କ୍ରିକେଟ୍ ବିଶ୍ୱକପ୍ ଫାଇନାଲରେ ପରମ୍ପରା ଭାଙ୍ଗିବ ଆଇସିସି!

ଲଣ୍ଡନ: ଆଇସିସି ଏଥର କ୍ରିକେଟ୍ ବିଶ୍ୱକପ୍-୨୦୧୯ର ଟ୍ରଫି ବିଜେତାଙ୍କୁ ଦେବା ପାଇଁ ପରମ୍ପରାରୁ ହଟି ନୂଆ ପଦପେକ୍ଷ ଉଠାଇପାରେ। ଏହି ଆଧାରରେ ଆଇସିସି ମୁଖ୍ୟଙ୍କ ସ୍ଥାନରେ କୌଣସି କିମ୍ବଦନ୍ତୀ କ୍ରିକେଟରଙ୍କୁ ଟ୍ରଫି ପ୍ରଦାନ କରିବାର ଦାୟିତ୍ୱ ଦିଆଯାଇପାରେ। ବର୍ତ୍ତମାନ ବ୍ୟବସ୍ଥାନ ଅନୁଯାୟୀ, ଆଇସିସିର ଚେୟାରମ୍ୟାନ୍ ଶଶାଙ୍କ ମନୋହର ୧୪ ଜୁଲାଇରେ ଲର୍ଡ୍ସ ମଇଦାନରେ ବିଜେତା ଟିମକୁ ଟ୍ରଫି ଦେବେ। କିନ୍ତୁ ଏଥର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର କିମ୍ବା ଗତ ସଂସ୍କରଣର ବିଜେତା ଅଷ୍ଟ୍ରେଲିଆର କ୍ୟାପଟେନ୍ ମାଇକେଲ୍ […]

icc

Hemant Lenka
  • Published: Sunday, 07 July 2019
  • , Updated: 07 July 2019, 10:23 PM IST

ଲଣ୍ଡନ: ଆଇସିସି ଏଥର କ୍ରିକେଟ୍ ବିଶ୍ୱକପ୍-୨୦୧୯ର ଟ୍ରଫି ବିଜେତାଙ୍କୁ ଦେବା ପାଇଁ ପରମ୍ପରାରୁ ହଟି ନୂଆ ପଦପେକ୍ଷ ଉଠାଇପାରେ। ଏହି ଆଧାରରେ ଆଇସିସି ମୁଖ୍ୟଙ୍କ ସ୍ଥାନରେ କୌଣସି କିମ୍ବଦନ୍ତୀ କ୍ରିକେଟରଙ୍କୁ ଟ୍ରଫି ପ୍ରଦାନ କରିବାର ଦାୟିତ୍ୱ ଦିଆଯାଇପାରେ।

ବର୍ତ୍ତମାନ ବ୍ୟବସ୍ଥାନ ଅନୁଯାୟୀ, ଆଇସିସିର ଚେୟାରମ୍ୟାନ୍ ଶଶାଙ୍କ ମନୋହର ୧୪ ଜୁଲାଇରେ ଲର୍ଡ୍ସ ମଇଦାନରେ ବିଜେତା ଟିମକୁ ଟ୍ରଫି ଦେବେ। କିନ୍ତୁ ଏଥର କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ୍ ସଚିନ ତେନ୍ଦୁଲକର କିମ୍ବା ଗତ ସଂସ୍କରଣର ବିଜେତା ଅଷ୍ଟ୍ରେଲିଆର କ୍ୟାପଟେନ୍ ମାଇକେଲ୍ କ୍ଲାର୍କ ନୂଆ ବିଜେତା ଟିମକୁ ଟ୍ରଫି ଦେଇପାରନ୍ତି। ଏହାବ୍ୟତୀତ ବ୍ରିଟେନର ରାଜପରିବାରର କୌଣସି ସଦସ୍ୟ ମଧ୍ୟ ବିଜେତା ଟିମକୁ ବିଶ୍ୱକପ୍ ଟ୍ରଫି ଦେଇପାରନ୍ତି।

