୨୨ତମ ୱାର୍ଲ୍ଡ ଟାଇଟଲ୍ ଜିତିଲେ ପଙ୍କଜ ଆଡଭାନୀ

ମାଣ୍ଡାଲେ (ମିଆଁମାର): ଭାରତର ଷ୍ଟାର୍ କ୍ୟୁ ଖେଳାଳି ପଙ୍କଜ ଆଡଭାନୀ ରବିବାର ଏଠାରେ ୧୫୦ ଅପ୍ ଫର୍ମାଟରେ ଲଗାତାର ଚତୁର୍ଥ ଆଇବିଏସଏଫ୍ ୱାର୍ଲ୍ଡ ବିଲିୟାର୍ଡ୍ସ ଟାଇଟଲ୍ ସହ ନିଜ କ୍ୟାରିୟରର ୨୨ତମ ଟାଇଟଲ୍ ଜିତିଛନ୍ତି। ବିଲିୟାର୍ଡ୍ସର ଛୋଟିଆ ଫର୍ମାଟରେ ୩୪ ବର୍ଷୀୟ ଆଡଭାନୀଙ୍କର ଗତ ୬ ବର୍ଷରେ ପଞ୍ଚମ ଟାଇଟଲ୍। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଡଭାନୀ ଫାଇନାଲରେ ସ୍ଥାନୀୟ ଖେଳାଳି ନେ ଥ୍ୱେ ଓ’ଙ୍କ ବିପକ୍ଷରେ ୬-୨ର ସହଜ ବିଜୟ ହାସଲ କରିଛନ୍ତି। ଆଡଭାନୀ […]

pankaj

Ranjit Kumar Jena
  • Published: Sunday, 15 September 2019
  • , Updated: 15 September 2019, 06:31 PM IST

ମାଣ୍ଡାଲେ (ମିଆଁମାର): ଭାରତର ଷ୍ଟାର୍ କ୍ୟୁ ଖେଳାଳି ପଙ୍କଜ ଆଡଭାନୀ ରବିବାର ଏଠାରେ ୧୫୦ ଅପ୍ ଫର୍ମାଟରେ ଲଗାତାର ଚତୁର୍ଥ ଆଇବିଏସଏଫ୍ ୱାର୍ଲ୍ଡ ବିଲିୟାର୍ଡ୍ସ ଟାଇଟଲ୍ ସହ ନିଜ କ୍ୟାରିୟରର ୨୨ତମ ଟାଇଟଲ୍ ଜିତିଛନ୍ତି। ବିଲିୟାର୍ଡ୍ସର ଛୋଟିଆ ଫର୍ମାଟରେ ୩୪ ବର୍ଷୀୟ ଆଡଭାନୀଙ୍କର ଗତ ୬ ବର୍ଷରେ ପଞ୍ଚମ ଟାଇଟଲ୍। ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆଡଭାନୀ ଫାଇନାଲରେ ସ୍ଥାନୀୟ ଖେଳାଳି ନେ ଥ୍ୱେ ଓ'ଙ୍କ ବିପକ୍ଷରେ ୬-୨ର ସହଜ ବିଜୟ ହାସଲ କରିଛନ୍ତି।

ଆଡଭାନୀ ମୁକାବିଲାରେ ଦମଦାର ଆରମ୍ଭ କରିଥିଲେ ଏବଂ ୧୪୫, ୮୯ ଏବଂ ୧୨୭ ବ୍ରେକ୍ ସହ ସଅଳ ୩-୦ର ଅଗ୍ରଣୀ ହାସଲ କରିଥିଲେ। ଥ୍ୱେ ଓ' ୬୩ ଓ ୬୨ ବ୍ରେକ୍ ସହ ପରବର୍ତ୍ତୀ ଫ୍ରେମ୍ ଜିତିଥିଲେ। ଆଡଭାନୀ ଏହା ପରେ ୧୫୦ ଅପରାଜେୟ ବ୍ରେକ୍ ଏବଂ ୭୪ ବ୍ରେକ୍ ସହ ସହଜରେ ମୁକାବିଲା ଜିତି ନେଇଥିଲେ, ଯଦ୍ଦ୍ୱାରା ଥ୍ୱେ ଓ'ଙ୍କୁ ଲଗାତାର ଦ୍ୱିତୀୟ ବର୍ଷ ପାଇଁ ରୌପ୍ୟ ପଦକରେ ସନ୍ତୁଷ୍ଟ ହେବାକୁ ପଡ଼ିଛି।

ବେଙ୍ଗାଲୁରୁର ଆଡଭାନୀଙ୍କଠାରୁ ଅଧିକ ୱାର୍ଲ୍ଡ ଟାଇଟଲ୍ କୌଣସି ଖେଳାଳି ଜିତି ନାହାନ୍ତି। ଆଡଭାନୀ ୨୨ତମ ୱାର୍ଲ୍ଡ ଟାଇଟଲ୍ ଜିତିବା ପରେ କହିଥିଲେ, ଯେତେଥର ମୁଁ ବିଶ୍ୱ ଚାମ୍ପିୟନଶିପରେ ଭାଗ ନେଇଛି, ମୋର ମନୋବଳ କେବେବି କମ୍ ହୋଇନାହିଁ। ଏହି ବିଜୟ ସ୍ପଷ୍ଟ କରୁଛି ଯେ, ଜିତିବା ପାଇଁ ମୋର କ୍ଷୁଧା ଏବେବି ବଜାୟ ରହିଛି।"

ଆଡଭାନୀଙ୍କୁ ୨୪ ଘଣ୍ଟା ଭିତରେ ସ୍ନୁକରରେ ଲୟ ହାସଲ କରିବାକୁ ପଡ଼ିବ, କାରଣ ତାଙ୍କୁ ଆବିଏସଏଫ୍ ୱାର୍ଲ୍ଡ ୬ ରେଡ୍ ସ୍ନୁକର ଏବଂ ୱାର୍ଲ୍ଡ ଟିମ୍ ସ୍ନୁକର୍ ଚାମ୍ପିୟନଶିପରେ ଭାଗ ନେବାକୁ ପଡ଼ିବ।

Related story