପୁରସ୍କାରରେ ସମ୍ମାନିତ କରାଯାଇଥିଲା।

Related story