ଏହି ମାମଲାର ସୂଚନା ରଖୁଥିବା ଜଣେ ବିସିସିଆଇ ଅଧିକାରୀ ନିଜ ନାମ ଗୁପ୍ତ ରଖି ପିଟିଆଇକୁ କହିଛନ୍ତି, "୨୦୧୫ରେ ପରମ୍ପରାରୁ ହଟି ଆଇସିସି ଅଧ୍ୟକ୍ଷ ମୁସ୍ତଫା କମାଲଙ୍କ ବଦଳରେ ଆଇସିସି ଚେୟାରମ୍ୟାନ୍ ଏନ୍ ଶ୍ରୀନିବାସନଙ୍କ ବିଜେତା ଟ୍ରଫି ଦେବା ନେଇ ଖୁବ୍ ତିକ୍ତତା ହୋଇଥିଲା। ଏଥର ଚର୍ଚ୍ଚା ହୋଇଛି ଯେ, ଟ୍ରଫି କୌଣସି କିମ୍ବଦନ୍ତୀ କ୍ରିକେଟର ଦ୍ୱାରା ପ୍ରଦାନ କରାଯାଇପାରେ, କାରଣ ବକିଂହାମ୍ ପ୍ୟାଲେସ୍ (ବ୍ରିଟିଶ ରାଜପରିବାର ଆବାସ)ଠାରୁ ଏ ସମ୍ବନ୍ଧରେ ସହମତି ଆସିବାରେ ସମୟ ଲାଗିପାରେ। କିନ୍ତୁ ଆମେ ସୂଚନା ପାଇଛୁ ଯେ, ଆଇସିସି ବକିଂହାମ୍ ପ୍ୟାଲେସକୁ ନିମନ୍ତ୍ରଣ ପଠାଇଛି।"

ସୂଚନାଯୋଗ୍ୟ, ୨୦୧୫ ବିଶ୍ୱକପରେ ଭାରତ ଓ ବାଂଲାଦେଶ କ୍ୱାର୍ଟରଫାଇନାଲରେ ଖରାପ ଅମ୍ପାୟାରିଂ ଯୋଗୁ ଆଇସିସି ଓ ବାଂଲାଦେଶ କ୍ରିକେଟ୍ ବୋର୍ଡର ଅଧ୍ୟକ୍ଷ ମୁସ୍ତଫା କମାଲ୍ ଅସନ୍ତୁଷ୍ଟ ହୋଇଥିଲେ। ଏହି କାରଣରୁ ମୁସ୍ତଫା ନିଜ ପଦରୁ ଇସ୍ତଫା ଦେଇଥିଲେ। ଏଭଳି ସ୍ଥିତିରେ ଶ୍ରୀନିବାସନ୍ ଅଷ୍ଟ୍ରେଲିଆକୁ ବିଜେତା ଟ୍ରଫି ପ୍ରଦାନ କରି ଥିଲେ।

ଏଥର ସଚିନ ତେନ୍ଦୁଲକରଙ୍କ ଦ୍ୱାରା ବିଶ୍ୱକପ୍ ଟ୍ରଫି ପ୍ରଦାନ କରାଯିବା ନେଇ ଜୋରଦାର ସମର୍ଥନ ମିଳୁଛି। ଯେହେତୁ ସଚିନ ୟୁନିସେଫର ଗୁଡୱିଲ୍ ଆମ୍ବାସାଡର୍ ଅଛନ୍ତି, ତେଣୁ ତାଙ୍କ ପାଇଁ ଲବି ହେବାରେ ଲାଗିଛି। ଏହାବ୍ୟତୀତ ଆଇସିସି ୨୦୧୫ର ବିଜେତା ଟିମର କ୍ୟାପଟେନଙ୍କୁ ଏହି ସମ୍ମାନ ପାଇଁ ଡକାଇପାରେ।

Related story