ଚହଲ୍ ଭାରତର ସର୍ବାଧିକ ୱିକେଟଟେକର୍‌

ହାଇଦ୍ରାବାଦ: ଏଠାରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ରେ ଦୁଇ ୱିକେଟ୍ ନେଇ ନୂଆ କୀର୍ତ୍ତିମାନ କରିଛନ୍ତି। ସେ ଟି-୨୦ ମୋଟ ୫୨ ମ୍ୟାଚ୍ ୱିକେଟ୍ ନେଇ ଭେଟେରାନ୍ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସହ ଭାରତର ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି। ଅଶ୍ୱିନ୍ ୪୬ ମ୍ୟାଚରେ ୫୨ ୱିକେଟ୍ ନେଇଥିବା ବେଳେ ଚହଲ୍ ମାତ୍ର ୩୫ ମ୍ୟାଚରେ ସମାନ ସଫଳତା ହାସଲ କରିଛନ୍ତି। ଚହଲ୍ ଆଜି ଦୁଇଟି ୱିକେଟ୍ ନେବା ସହ ଯଶପ୍ରୀତ ବୁମ୍ରାଙ୍କୁ […]

CHAHAL

Ranjit Kumar Jena
  • Published: Friday, 06 December 2019
  • , Updated: 06 December 2019, 09:50 PM IST

ହାଇଦ୍ରାବାଦ: ଏଠାରେ ଖେଳାଯାଇଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ପ୍ରଥମ ଟି-୨୦ରେ ଦୁଇ ୱିକେଟ୍ ନେଇ ନୂଆ କୀର୍ତ୍ତିମାନ କରିଛନ୍ତି। ସେ ଟି-୨୦ ମୋଟ ୫୨ ମ୍ୟାଚ୍ ୱିକେଟ୍ ନେଇ ଭେଟେରାନ୍ ଅଫ୍ ସ୍ପିନର୍ ରବିଚନ୍ଦ୍ରନ୍ ଅଶ୍ୱିନଙ୍କ ସହ ଭାରତର ସର୍ବାଧିକ ୱିକେଟ ହାସଲକାରୀ ବୋଲର ହୋଇଛନ୍ତି।

ଅଶ୍ୱିନ୍ ୪୬ ମ୍ୟାଚରେ ୫୨ ୱିକେଟ୍ ନେଇଥିବା ବେଳେ ଚହଲ୍ ମାତ୍ର ୩୫ ମ୍ୟାଚରେ ସମାନ ସଫଳତା ହାସଲ କରିଛନ୍ତି। ଚହଲ୍ ଆଜି ଦୁଇଟି ୱିକେଟ୍ ନେବା ସହ ଯଶପ୍ରୀତ ବୁମ୍ରାଙ୍କୁ ପଛରେ ପକାଇ ଦେଇଛନ୍ତି। ବୁମ୍ରା ୪୨ ମ୍ୟାଚ୍ ଖେଳି ୫୧ ୱିକେଟ୍ ନେଇଛନ୍ତି। ତାଙ୍କ ପରକୁ ଭୁବନେଶ୍ୱର କୁମାର ୪୧ ମ୍ୟାଚରେ ୩୯ ୱିକେଟ୍ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି। ଟି-୨୦ରେ ଚହଲଙ୍କ ସର୍ବଶ୍ରେଷ୍ଠ ଫିଗର୍ ୬/୨୫ ରହିଛି।

Related story