ଆଇସିସି ଟେଷ୍ଟ୍ ମାନ୍ୟତା: ବିରାଟ ଖସିଲେ, ଅଶ୍ୱିନ ଉଠିଲେ

ଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍ ମାନ୍ୟତା ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନିରାଶ ହେବାକୁ ପଡ଼ିଛି। ୫ ଦିନିଆ ଫର୍ମାଟର ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନ୍ ତାଲିକାରୁ ବାଦ୍ ପଡ଼ିଛନ୍ତି ସେ। ଅନ୍ୟପକ୍ଷରେ ଭାରତୀୟ ସ୍ପିନର ଆଉ ପାଦେ ଆଗକୁ ବଢ଼ିଛନ୍ତି। ଗତ ଆଇସିସି ଟେଷ୍ଟ୍ ବୋଲର ମାନ୍ୟତା ତାଲିକାର ୯ ନମ୍ବର ସ୍ଥାନରେ ରହିଥିବା ଅଶ୍ୱିନ ଏଥର ଆଉ ପାଦେ ଆଗକୁ ବଢ଼ି ୮ ନମ୍ବର ସ୍ଥାନ ହାତେଇଛନ୍ତି। ଅନ୍ୟପକ୍ଷରେ ଏକ ଚିତାକର୍ଷକ […]

asineekohil

asineekohil

Rakesh Mallick
  • Published: Tuesday, 25 August 2015
  • Updated: 27 August 2015, 05:29 PM IST

Sports

Latest News

asineekohilଦୁବାଇ: ସଦ୍ୟ ପ୍ରକାଶିତ ଆଇସିସି ଟେଷ୍ଟ୍ ମାନ୍ୟତା ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କୁ ନିରାଶ ହେବାକୁ ପଡ଼ିଛି। ୫ ଦିନିଆ ଫର୍ମାଟର ଶ୍ରେଷ୍ଠ ୧୦ ଜଣ ବ୍ୟାଟ୍ସମ୍ୟାନ୍ ତାଲିକାରୁ ବାଦ୍ ପଡ଼ିଛନ୍ତି ସେ। ଅନ୍ୟପକ୍ଷରେ ଭାରତୀୟ ସ୍ପିନର ଆଉ ପାଦେ ଆଗକୁ ବଢ଼ିଛନ୍ତି। ଗତ ଆଇସିସି ଟେଷ୍ଟ୍ ବୋଲର ମାନ୍ୟତା ତାଲିକାର ୯ ନମ୍ବର ସ୍ଥାନରେ ରହିଥିବା ଅଶ୍ୱିନ ଏଥର ଆଉ ପାଦେ ଆଗକୁ ବଢ଼ି ୮ ନମ୍ବର ସ୍ଥାନ ହାତେଇଛନ୍ତି।

ଅନ୍ୟପକ୍ଷରେ ଏକ ଚିତାକର୍ଷକ କ୍ୟାରିୟର ଅବସାନ ଘଟାଇଥିବା ଶ୍ରୀଲଙ୍କାର ଲିଜେଣ୍ଡ୍ କୁମାର ସାଙ୍ଗାକାରା ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ତାଲିକାର ୭ ନମ୍ବର ସ୍ଥାନରେ ରହିଛନ୍ତି। ୭ ନମ୍ବର ସ୍ଥାନରେ ସେ ନିଜ କ୍ୟାରିୟର ଶେଷ କରିଛନ୍ତି। ୨୦୦୭ରେ ସାଙ୍ଗାକାର ପ୍ରଥମ ଥର ପାଇଁ ଟେଷ୍ଟ୍ ବ୍ୟାଟ୍ସମ୍ୟାନ୍ ତାଲିକାର ୧ ନମ୍ବର ସ୍ଥାନରେ ପହଞ୍ଚିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos