"ଆବେଗକୁ ନିୟନ୍ତ୍ରଣ କରିବାରେ ମୁଁ ଦକ୍ଷ"

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି ‘କ୍ୟାପଟେନ୍ କୁଲ୍’ ଭାବେ ପରିଚିତ। ମଇଦାନରେ କିପରି ନିଜ ଆବେଗକୁ ନିୟନ୍ତ୍ରଣ କରିବାକୁ ହୁଏ, ତାହା ହୁଏତ ଧୋନିଙ୍କଠାରୁ ଭଲଭାବେ କେହି ଜାଣି ନଥିବେ। କୌଣସି ପରିସ୍ଥିତିକୁ ସେ ସହଜରେ ହ୍ୟାଣ୍ଡଲ୍ କରିପାରନ୍ତି। ତେବେ କ୍ରିକେଟ୍ ମଇଦାନରେ ସବୁ ପରିସ୍ଥିତିରେ ନିଜକୁ ଏତେ ନିୟନ୍ତ୍ରଣ କେମିତି କରନ୍ତି, ତାହା ଖୋଦ୍ ମାହି ଖୁଲାସା କରିଛନ୍ତି। ଧୋନି କହିଛନ୍ତି, “ମୁଁ ବି ଅନ୍ୟମାନଙ୍କ ଜଣେ ସାଧାରଣ ମଣିଷ, […]

msd

msd

Ranjit Kumar Jena
  • Published: Wednesday, 16 October 2019
  • Updated: 16 October 2019, 07:36 PM IST

Sports

Latest News

ନୂଆଦିଲ୍ଲୀ: ଟିମ୍ ଇଣ୍ଡିଆର ପୂର୍ବତନ କ୍ୟାପଟେନ୍ ମହେନ୍ଦ୍ର ସିଂହ ଧୋନି 'କ୍ୟାପଟେନ୍ କୁଲ୍' ଭାବେ ପରିଚିତ। ମଇଦାନରେ କିପରି ନିଜ ଆବେଗକୁ ନିୟନ୍ତ୍ରଣ କରିବାକୁ ହୁଏ, ତାହା ହୁଏତ ଧୋନିଙ୍କଠାରୁ ଭଲଭାବେ କେହି ଜାଣି ନଥିବେ। କୌଣସି ପରିସ୍ଥିତିକୁ ସେ ସହଜରେ ହ୍ୟାଣ୍ଡଲ୍ କରିପାରନ୍ତି। ତେବେ କ୍ରିକେଟ୍ ମଇଦାନରେ ସବୁ ପରିସ୍ଥିତିରେ ନିଜକୁ ଏତେ ନିୟନ୍ତ୍ରଣ କେମିତି କରନ୍ତି, ତାହା ଖୋଦ୍ ମାହି ଖୁଲାସା କରିଛନ୍ତି।

ଧୋନି କହିଛନ୍ତି, "ମୁଁ ବି ଅନ୍ୟମାନଙ୍କ ଜଣେ ସାଧାରଣ ମଣିଷ, କିନ୍ତୁ ଅନ୍ୟ ବ୍ୟକ୍ତିଙ୍କ ତୁଳନାରେ ମୁଁ ନିଜ ଆବେଗକୁ ଉନ୍ନତ ଢ଼ଙ୍ଗରେ କାବୁ କରେ। ଧୋନି ବିପରୀତ ପରିସ୍ଥିତିରୁ ମୁକୁଳିବା ସମ୍ବନ୍ଧରେ କହିଛନ୍ତି, ସମସ୍ତଙ୍କ ଭଳି ମୁଁ ମଧ୍ୟ ପରାଜୟରେ ନିରାଶ ହୁଏ। ବେଳେବେଳେ ମୋତେ ଭୀଷଣ ରାଗ ମଧ୍ୟ ଲାଗେ। ବଡ଼ କଥା ହେଉଛି, ଏଭଳି ପରିସ୍ଥିତି  (କଠିନ) ଆଦୌ ରଚନାତ୍ମକ ନୁହେଁ। ଏହା ପରିସ୍ଥିତି ଅନୁଯାୟୀ ଘଟିଥାଏ। ଏଭଳି ସ୍ଥିତିରେ ସମସ୍ୟାର ଜାଲ ବୁଣିବା ବଦଳରେ ସମାଧାନର ବାଟ ଖୋଜିବା ମୋ ପାଇଁ ଫଳପ୍ରଦ ସାବ୍ୟସ୍ତ ହୋଇଥାଏ। ଏଭଳି ଆବେଗକୁ ମୁଁ ସର୍ବଦା ଅଣଦେଖା କରେ। ଏହା ବଦଳରେ ମୁଁ ପରବର୍ତ୍ତୀ ଯୋଜନା ସମ୍ବନ୍ଧରେ ଚିନ୍ତା କରେ। ଯେତେବେଳେ ମୁଁ ଏଭଳି ଚିନ୍ତା କରିବାରେ ଲାଗେ, ସେତେବେଳେ ମୁଁ ମୋ ଭାବନାକୁ କାବୁ କରିବାରେ ସଫଳ ହୁଏ। ମୁଁ କ୍ୟାପଟେନ୍ ଥିଲା ବେଳେ ସର୍ବଦା ଏସବୁ କଥା ଉପରେ ଗୁରୁତ୍ୱ ଦିଏ।"

ଧୋନି ଆହୁରି କହିଛନ୍ତି, "ଟେଷ୍ଟ ମ୍ୟାଚରେ ଜଣଙ୍କ ପାଖରେ ଦୁଇଟି ଇନିଂସ୍ ଥାଏ ଏବଂ ଏଥିରେ ରଣନୀତି ପ୍ରସ୍ତୁତ କରିବା ପାଇଁ ମଧ୍ୟ ଅତିରିକ୍ତ ସମୟ ମିଳିଥାଏ। କିନ୍ତୁ ଟି-୨୦ରେ ସବୁକିଛି ଜଲଦି ଜଲଦି ଘଟିଥାଏ, ତେଣୁ ଏଥିରେ ଭିନ୍ନ ଚିନ୍ତାଧାରାର ଆବଶ୍ୟକ ହୋଇଥାଏ ବୋଲି ଧୋନି କହିଛନ୍ତି। "ସୂଚନାଯୋଗ୍ୟ, ଜୁଲାଇରେ ବିଶ୍ୱକପ୍ ସେମିଫାଇନାଲରେ ଭାରତର ପରାଜୟ ପରେ ଧୋନିଙ୍କ ଭବିଷ୍ୟତକୁ ନେଇ ଚର୍ଚ୍ଚା ଜାରି ରହିଛି। ସେ ବର୍ତ୍ତମାନ କ୍ରିକେଟରୁ କିଛି ସମୟର ବ୍ରେକ୍ ନେଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos