ଆଇସିସି ଟେଷ୍ଟ ତାଲିକାର ଶୀର୍ଷରେ ଜାଡେଜା ଓ ଅଶ୍ୱିନ

ବାଙ୍ଗାଲେ।ର: ବେ।ଲିଂ ବିଭାଗର ଆଇସିସି ଟେଷ୍ଟ ମାନ୍ୟତା ଶୀର୍ଷ ସ୍ଥାନରେ ଦୁଇ ଭାରତୀୟ ବୋଲଙ୍କୁ ଦେଖିବାକୁ ମିଳୁଛି। ଏହି ଦୁଇ ଭାରତୀୟ ହେଲେ ରବୀଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜା। ଏବେ ଦୁହେଁ ଯୁଗ୍ମ ଭାବେ ତାଲିକାର ଶୀର୍ଷରେ ରହିଛନ୍ତି। ପୂର୍ବରୁ ଅଶ୍ୱିନ ତାଲିକାର ପ୍ରଥମ ସ୍ଥାନ ଦଖଲ କରି ସାରିଥିବା ବେଳେ ତାଙ୍କ ସହ ଜାଡେଜା  ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ବାଙ୍ଗାଲେ।ର ଟେଷ୍ଟରେ ଜାଡେଜା ପ୍ରଥମ ଇନିଂସ୍‌ରେ ୬ଟି ଓ ମୋଟ ୭ଟି ୱିକେଟ୍‌ […]

aswini-jadeja

Rakesh Mallick
  • Published: Wednesday, 08 March 2017
  • , Updated: 08 March 2017, 07:33 PM IST

ବାଙ୍ଗାଲେ।ର: ବେ।ଲିଂ ବିଭାଗର ଆଇସିସି ଟେଷ୍ଟ ମାନ୍ୟତା ଶୀର୍ଷ ସ୍ଥାନରେ ଦୁଇ ଭାରତୀୟ ବୋଲଙ୍କୁ ଦେଖିବାକୁ ମିଳୁଛି। ଏହି ଦୁଇ ଭାରତୀୟ ହେଲେ ରବୀଚନ୍ଦ୍ରନ ଅଶ୍ୱିନ ଏବଂ ରବୀନ୍ଦ୍ର ଜାଡେଜା। ଏବେ ଦୁହେଁ ଯୁଗ୍ମ ଭାବେ ତାଲିକାର ଶୀର୍ଷରେ ରହିଛନ୍ତି। ପୂର୍ବରୁ ଅଶ୍ୱିନ ତାଲିକାର ପ୍ରଥମ ସ୍ଥାନ ଦଖଲ କରି ସାରିଥିବା ବେଳେ ତାଙ୍କ ସହ ଜାଡେଜା  ସାମିଲ ହୋଇଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷରେ ବାଙ୍ଗାଲେ।ର ଟେଷ୍ଟରେ ଜାଡେଜା ପ୍ରଥମ ଇନିଂସ୍‌ରେ ୬ଟି ଓ ମୋଟ ୭ଟି ୱିକେଟ୍‌ ନେବା ପରେ ବୁଧବାର ପ୍ରକାଶ ପାଇଥିବା ଆଇସିସି ଟେଷ୍ଟ ମାନ୍ୟତାର ଶୀର୍ଷରେ ପହଞ୍ଚିଛନ୍ତି। ଶେଷ ଥର ପାଇଁ ୨୦୦୮ରେ ଦକ୍ଷିଣ ଆଫ୍ରିକାର ଡେଲ୍ ଷ୍ଟେନ୍‌ ଓ ଶ୍ରୀଲଙ୍କାର ମୁଥିଆ ମୂରଲିଧରଣ ଯୁଗ୍ମ ଭାବେ ଟେଷ୍ଟ ବେ।ଲଂ ମାନ୍ୟତାର ଶୀର୍ଷରେ ରିହିଥିଲେ । ଅନ୍ୟପକ୍ଷରେ ଅଶ୍ୱିନ ଶ୍ରେଷ୍ଠ ଅଲରାଉଣ୍ଡ ମାନ୍ୟତାରେ ଗୋଟିଏ ସ୍ଥାନ ତଳକୁ ଖିସ ଦ୍ୱିତୀୟ ସ୍ଥାନରେ ରହିଛନ୍ତି। ବ୍ୟାଟିଂ ତାଲିକାରେ ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କର ଅବନତୀ ଘଟିଛି। ସେ ଗୋଟିଏ ସ୍ଥାନ ତଳକୁ ଖସି ଷ୍ଟିଭ୍‌ ସ୍ମିଥ୍‌ ଓ ଜୋରୁଟ୍‌ଙ୍କ ପରେ ତୃତୀୟ ସ୍ଥାନରେ ରହିଛନ୍ତି।

Related story