ରନ୍ ନ କରିପାରିଲେ ନିରାଶ ହୁଏ: ରିଷଭ ପନ୍ତ

ନୂଆଦିଲ୍ଲୀ: ଗତକାଲି ଭାରତ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ବିଜୟୀ ହୋଇଛି। ଦଳ ତିନୋଟି ଯାକ  ଟି-ଟ୍ୱେଣ୍ଟି ମ୍ୟାଚ ଜିତି କ୍ଲିନ୍ ସୁଇପ୍ କରିଛି। ତେବେ ପ୍ରଥମ ଦୁଇଟି ମ୍ୟାଚରେ ଖରାପ ପ୍ରଦର୍ଶନ କରିଥିବା ଦଳର ଓ୍ୱିକେଟ୍ କିପର୍ ରିଷଭ ପନ୍ତ ଅନ୍ତିମ ମ୍ୟାଚରେ ଭଲ ସ୍କୋର୍ କରିଥିଲେ। ଯାହା ତାଙ୍କୁ ଆଶ୍ୱସ୍ତି ଆଣି ଦେଇଛି ବୋଲି ବିସିସିଆଇ ଟିଭିରେ ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ସେ କହିଛନ୍ତି।   ସେ କହିଛନ୍ତି ରନ୍ […]

PANT ROHIT

Subhransu Sekhar
  • Published: Wednesday, 07 August 2019
  • , Updated: 07 August 2019, 02:28 PM IST

ନୂଆଦିଲ୍ଲୀ: ଗତକାଲି ଭାରତ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ତୃତୀୟ ଟି-ଟ୍ୱେଣ୍ଟି ମ୍ୟାଚରେ ବିଜୟୀ ହୋଇଛି। ଦଳ ତିନୋଟି ଯାକ  ଟି-ଟ୍ୱେଣ୍ଟି ମ୍ୟାଚ ଜିତି କ୍ଲିନ୍ ସୁଇପ୍ କରିଛି। ତେବେ ପ୍ରଥମ ଦୁଇଟି ମ୍ୟାଚରେ ଖରାପ ପ୍ରଦର୍ଶନ କରିଥିବା ଦଳର ଓ୍ୱିକେଟ୍ କିପର୍ ରିଷଭ ପନ୍ତ ଅନ୍ତିମ ମ୍ୟାଚରେ ଭଲ ସ୍କୋର୍ କରିଥିଲେ। ଯାହା ତାଙ୍କୁ ଆଶ୍ୱସ୍ତି ଆଣି ଦେଇଛି ବୋଲି ବିସିସିଆଇ ଟିଭିରେ ଉପ ଅଧିନାୟକ ରୋହିତ ଶର୍ମାଙ୍କୁ ସେ କହିଛନ୍ତି।

 

ସେ କହିଛନ୍ତି ରନ୍ ନ କରିପାରିଲେ ନିରାଶ ହୋଇଯାଆନ୍ତି। ଗତ ଦୁଇଟି ମ୍ୟାଚରେ ରନ୍ କରିପାରିନଥିଲେ ବୋଲି ନିରାଶ ହୋଇଯାଇଥିଲେ। ଏବେ କିନ୍ତୁ ଆତ୍ମସନ୍ତୋଷ ଅନୁଭବ କରୁଥିବା ଋଷଭ ପନ୍ତ କହିଛନ୍ତି।

https://twitter.com/BCCI/status/1158943344854220801

ଗତକାଲି ଘରୋଇ ଦଳ ୱେଷ୍ଟ ଇଣ୍ଡିଜ ବିପକ୍ଷରେ ୪୨ ବଲରେ ୬୫ ରନ୍ କରିଥିଲେ ରିଷଭ ପନ୍ତ। ଯେଉଁଥିରେ ୪ଟି ଚୌକା ଏବଂ ୪ଟି ଛକ୍କା ସାମିଲ୍ ଥିଲା। ପରିଣାମସ୍ୱରୂପ ନିର୍ଦ୍ଧାରିତ ଓଭର ଶେଷ ହେବାର ୪ଟି ବଲ୍ ପୂର୍ବରୁ ଦଳ ୧୪୭ ରନର ଟାର୍ଗେଟ ଅତିକ୍ରମ କରିବାରେ ସଫଳ ହୋଇଥିଲା।

ବିଶ୍ୱକପରେ ସେମିଫାଇନାଲ ମ୍ୟାଚରେ ନ୍ୟୁଜିଲ୍ୟାଣ୍ଡ ବିପକ୍ଷରେ ଏହି ୨୧ ବର୍ଷୀୟ ଦିଲ୍ଲୀ ଖେଳାଳି ଭଲ ସ୍କୋର କରି ପାରିନଥିଲେ। ଏହାପରେ ସେ ସମାଲୋଚନାର ଶିକାର ହୋଇଥିଲେ। ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜରେ ଧୋନି ସାମିଲ୍ ହୋଇନଥିବାରୁ ପନ୍ତ ଦଳ ପାଇଁ ଓ୍ୱିକେଟ୍ କିପିଂ କରୁଛନ୍ତି।

Related story