ଆଇସିସି ଅଣ୍ଡର୍‌-୧୯ ବିଶ୍ୱକପ୍‌: ସେମିଫାଇନାଲ୍ ଟିକେଟ୍ କାଟିଲା ଭାରତ

ପୋଚେଫଷ୍ଟ୍ରୁମ୍‌: ଚଳିତ ଅଣ୍ଡର୍‌-୧୯ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ତା’ର ଦମଦାର ପ୍ରଦର୍ଶନ ଜାରି ରଖି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି। ମଙ୍ଗଳବାର ଭାରତ ସୁପର୍ ଲିଗ୍ କ୍ୱାର୍ଟରଫାଇନାଲ୍ ମୁକାବିଲାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୭୪ ରନରେ ହରାଇ କ୍ରମାଗାତ ତୃତୀୟଥର ଅନ୍ତିମ-୪ରେ ପହଞ୍ଚିଛି। ବୋଲିଂ ପାଇଁ ଅନୁକୂଳ ସେନୱେସ୍ ପାର୍କରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୩ ରନ୍ କରିଥିଲା। ଜବାବରେ ସାମ୍ ଫେନିଙ୍ଗ […]

india-u19

Ranjit Kumar Jena
  • Published: Tuesday, 28 January 2020
  • , Updated: 28 January 2020, 09:00 PM IST

ପୋଚେଫଷ୍ଟ୍ରୁମ୍‌: ଚଳିତ ଅଣ୍ଡର୍‌-୧୯ ବିଶ୍ୱକପରେ ଡିଫେଣ୍ଡିଂ ଚାମ୍ପିୟନ୍ ଭାରତ ତା'ର ଦମଦାର ପ୍ରଦର୍ଶନ ଜାରି ରଖି ଟୁର୍ଣ୍ଣାମେଣ୍ଟର ସେମିଫାଇନାଲରେ ସ୍ଥାନ ପକ୍କା କରିନେଇଛି। ମଙ୍ଗଳବାର ଭାରତ ସୁପର୍ ଲିଗ୍ କ୍ୱାର୍ଟରଫାଇନାଲ୍ ମୁକାବିଲାରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୭୪ ରନରେ ହରାଇ କ୍ରମାଗାତ ତୃତୀୟଥର ଅନ୍ତିମ-୪ରେ ପହଞ୍ଚିଛି। ବୋଲିଂ ପାଇଁ ଅନୁକୂଳ ସେନୱେସ୍ ପାର୍କରେ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୩୩ ରନ୍ କରିଥିଲା। ଜବାବରେ ସାମ୍ ଫେନିଙ୍ଗ (୭୫)ଙ୍କ ଲଢ଼ୁଆ ଇନିଂସ୍ ସତ୍ତ୍ୱେ ଅଷ୍ଟ୍ରେଲିଆ ୪୩.୩ ଓଭରରେ ସମସ୍ତ ୱିକେଟ୍ ହରାଇ ୧୫୯ ରନ୍ କରି ପରାସ୍ତ ହୋଇଛି।

ଭାରତ ପକ୍ଷରୁ ଯଶସ୍ୱୀ ଜୈସୱାଲ୍ ସର୍ବାଧିକ ୬୨ (୮୨ ବଲ୍‌, ୬ ଚୌକା, ୨ ଛକା) ରନ୍ କରିଥିବା ବେଳେ ତାଙ୍କ ପାର୍ଟନର୍ ଦିବ୍ୟାଂଶ ସାକ୍ସେନା (୧୪) ନିରାଶ କରିଥିଲେ। ମଧ୍ୟକ୍ରମରେ ତିଳକ ବର୍ମା (୨), କ୍ୟାପଟେନ୍ ପ୍ରିୟମ ଗର୍ଗ (୫) ଏବଂ ୱିକେଟକିପର ଧ୍ରୁବ ଜୁରେଲ୍ (୧୫) ବଡ଼ ସ୍କୋର କରିବାରେ ବିଫଳ ହୋଇଥିଲେ।

ତେବେ ଲୋୟର୍ ମିଡିଲ୍ ଅର୍ଡରରେ ଅଥର୍ବ ଅଙ୍କୋଲେକରଙ୍କ ଅପରାଜିତ ଅର୍ଦ୍ଧଶତକ ଏବଂ ସିଦ୍ଦେଶ ବୀର ଓ ରବି ବିଶ୍ନୋଇଙ୍କ ଉପଯୋଗୀ ଯୋଗଦାନ ବଳରେ ଭାରତ ୨୩୩ ରନର ଚ୍ୟାଲେଞ୍ଜିଂ ସ୍କୋର ଛିଡ଼ା କରିବାରେ ସଫଳ ହୋଇଥିଲା। ଅଙ୍କୋଲେକର ୫୪ ବଲରେ ୫ ଚୌକା ଓ ୧ ଛକା ସହ ଅପରାଜିତ ୫୫, ବିଶ୍ନୋଇ ୩୦ ଓ ବୀର୍ ୨୫ ରନ୍ କରିଥିଲେ। ଅଷ୍ଟ୍ରେଲିଆ ପକ୍ଷରୁ କୋରେ କେଲି ଓ ଟଡ୍ ମର୍ଫି ୨ଟି ଲେଖାଏ ୱିକେଟ୍ ନେଇଥିଲେ।

ଜବାବରେ ଅଷ୍ଟ୍ରେଲିଆ ୧୪ ରନରେ ୪ ୱିକେଟ୍ ହରାଇ ବୃହତ ବିପର୍ଯ୍ୟୟର ସମ୍ମୁଖୀନ ହୋଇଥିଲା। କିନ୍ତୁ ଓପ୍ନର ଫେନିଙ୍ଗ୍ ପଞ୍ଚମ ୱିକେଟ୍ ପାଇଁ ପାଟ୍ରିକ୍ ରୋୱି (୨୧)ଙ୍କ ସହ ମିଶି ୫୧ ଏବଂ ଷଷ୍ଠ ୱିକେଟ୍ ପାଇଁ ଲିଆମ୍ ସ୍କଟ୍ (୩୫)ଙ୍କ ସହ ମିଶି ୮୧ ରନ୍ ଯୋଡ଼ି ଟିମ୍ ପାଇଁ ଆଶା ସଞ୍ଚାର କରିଥିଲେ ହେଁ। ଏହି ଦୁଇଟି ଯୋଡ଼ିକୁ ଭାଙ୍ଗିବା ପରେ ମ୍ୟାଚ୍ ଅଷ୍ଟ୍ରେଲିଆ ମୁଠାରୁ ଚାଲିଯାଇଥିଲା। ଭାରତ ପକ୍ଷରୁ କାର୍ତ୍ତିକ ତ୍ୟାଗି ୨୪ ରନ୍ ଦେଇ ୪ଟି ଏବଂ ଆକାଶ ସିଂ ୩୦ ରନ୍ ଦେଇ ୩ଟି ୱିକେଟ୍ ନେଇଥିଲେ।

Related story