ଆଇସିସିରେ ନିଜ କାର୍ଯ୍ୟକାଳ ବଢ଼ାଇବେନି ଶଶାଙ୍କ ମନୋହର

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଚେୟାରମ୍ୟାନ୍ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ୨୦୨୦ ମେ’ ମାସରେ ଶେଷ ହୋଇଯିବ। ଏହା ପରେ ସେ ନିଜ କାର୍ଯ୍ୟକାଳକୁ ଆଉ ବଢ଼ାଇବେ ନାହିଁ ବୋଲି ଖୋଦ୍ ମନୋହର କହିଛନ୍ତି। ଅନେକ ଚାହାନ୍ତି ଯେ, ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଆଇସିସିରେ ନିଜ କାର୍ଯ୍ୟକାଳକୁ ଜାରି ରଖନ୍ତୁ, କିନ୍ତୁ ମନୋହର ଏହା ଚାହାନ୍ତି ନାହିଁ। ମନୋହର କହିଛନ୍ତି, ମୁଁ ଆଉ ଦୁଇବର୍ଷର କାର୍ଯ୍ୟକାଳ ଚାହୁଁ ନାହିଁ। ଅନେକ ନିର୍ଦ୍ଦେଶକ ମୋତେ ପଦବୀରେ ରହିବା […]

manohar

Ranjit Kumar Jena
  • Published: Tuesday, 10 December 2019
  • , Updated: 10 December 2019, 08:13 PM IST

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି)ର ଚେୟାରମ୍ୟାନ୍ ଶଶାଙ୍କ ମନୋହରଙ୍କ କାର୍ଯ୍ୟକାଳ ୨୦୨୦ ମେ' ମାସରେ ଶେଷ ହୋଇଯିବ। ଏହା ପରେ ସେ ନିଜ କାର୍ଯ୍ୟକାଳକୁ ଆଉ ବଢ଼ାଇବେ ନାହିଁ ବୋଲି ଖୋଦ୍ ମନୋହର କହିଛନ୍ତି। ଅନେକ ଚାହାନ୍ତି ଯେ, ବିସିସିଆଇର ପୂର୍ବତନ ଅଧ୍ୟକ୍ଷ ଆଇସିସିରେ ନିଜ କାର୍ଯ୍ୟକାଳକୁ ଜାରି ରଖନ୍ତୁ, କିନ୍ତୁ ମନୋହର ଏହା ଚାହାନ୍ତି ନାହିଁ।

ମନୋହର କହିଛନ୍ତି, ମୁଁ ଆଉ ଦୁଇବର୍ଷର କାର୍ଯ୍ୟକାଳ ଚାହୁଁ ନାହିଁ। ଅନେକ ନିର୍ଦ୍ଦେଶକ ମୋତେ ପଦବୀରେ ରହିବା ପାଇଁ ପରାମର୍ଶ ଦେଇଛନ୍ତି, କିନ୍ତୁ ମୁଁ ସେମାନଙ୍କୁ ସ୍ପଷ୍ଟ କରିଦେଇଛି ଯେ ପଦବୀରେ ରହିବା ପାଇଁ ଆଉ ମୋର ଇଚ୍ଛା ନାହିଁ। ମୁଁ ପାଞ୍ଚବର୍ଷ ଧରି ଚେୟାରମ୍ୟାନ୍ ପଦବୀରେ ରହିଲି। ମୋ ଚିନ୍ତାଧାର ସମ୍ପୂର୍ଣ୍ଣ ସ୍ପଷ୍ଟ ଏବଂ ମୁଁ ୨୦୨୦ ଜୁନ୍ ମାସ ପରେ ନିଜ ପଦବୀରେ ଆଉ ରହିବି ନାହିଁ। ମୋର ଉତ୍ତରାଧିକାରୀ କିଏ ହେବ, ତାହା ମେ' ମାସରେ ଜଣାପଡ଼ିଯିବ।

ସୂଚନାଯୋଗ୍ୟ, ମନୋହର ୨୦୧୬ରେ ଆଇସିସିର ପ୍ରଥମ ସ୍ୱାଧୀନ ଚେୟାରମ୍ୟାନ୍ ହୋଇଥିଲେ। ୨୦୧୮ରେ ସେ ପୁନର୍ବାର ନିର୍ବାଚିତ ହୋଇଥିଲେ। ଆଇସିସିରେ ନିଜ କାର୍ଯ୍ୟକାଳ ସମୟରେ ସେ ଏଭଳି କିଛି ନିଷ୍ପତ୍ତି ନେଇଛନ୍ତି, ଯାହା ବିସିସିଆଇକୁ ବହୁତ ନିରାଶ କରିଛି।

Related story