ଭୁବନେଶ୍ୱର: ଆଜି ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ହକି ଇଣ୍ଡିଆ ଲିଗର ୧୯ତମ ମ୍ୟାଚ୍ କଳିଙ୍ଗ ଲାନସର୍ସ ଓ ରାଞ୍ଚି ରେଜ୍ ମଧ୍ୟରେ ଖେଳାଯିବ। ଚଳିତ ସିଜିନରେ ରାଞ୍ଚି ଦ୍ୱିତୀୟ ଥର ପାଇଁ କଳିଙ୍ଗ ଲାନସର୍ସକୁ ଭେଟିବାକୁ ଯାଉଛି। ଏହି ମ୍ୟାଚ୍ ସନ୍ଧ୍ୟା ୬ଟାରେ ଖେଳାଯିବ।
ଜାନୁୟାରୀ ୨୮ରେ ରାଞ୍ଚିରେ ଖେଳାଯାଇଥିବା ମ୍ୟାଚରେ ରାଞ୍ଚି ରେଜ୍ଠାରୁ ୩-୨ରେ ହାରିଥିଲା କଳିଙ୍ଗ ଲାନସର୍ସ। ଗତ ପରାଜୟର ପ୍ରତିଶୋଧ ନେବାକୁ ଲାନସର୍ସ ନିଶ୍ଚିତ ପ୍ରାୟସ କରିବ।
ରବିବାର ହକି ଇଣ୍ଡିଆର ୧୮ତମ ମ୍ୟାଚ୍ରେ ଜେପି ୱାରିୟର୍ସଠାରୁ ୪-୧ରେ କଳିଙ୍ଗ ଲାନସର୍ସ ହାରିଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।