ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଏ ବର୍ଷର କ୍ରିକେଟର୍ ଅଫ୍ ଦି ଇୟର୍ ବିବେଚିତ ହୋଇଛନ୍ତି। ଆଇସିସି ତାଙ୍କୁ ୨୦୧୭ ପାଇଁ ଶ୍ରେଷ୍ଠ କ୍ରିକେଟର ବୋଲି ଘୋଷଣା କରିଛି। ସେହିପରି ଦିନିକିଆ କ୍ରିକେଟର୍ ଅଫ୍ ଦି ଇୟର ମଧ୍ୟ ବିବେଚିତ ହୋଇଛନ୍ତି କୋହଲି। କେବଳ ଏତିକି ନୁହେଁ ବିରାଟଙ୍କୁ ଆଇସିସିର ଦିନିକିଆ ଓ ଟେଷ୍ଟ ଟିମର ଅଧିନାୟକ ମଧ୍ୟ ଚୟନ କରାଗଲା। ଏପରି ସଫଳତା ପାଇବାରେ କୋହଲି ଏକମାତ୍ର ଖେଳାଳି ହୋଇଛନ୍ତି। ଏହା ପୂର୍ବରୁ ଏଭଳି ସଫଳତା କୌଣସି ଖେଳାଳି ପାଇ ନାହାଁନ୍ତି।
କୋହଲି ୨୦୧୭ରେ ଟେଷ୍ଟରେ ୨୨୦୩ ରନ୍ କରିଛନ୍ତି, ଏଥିରେ ଅଛି ୮ଟି ଶତକ। ଦିନିକିଆରେ ୧୮୧୮ ରନ୍ କରିଛନ୍ତି, ଏଥିରେ ମଧ୍ୟ ସେ ୭ଟି ଶତକ ମାରିଛନ୍ତି। ଅଷ୍ଟ୍ରେଲିଆ ଟିମରେ କ୍ୟାପଟେନ ଷ୍ଟିଭ ସ୍ମିଥ୍ ଟେଷ୍ଟ ପ୍ଲେୟାର ଅଫି ଦି ଇୟର ବିବେଚିତ ହୋଇଛନ୍ତି। ଗତ ବର୍ଷ ଇଂଲଣ୍ଡ ବିରୋଧରେ ଭାରତୀୟ ସ୍ପିନର ଚହଲ୍ ୨୫ ରନ୍ ଦେଇ ୬ଟି ଓ୍ୱିକେଟ ନେଇଥିଲେ। ଏହାକୁ ଟି-ଟ୍ୱେଣ୍ଟି ଇଣ୍ଟରନ୍ୟାସନଲ ପରଫର୍ମାନ୍ସ ଅଫ୍ ଦି ଇୟର୍ ବୋଲି ବିଚେଚିତ କରାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
କେବଳ ଚୋରି, ନା ଅଛି ଆଉ କିଛି କାରଣ; ସୈଫଙ୍କୁ ଛୁରାମାଡ଼ ଘଟଣାରେ ସସପେନ୍ସ ଜାରି
ଅସ୍ତ୍ରୋପଚାର ବେଳେ ସୈଫଙ୍କ ମେରୁଦଣ୍ଡରୁ ବାହାରିଛି ଏକ ଛୁରୀର ଅଂଶ, ଯାହାର ଲମ୍ବ ୨.୫ ଇଞ୍ଚ।
Politics
କେବଳ ଲୋକସଭା ନିର୍ବାଚନ ପାଇଁ ଗଠନ ହୋଇଥିଲା 'ଇଣ୍ଡିଆ' ମେଣ୍ଟ: ଶରଦ ପାୱାର
ରାଜ୍ୟ ଓ ଆଞ୍ଚଳିକ ନିର୍ବାଚନରେ ଏକାଠି ଲଢ଼ିବାକୁ ଆଲୋଚନା ହୋଇନଥିଲା ବୋଲି କହିଲେ ଶରଦ ପାୱାର।
National
‘ପ୍ୟାରିସ୍ ଭଳି ଦିଲ୍ଲୀ’ କହି କେଜ୍ରିୱାଲଙ୍କୁ ରାହୁଲଙ୍କ କଟାକ୍ଷ, ଦେଖନ୍ତୁ ଭିଡିଓ
ଇଣ୍ଡି ବ୍ଲକ୍ ମଧ୍ୟରେ ସବୁ କିଛି ଠିକ୍ଠାକ୍ ଚାଲି ନଥିବା ବେଳେ ଉଭୟ ଆପ୍ ଓ କଂଗ୍ରେସ ସଦସ୍ୟଙ୍କ ମଧ୍ୟରେ କାନ୍ଦୁଆ ଫିଙ୍ଗାଫିଙ୍ଗି ବଢ଼ିଯାଇଛି। ଏମିତିକି ଅନ୍ୟ ଦଳ ସହିତ ଆଲୋଚନା କଲା ପରେ କଂଗ୍ରେସକୁ ଇଣ୍ଡି ବ୍ଳକ୍ରୁ ବାହାର କରି ଦେବାକୁ ଧମକ ଦେଇଛି ଆପ୍।
Crime
ଦିଲ୍ଲୀରେ ୪୦୦ ସ୍କୁଲକୁ ବୋମା ଧମକ ଦେଇଥିଲା ନାବାଳକ, ଆପ୍-ବିଜେପି ମୁହାଁମୁହିଁ
ଗତ ୮ତାରିଖରେ ମିଳିଥିବା ମେଲକୁ ଟ୍ରାକ୍ କରି ଜଣେ ଯୁକ୍ତ୨ ଛାତ୍ରକୁ ଧରିଛି ପୁଲିସ। ଛାତ୍ର ଓ ଏହାର ଅଭିଭାବକ ଏକ ଏନଜିଓ ସହ ଜଡ଼ିତ। ଏନଜିଓ ଏକ ରାଜନୈତିକ ଦଳ ସହ ଜଡ଼ିତ ବୋଲି କହିଛି ପୁଲିସ।
National
କୁମ୍ଭମେଳାରେ ଅସୁସ୍ଥ ହୋଇ ପଡ଼ିଲେ ଷ୍ଟିଭ୍ ଜବ୍ସଙ୍କ ପତ୍ନୀ
ପ୍ରଥମ ଥର ପାଇଁ କୁମ୍ଭମେଳାରେ ଭାଗ ନେବାକୁ ଆସିଥିବା ଲରେନ୍ ପାୱେଲ ପୂର୍ବରୁ କେବେ ଏପରି ଭିଡ଼ ଦେଖିନଥିଲେ। ରବିବାର ରାତିରୁ ସେ ପ୍ରୟାଗରାଜରେ ସ୍ୱାମୀ କୈଳାଶନନ୍ଦ ଗିରିଙ୍କ ଶିବିରରେ ରହୁଛନ୍ତି।