ସବୁ ୱାର୍ଲ୍ଡ କପ୍ କ୍ୱାଲିଫାୟର୍ ଟୁର୍ଣ୍ଣାମେଣ୍ଟ ସ୍ଥଗିତ କଲା ଆଇସିସି

ଦୁବାଇ: କରୋନା ମହାମାରୀର ପ୍ରଭାବ ପୂରା କ୍ରୀଡ଼ା ଜଗତ ଉପରେ ପଡ଼ିଛି। ଏହାର ସିଧାସଳଖ ପ୍ରଭାବ କ୍ରିକେଟରେ ମଧ୍ୟ ଦେଖିବାକୁ ମିଳିଛି। ଏହି ଭାଇରସ୍ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତା’ର ସମସ୍ତ କ୍ୱାଲିଫାଇଙ୍ଗ୍ ଇଭେଣ୍ଟକୁ ସ୍ଥଗିତ କରିଦେଇଛି, ଯାହା ଜୁନ୍ ୩୦ ପୂର୍ବରୁ ଆରମ୍ଭ ହେବାର ଥିଲା। କରୋନା ଭାଇରସ୍ ପ୍ରକୋପରେ ସାରା ବିଶ୍ୱରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଆଖି ଆଗରେ ଆଇସିସି ଏହି ପଦକ୍ଷେପ ଉଠାଇଛି। ଆଇସିସି […]

icc

icc

Ranjit Kumar Jena
  • Published: Thursday, 26 March 2020
  • Updated: 26 March 2020, 06:28 PM IST

ଦୁବାଇ: କରୋନା ମହାମାରୀର ପ୍ରଭାବ ପୂରା କ୍ରୀଡ଼ା ଜଗତ ଉପରେ ପଡ଼ିଛି। ଏହାର ସିଧାସଳଖ ପ୍ରଭାବ କ୍ରିକେଟରେ ମଧ୍ୟ ଦେଖିବାକୁ ମିଳିଛି। ଏହି ଭାଇରସ୍ ଯୋଗୁ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) ତା'ର ସମସ୍ତ କ୍ୱାଲିଫାଇଙ୍ଗ୍ ଇଭେଣ୍ଟକୁ ସ୍ଥଗିତ କରିଦେଇଛି, ଯାହା ଜୁନ୍ ୩୦ ପୂର୍ବରୁ ଆରମ୍ଭ ହେବାର ଥିଲା। କରୋନା ଭାଇରସ୍ ପ୍ରକୋପରେ ସାରା ବିଶ୍ୱରେ ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବଢ଼ିବାରେ ଲାଗିଛି। ଏହାକୁ ଆଖି ଆଗରେ ଆଇସିସି ଏହି ପଦକ୍ଷେପ ଉଠାଇଛି।

ଆଇସିସି ହେଡ୍ ଅଫ୍ ଇଭେଣ୍ଟସ୍ କ୍ରିସ୍ ଟେଟଲୀ କହିଛନ୍ତି, ବର୍ତ୍ତମାନ ସ୍ଥିତିରେ ସାରା ବିଶ୍ୱର ସ୍ୱାସ୍ଥ୍ୟ ଚିନ୍ତା ଆମ ପାଇଁ ମହତ୍ତ୍ୱପୂର୍ଣ୍ଣ ଏବଂ ସାରା ବିଶ୍ୱରେ ସରକାରଙ୍କ ଦ୍ୱାରା ଲଗାଯାଇଥିବା ପ୍ରତିବନ୍ଧ ଯୋଗୁ ଆମେ ଏହି ପଦକ୍ଷେପ ଉଠାଇଛୁ। ସେ ଆହୁରି କହିଛନ୍ତି, ଖେଳାଳି, ଅଫିସିଆଲ୍ସ, ଷ୍ଟାଫ୍ ଏବଂ ପ୍ରଶଂସକଙ୍କ ସ୍ୱାସ୍ଥ୍ୟ ଏବଂ ସୁରକ୍ଷା ପାଇଁ ଆମେ ପ୍ରତିଶ୍ରୁତିବଦ୍ଧ। ଯେତେବେଳେ ଆମେ କୌଣସି ନିଷ୍ପତ୍ତି ନେଉ, ସେତେବେଳେ ଆମକୁ ଏସବୁ ଦିଗ ଉପରେ ଧ୍ୟାନ ଦେବାକୁ ପଡ଼ିଥାଏ। ଯେପର୍ଯ୍ୟନ୍ତ ପରିସ୍ଥିତିରେ ସୁଧାର ନଆସିଛି, ସେଯାଏ ସମସ୍ତ କ୍ରିକେଟ୍ ଟୁର୍ଣ୍ଣାମେଣ୍ଟ ସ୍ଥଗିତ ରହିବ।

