ପିଟି ଉଷାଙ୍କୁ ‌ଆଇଏଏଏଫ୍‌ର ସମ୍ମାନଜନକ ପୁରସ୍କାର

ଦୋହା: ପୂର୍ବତନ ଭାରତୀୟ ଆଥେଲଟ ତଥା ଅଲମ୍ପିୟାନ ପିଟି ଉଷାଙ୍କୁ ଅନ୍ତର୍ଜାତୀୟ ଆଥଲେଟିକ୍‌ ସଂଘର ସମ୍ମାନଜନକ ଭେଟରାନ୍‌ ପିନ୍‌ ଆୱାର୍ଡରେ ସମ୍ମାନିତ କରାଯାଇଛି। ଦୋହାଠାରେ ଆୟୋଜିତ ୫୨ତମ ଆଇଏଏଏଫ୍‌ କନଫରେନ୍ସରେ ଯୋଗଦେଇ ଉଷା ଏହି ସମ୍ମାନ ଗ୍ରହଣ କରିଛନ୍ତି। ଉଷା ଟ୍ୱିଟ କରି କହିଛନ୍ତି, “ମୋତେ ସମ୍ମାନଜନକ ଭେଟରାନ ପିନ୍‌ ଆୱର୍ଡ ମିଳିଥିବାରୁ ମୁଁ ଆଇଏଏଏଫ୍‌ ଓ ସଭାପତି ସେବାଷ୍ଟିଆନ୍‌ କୋଇଙ୍କୁ ଧନ୍ୟବାଦ ଜଣାଉଛି। ଆମ ଦେଶରେ ଆଥଲେଟକ୍ସର ଅଭିବୃଦ୍ଧି ପାଇଁ ମୁଁ ନିୟମିତ କାର୍ଯ୍ୟ କରି […]

q

Hemant Lenka
  • Published: Wednesday, 25 September 2019
  • , Updated: 25 September 2019, 05:00 PM IST

ଦୋହା: ପୂର୍ବତନ ଭାରତୀୟ ଆଥେଲଟ ତଥା ଅଲମ୍ପିୟାନ ପିଟି ଉଷାଙ୍କୁ ଅନ୍ତର୍ଜାତୀୟ ଆଥଲେଟିକ୍‌ ସଂଘର ସମ୍ମାନଜନକ ଭେଟରାନ୍‌ ପିନ୍‌ ଆୱାର୍ଡରେ ସମ୍ମାନିତ କରାଯାଇଛି। ଦୋହାଠାରେ ଆୟୋଜିତ ୫୨ତମ ଆଇଏଏଏଫ୍‌ କନଫରେନ୍ସରେ ଯୋଗଦେଇ ଉଷା ଏହି ସମ୍ମାନ ଗ୍ରହଣ କରିଛନ୍ତି।

ଉଷା ଟ୍ୱିଟ କରି କହିଛନ୍ତି, “ମୋତେ ସମ୍ମାନଜନକ ଭେଟରାନ ପିନ୍‌ ଆୱର୍ଡ ମିଳିଥିବାରୁ ମୁଁ ଆଇଏଏଏଫ୍‌ ଓ ସଭାପତି ସେବାଷ୍ଟିଆନ୍‌ କୋଇଙ୍କୁ ଧନ୍ୟବାଦ ଜଣାଉଛି। ଆମ ଦେଶରେ ଆଥଲେଟକ୍ସର ଅଭିବୃଦ୍ଧି ପାଇଁ ମୁଁ ନିୟମିତ କାର୍ଯ୍ୟ କରି ଚାଲିବି।”

୧୯୮୪ରେ ଲସ୍‌ ଆଞ୍ଜେଲ ଅଲମ୍ପିକରେ ପିଟି ୪୦୦ ମିଟର ଦୌଡ଼ରେ ଭାଗ ନେଇଥିଲେ। ମାତ୍ର ୧/୧୦୦ ସେକେଣ୍ଡ ପାଇଁ ବ୍ରୋଞ୍ଜ ପଦକ ପାଇବାରୁ ବଞ୍ଚିତ ହୋଇଥିଲେ। ୧୯୮୩ରେ ଅର୍ଜୁନ ଆୱର୍ଡ ପାଇଁ ଥିବା ଉଷା ୧୯୮୫ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ ହୋଇଥିଲେ।

Related story