ପିସିବିର ମୁଖ୍ୟ ହେବାକୁ ଆଇସିସି ସଭାପତି ଜାହୀର ଆବାସ୍‌ଙ୍କ ଆଗ୍ରହ

କରାଚି: ଅନ୍ତର୍ଜାତୀୟ କ୍ରିକେଟର ପରିଷଦର ସଭାପତି ଜାହୀର ଆବାସ୍‌ ସୋମବାର ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବିଶ୍ୱ ଟି-୨୦ରେ ଦଳର ଖରାପ ପ୍ରର୍ଦଶନ ପରେ ପିସିବିରେ ବଡ ଧରଣର ପରିବର୍ତ୍ତନ ହେବାର ସୂଚନା ମିଳୁଛି। ପ୍ରଥମେ ଆଫ୍ରିଦି ଦଳର ଅଧିନାୟକ ପଦରୁ ଓ କୋଚ୍‌ ପଦରୁ ୱକାର ୟୁନିସ୍‌ ଇସ୍ତଫା ଦେବା ପରେ ପିସିବି ମୁଖ୍ୟଙ୍କୁ ବାହାର କରିବା ନେଇ ଚର୍ଚ୍ଚା ଜୋର ଧରିଛି। ୬୮ ବର୍ଷୀୟ ଅବାସ୍‌ଙ୍କ ଆଇସିସି ସଭାପତି […]

Zaheer_abbas1

Rakesh Mallick
  • Published: Monday, 18 April 2016
  • , Updated: 18 April 2016, 02:11 PM IST

କରାଚି: ଅନ୍ତର୍ଜାତୀୟ କ୍ରିକେଟର ପରିଷଦର ସଭାପତି ଜାହୀର ଆବାସ୍‌ ସୋମବାର ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ହେବାକୁ ଆଗ୍ରହ ପ୍ରକାଶ କରିଛନ୍ତି। ବିଶ୍ୱ ଟି-୨୦ରେ ଦଳର ଖରାପ ପ୍ରର୍ଦଶନ ପରେ ପିସିବିରେ ବଡ ଧରଣର ପରିବର୍ତ୍ତନ ହେବାର ସୂଚନା ମିଳୁଛି। ପ୍ରଥମେ ଆଫ୍ରିଦି ଦଳର ଅଧିନାୟକ ପଦରୁ ଓ କୋଚ୍‌ ପଦରୁ ୱକାର ୟୁନିସ୍‌ ଇସ୍ତଫା ଦେବା ପରେ ପିସିବି ମୁଖ୍ୟଙ୍କୁ ବାହାର କରିବା ନେଇ ଚର୍ଚ୍ଚା ଜୋର ଧରିଛି।

୬୮ ବର୍ଷୀୟ ଅବାସ୍‌ଙ୍କ ଆଇସିସି ସଭାପତି କାର୍ଯ୍ୟକାଳ ଚଳିତବର୍ଷ ଶେଷରେ ଶେଷ ହେଉଛି।

ଏନେଇ ସେ କହିଛନ୍ତି,“ଏନେଇ ମତେ ପାକିସ୍ତାନ ପକ୍ଷରୁ କୌଣସି ବ୍ୟକ୍ତି ଯୋଗାଯୋଗ କରି ନାହାନ୍ତି। କିନ୍ତୁ ଏହି ପଦବୀ ପାଇଁ ମୋର ଆଗ୍ରହ ରହିଛି।ଯଦି ମତେ ସୁଯୋଗ ମିଳେ ତେବେ ମୁଁ କିଛି କରିବି।”

ଅନ୍ୟପକ୍ଷରେ ଆଫଗାନ୍‌ସ୍ତାନ୍‌ ଦଳ କୋଚ୍‌ ଥିବା ଇଞ୍ଜାମାମ୍‌ ଉଲ୍ ହକ୍‌ ପାକିସ୍ତାନର ମୁଖ୍ୟ ଚୟନ କର୍ତ୍ତା ହୋଇ ପାରନ୍ତି।

Related story