ସୂଚନାଯୋଗ୍ୟ, ଆଇସିସି ମହିଳା ବିଶ୍ୱକପ୍ କ୍ୱାଲିଫାୟର୍ ଟୁର୍ଣ୍ଣାମେଣ୍ଟ ଚଳିତ ବର୍ଷ ଜୁଲାଇ ୯ରୁ ୧୯ ତାରିଖ ପର୍ଯ୍ୟନ୍ତ ଶ୍ରୀଲଙ୍କାରେ ଆୟୋଜିତ ହେବା ପାଇଁ ଯୋଜନା ରହିଛି। ତେବେ ଆଇସିସି ଏହି ଟୁର୍ଣ୍ଣାମେଣ୍ଟ ଉପରେ ଏବେ ତୀକ୍ଷ୍ଣ ନଜର ରଖିଛି। ଯଦି ଆବଶ୍ୟକ ପଡ଼େ, ତାହେଲେ ଏହି ଟୁର୍ଣ୍ଣାମେଣ୍ଟକୁ ମଧ୍ୟ ବାତିଲ କରାଯିବ। ସେହିପରି ପୁରୁଷ ଟି-୨୦ ବିଶ୍ୱକପ୍ ଟ୍ରଫି ଟୁର୍ ଚଳିତବର୍ଷ ଏପ୍ରିଲ୍ ମାସରେ ଆରମ୍ଭ ହୋଇଥାନ୍ତା, ଯାହାକୁ ଏବେ ସ୍ଥଗିତ ରଖାଯାଇଛି।

ଏ ନେଇ ଆଇସିସି ପକ୍ଷରୁ କୁହାଯାଇଛି, ଆମେ ଲଗାତର ନିଜ ପାର୍ଟନରଶିପ୍ ଏବଂ ବୋର୍ଡର ସଦସ୍ୟଙ୍କ ସହ ମିଶି ପରିସ୍ଥିତି ଉପରେ ଭଲଭାବେ ନଜର ରଖିଛୁ। ଆଇସିସି ଆହୁରି କହିଛି ଯେ ୨୦୨୧ ପୁରୁଷ ଟି-୨୦ ବିଶ୍ୱକପ୍ ଏବଂ ୨୦୨୩ ପୁରୁଷ ଦିନିକିଆ ବିଶ୍ୱକପ୍ ପାଇଁ ଚଳିତ ବର୍ଷ ହେବାକୁଥିବା କ୍ୱାଲିଫାୟଙ୍ଗ୍ ଇଭେଣ୍ଟକୁ ମନିଟର୍ କରୁଛୁ। ଏହାବ୍ୟତୀତ ଅଷ୍ଟ୍ରେଲିଆରେ ହେବାକୁଥିବା ଟି-୨୦ ବିଶ୍ୱକପ୍ ଉପରେ ମଧ୍ୟ ଏହାର ପ୍ରଭାବ ପଡ଼ିବ, କାରଣ ଏଥିପାଇଁ ୧୬ଟି ଯାକ ଟିମ୍ ଚୟନ ହୋଇସାରିଛି, କିନ୍ତୁ କେଉଁ ଟିମ୍ କାହାକୁ ଭେଟିବ, ତାହା ଏପର୍ଯ୍ୟନ୍ତ ନିର୍ଦ୍ଧାରିତ ହୋଇନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos