ଅବସର ସମ୍ପର୍କରେ ମୁହଁ ଖୋଲିଲେ ଧୋନି

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍‌ରେ ଧିମା ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହେଉଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ନାଁ ଧରୁନାହିଁ। ବରଂ ଦିନକୁ ଦିନ ଏହା ବଢ଼ି ଚାଲିଥିବାରୁ ଏ ସମ୍ପର୍କରେ ପ୍ରଥମଥର ପାଇଁ ଧୋନି ମୁହଁ ଖୋଲିଛନ୍ତି। ଆଜି ବିଶ୍ୱକପ୍‌ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଖେଳୁଥିବା ଧୋନି ଏକ ଭାବପ୍ରବଣ ମନ୍ତବ୍ୟ ଦେଇଛନ୍ତି। ଏବିପି ନ୍ୟୁଜ୍‌ର କ୍ରିକେଟ୍‌ ୱେବସାଇଟ୍‌ ‘ୱାହ କ୍ରିକେଟ୍‌.କମ୍‌’ରେ ଏସମ୍ପର୍କିତ ଖବର ପ୍ରକାଶ ପାଇଛି। ଧୋନି […]

aq

Hemant Lenka
  • Published: Saturday, 06 July 2019
  • , Updated: 06 July 2019, 04:11 PM IST

ନୂଆଦିଲ୍ଲୀ: ଚଳିତ ବିଶ୍ୱକପ୍‌ରେ ଧିମା ବ୍ୟାଟିଂ ପାଇଁ ସମାଲୋଚନାର ଶିକାର ହେଉଥିବା ମହେନ୍ଦ୍ର ସିଂହ ଧୋନିଙ୍କ ଅବସର ନେଇ ଚାଲିଥିବା ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିବାର ନାଁ ଧରୁନାହିଁ। ବରଂ ଦିନକୁ ଦିନ ଏହା ବଢ଼ି ଚାଲିଥିବାରୁ ଏ ସମ୍ପର୍କରେ ପ୍ରଥମଥର ପାଇଁ ଧୋନି ମୁହଁ ଖୋଲିଛନ୍ତି।

ଆଜି ବିଶ୍ୱକପ୍‌ରେ ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ଖେଳୁଥିବା ଧୋନି ଏକ ଭାବପ୍ରବଣ ମନ୍ତବ୍ୟ ଦେଇଛନ୍ତି। ଏବିପି ନ୍ୟୁଜ୍‌ର କ୍ରିକେଟ୍‌ ୱେବସାଇଟ୍‌ 'ୱାହ କ୍ରିକେଟ୍‌.କମ୍‌'ରେ ଏସମ୍ପର୍କିତ ଖବର ପ୍ରକାଶ ପାଇଛି।

ଧୋନି କ୍ଷୋଭର ସହିତ କହିଛନ୍ତି, “ମୁଁ ଜାଣିନି ମୁଁ କେବେ ଅବସର ନେବି। କିନ୍ତୁ କିଛି ଲୋକ ମୁଁ ଚଳିତ ବିଶ୍ୱକପ୍‌ର ଶ୍ରୀଲଙ୍କା ବିପକ୍ଷ ମ୍ୟାଚ୍‌ ପୂର୍ବରୁ ହିଁ ଅବସର ନେଇଯାଏ ବୋଲି ଚାହୁଁଛନ୍ତି। ଅବସର ନେବାର ସମୟ ଆସିଲେ, ମୁଁ ନିଜେ ଏସମ୍ପର୍କରେ ଘୋଷଣା କରିବି।”

ଜଣେ ବିସିସିଆଇ ଅଧିକାରୀ ନିଜ ନାଁ ଗୋପନ ରଖି କହିଛନ୍ତି, “ଆମେ ଜାଣିନୁ ଧୋନିଙ୍କ ମନରେ କ’ଣ ଚାଲିଛି। କିନ୍ତୁ ବିଶ୍ୱକପ୍‌ ପରେ ଯେ ଭାରତ ପକ୍ଷରୁ କ୍ରିକେଟ୍‌ ଖେଳିବେ, ତା’ର ସମ୍ଭାବନା କମ୍‌। ଯେହେତୁ ଧୋନି ଅପ୍ରତ୍ୟାଶିତ ଢଙ୍ଗରେ ୩ଟି ଯାକ ଫର୍ମାଟର ଅଧିନାୟକ ପଦ ଛାଡ଼ିଲେ, ତେଣୁ ଏବେ ସେ କେମିତି କ୍ରିକେଟକୁ ଅଲବିଦା କହୁଛନ୍ତି, ସେକଥା ପୂର୍ବରୁ ଆକଳନ କରାଯିବା ସମ୍ଭବ ନୁହେଁ।”

୨୦୨୦ରେ ଟି-୨୦ ବିଶ୍ୱକପ୍‌ ହେବ। ଏହାକୁ ଦୃଷ୍ଟିରେ ରଖି ଧୋନି ତାଙ୍କର 'ଅବସର' ନିଷ୍ପତ୍ତି ଖୁବଶୀଘ୍ର ଜଣାଇବେ ବୋଲି କୁହାଯାଉଛି।

Related story