ମ୍ୟାଚ୍ ପୂର୍ବରୁ ଏମିତି କହିଲେ ଆୟର୍‌

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀରେ ଖେଳାଯିବାକୁଥିବା ନିର୍ଣ୍ଣାୟକ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ କ୍ରିକେଟପ୍ରେମୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ମ୍ୟାଚ୍ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟର୍ କହିଛନ୍ତି, ବିଶାଖାପାଟଣାରେ ଆମ ପାଇଁ ‘କର ବା ମର’ ମ୍ୟାଚ୍ ଥିଲା। ଯଦି ଆମେ ଏହି ମ୍ୟାଚ୍ ହାରିଯାଇଥାନ୍ତୁ, ତାହେଲେ ସିରିଜ୍ ହାତରୁ ଚାଲିଯାଇଥାନ୍ତା। ଆମେ ତୃତୀୟ ମ୍ୟାଚରେ ସେହି ମାନସିକତା ନେଇ ମଇଦାନକୁ ଓହ୍ଲାଇବୁ। ଦ୍ୱିତୀୟ ଦିନିକିଆରେ ଆୟର୍ ବିସ୍ଫୋରକ ବ୍ୟାଟିଂ […]

iyer

Ranjit Kumar Jena
  • Published: Saturday, 21 December 2019
  • , Updated: 21 December 2019, 08:50 PM IST

କଟକ (ଓଡ଼ିଶା ରିପୋର୍ଟର): ବାରବାଟୀରେ ଖେଳାଯିବାକୁଥିବା ନିର୍ଣ୍ଣାୟକ ଦିନିକିଆ ପୂର୍ବରୁ ଟିମ୍ ଇଣ୍ଡିଆର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର୍ କ୍ରିକେଟପ୍ରେମୀଙ୍କୁ ବଡ଼ ପ୍ରତିଶ୍ରୁତି ଦେଇଛନ୍ତି। ମ୍ୟାଚ୍ ପୂର୍ବରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଆୟର୍ କହିଛନ୍ତି, ବିଶାଖାପାଟଣାରେ ଆମ ପାଇଁ 'କର ବା ମର' ମ୍ୟାଚ୍ ଥିଲା। ଯଦି ଆମେ ଏହି ମ୍ୟାଚ୍ ହାରିଯାଇଥାନ୍ତୁ, ତାହେଲେ ସିରିଜ୍ ହାତରୁ ଚାଲିଯାଇଥାନ୍ତା। ଆମେ ତୃତୀୟ ମ୍ୟାଚରେ ସେହି ମାନସିକତା ନେଇ ମଇଦାନକୁ ଓହ୍ଲାଇବୁ।

ଦ୍ୱିତୀୟ ଦିନିକିଆରେ ଆୟର୍ ବିସ୍ଫୋରକ ବ୍ୟାଟିଂ କରିଥିଲେ। ସେ ମାତ୍ର ୩୨ ବଲରେ ୫୩ ରନର ଇନିଂସ୍ ଖେଳିଥିଲେ। ଏହି ମ୍ୟାଚରେ ନିଜ ପ୍ରଦର୍ଶନ ସମ୍ବନ୍ଧରେ ଆୟର୍ କହିଛନ୍ତି, ପରିସ୍ଥିତି ଯାହା ଡିମାଣ୍ଡ କରୁଥିଲା, ମୁଁ ସେହି ହିସାବରେ ବ୍ୟାଟିଂ କରିଥିଲି। ଏହି ମ୍ୟାଚରେ ମୁଁ ଚତୁର୍ଥ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିଲି। ଟିମକୁ ଯେତେବେଳେ ଭାଗୀଦାରୀର ଆବଶ୍ୟକତା ଥିଲା, ମୋତେ ମ୍ୟାନେଜମେଣ୍ଟ ବଡ଼ ଶଟ୍ ଖେଳିବାକୁ ମନା କରିଥିଲା। ତେଣୁ ମୁଁ ମୋ ଶଟକୁ ନିୟନ୍ତ୍ରଣରେ ରଖିଥିଲି।

ପ୍ରଥମଶ୍ରେଣୀ କ୍ରିକେଟ୍ ଖେଳୁଥିଲା ବେଳେ ମୁଁ ଆକ୍ରମଣାତ୍ମକ ବ୍ୟାଟିଂ କରୁଥିଲି ଏବଂ କେବେବି ନିଜ ଉପରକୁ ଦାୟିତ୍ୱ ନେଉ ନଥିଲି। ଏହା ପରେ ମୁଁ ନିଜ ଖେଳରେ ପରିପକ୍ୱତା ଆଣିବାକୁ ପ୍ରୟାସ କରିଥିଲି। ମୁଁ ବଡ଼ ଶଟ୍ ଖେଳିପାରେ ଏବଂ ଏକ ରନ୍ ମଧ୍ୟ ନେଇପାରେ। ମୁଁ ନିଜ ଖେଳକୁ ଭଲ ଭାବେ ଜାଣିଛି ଏବଂ ସେହି ଅନୁସାରେ ଖେଳେ। ଆସନ୍ତାକାଲି ମ୍ୟାଚରେ ମଧ୍ୟ ମୁଁ ପରିସ୍ଥିତି ଅନୁଯାୟୀ ବ୍ୟାଟିଂ କରିବି ବୋଲି ଆୟର୍ କହିଛନ୍ତି। ଏହାଛଡ଼ା ଆୟର ବାରବାଟୀକୁ ଟିମ୍ ଇଣ୍ଡିଆର ଅଭ୍ୟାସ ଦେଖିବାକୁ ଆସିଥିବା ଦର୍ଶକଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ଅଭ୍ୟାସ ବେଳେ ଏତେ ସଂଖ୍ୟକ ଦର୍ଶକ ଆସିବା, ଆମ ମନୋବଳକୁ ବୃଦ୍ଧି କରାଇଛି।

Related story