ଶେଷ ଲିଗ୍‌ରେ ହାରିଲା ଭାରତ: ୦-୨ରେ ଜର୍ମାନୀ ବିଜୟୀ

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ୱେର୍ଲ୍ଡ ଲିଗ୍ ଫାଇନାଲରେ ଭାରତ ପୁଣି ଏକ ପରାଜୟ ବରଣ କରିଛି। ଆଜି ଲିଗ୍‌ର ଶେଷ ମ୍ୟାଚରେ ଜର୍ମାନୀଠାରୁ ପରାସ୍ତ ହୋଇଛି ଟିମ ଇଣ୍ଡିଆ। ରିଓ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଜର୍ମାନୀ ଘରୋଇ ଦଳକୁ ୨-୦ ଗୋଲରେ ପରାସ୍ତ କରିଛି। ମ୍ୟାଚର ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ୱାର୍ଟରର ଆରମ୍ଭରୁ ମର୍ଟିନ ହେନେର ଜର୍ମାନୀ ପକ୍ଷରୁ ପ୍ରଥମ ଗୋଲ କରିଥିଲେ। ୪ ମିନିଟ ପରେ ମ୍ୟାଟ ଗ୍ରାମବୁଶ […]

hocky

hocky

Rakesh Mallick
  • Published: Monday, 04 December 2017
  • Updated: 04 December 2017, 10:00 PM IST

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ହକି ୱେର୍ଲ୍ଡ ଲିଗ୍ ଫାଇନାଲରେ ଭାରତ ପୁଣି ଏକ ପରାଜୟ ବରଣ କରିଛି। ଆଜି ଲିଗ୍‌ର ଶେଷ ମ୍ୟାଚରେ ଜର୍ମାନୀଠାରୁ ପରାସ୍ତ ହୋଇଛି ଟିମ ଇଣ୍ଡିଆ। ରିଓ ଅଲିମ୍ପିକ ବ୍ରୋଞ୍ଜ ପଦକ ବିଜେତା ଜର୍ମାନୀ ଘରୋଇ ଦଳକୁ ୨-୦ ଗୋଲରେ ପରାସ୍ତ କରିଛି।

ମ୍ୟାଚର ପ୍ରଥମ କ୍ୱାର୍ଟର ଗୋଲଶୂନ୍ୟ ରହିବା ପରେ ଦ୍ୱିତୀୟ କ୍ୱାର୍ଟରର ଆରମ୍ଭରୁ ମର୍ଟିନ ହେନେର ଜର୍ମାନୀ ପକ୍ଷରୁ ପ୍ରଥମ ଗୋଲ କରିଥିଲେ। ୪ ମିନିଟ ପରେ ମ୍ୟାଟ ଗ୍ରାମବୁଶ ଦ୍ୱିତୀୟ ଗୋଲ ଦେଇ ଦଳକୁ ଲିଡ୍ ଦେଇଥିଲେ।

ଭାରତର ଏହା କ୍ରମାଗତ ଦ୍ୱିତୀୟ ପରାଜୟ। ଟୁର୍ଣ୍ଣାମେଣ୍ଟରେ ଭାରତ ୩ଟି ମ୍ୟାଚ ଖେଳି ଗୋଟିଏ ମ୍ୟାଚ ଡ୍ର ରଖିଥିବା ବେଳେ ଦୁଇଟିରେ ପରାସ୍ତ ହୋଇ ପଏଣ୍ଟ ଟେବୁଲର ଶେଷରେ ରହିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos