ଆଇସିସି ୟୁ ୧୯ ବିଶ୍ୱକପ୍: ଫାଇନାଲ୍‌ରେ ଭାରତକୁ ଭେଟିବ ୱେଷ୍ଟ୍ଇଣ୍ଡିଜ୍

ମୀରପୁର: ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ୍‌ର ଫାଇନାଲ୍‌ରେ ଦ୍ୱିତୀୟ ଦଳ ଭାବେ ପହଞ୍ଚିଛି ୱେଷ୍ଟ୍ଇଣ୍ଡିଜ୍। ପୂର୍ବରୁ ଶ୍ରୀଲଙ୍କାକୁ ହରାଇ ଭାରତ ଫାଇନାଲରେ ପହଞ୍ଚି ସାରିଛି। ଏଣୁ ଫେବ୍ରୁଆରୀ ୧୪ ତାରିଖରେ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟ୍ଇଣ୍ଡିଜ୍। ଆଜି ଖେଳା ଯାଇଥିବା ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍‌ରେ ଘରୋଇ ବାଂଲାଦେଶକୁ ହରାଇ ଦେଇଥିଲା ୱେଷ୍ଟ୍ଇଣ୍ଡିଜ୍। ବାଂଲାଦେଶ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୫୦ ଓଭରରେ ୧୦ ୱିକେଟ୍ ହରାଇ ୨୨୬ ରନ୍ […]

springer

springer

Rakesh Mallick
  • Published: Thursday, 11 February 2016
  • Updated: 11 February 2016, 01:35 PM IST

Sports

Latest News

ମୀରପୁର: ଆଇସିସି ୧୯ ବର୍ଷରୁ କମ୍ ବିଶ୍ୱକପ୍‌ର ଫାଇନାଲ୍‌ରେ ଦ୍ୱିତୀୟ ଦଳ ଭାବେ ପହଞ୍ଚିଛି ୱେଷ୍ଟ୍ଇଣ୍ଡିଜ୍। ପୂର୍ବରୁ ଶ୍ରୀଲଙ୍କାକୁ ହରାଇ ଭାରତ ଫାଇନାଲରେ ପହଞ୍ଚି ସାରିଛି। ଏଣୁ ଫେବ୍ରୁଆରୀ ୧୪ ତାରିଖରେ ଫାଇନାଲରେ ମୁହାଁମୁହିଁ ହେବେ ଭାରତ ଓ ୱେଷ୍ଟ୍ଇଣ୍ଡିଜ୍।

ଆଜି ଖେଳା ଯାଇଥିବା ଦ୍ୱିତୀୟ ସେମି ଫାଇନାଲ୍ ମ୍ୟାଚ୍‌ରେ ଘରୋଇ ବାଂଲାଦେଶକୁ ହରାଇ ଦେଇଥିଲା ୱେଷ୍ଟ୍ଇଣ୍ଡିଜ୍। ବାଂଲାଦେଶ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିଲା। ଦଳ ୫୦ ଓଭରରେ ୧୦ ୱିକେଟ୍ ହରାଇ ୨୨୬ ରନ୍ ସଂଗ୍ରହ କରିଥିଲା। ଦଳ ପକ୍ଷରୁ ଜୋୟରାଜ୍ ଶେଖ୍ ୫୪ ରନ୍ କରିଥିବା ବେଳେ ମେହେଦି ହାସନ ମିରାଜ୍ ସର୍ବାଧିକ ୬୦ ରନ୍ କରିଥିଲେ। ୱେଷ୍ଟ୍ଇଣ୍ଡିଜ୍ ପକ୍ଷରୁ କେମୋ ପାଉଲ ୩ଟି ୱିକେଟ୍ ନେଇଥିବା ବେଳେ ଚେମାର କେ ହୋଲଦାର ଓ ଶାମର ସ୍ପ୍ରିଞ୍ଜର ୨ଟି ଲେଖାଏଁ ୱିକେଟ୍ ନେଇଥିଲେ।

ୱେଷ୍ଟ୍ଇଣ୍ଡିଜ୍ ୪୮.୪ ଓଭରରେ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ଦଳ ୭ ୱିକେଟ୍ ହରାଇ ୨୩୦ ରନ୍ କରି ଥିଲା। ଦଳ ପକ୍ଷରୁ ଅପରାଜିତ ରହି ସର୍ବାଧିକ ରନ୍ ସଂଗ୍ରହ କରିଥିଲେ ସ୍ପ୍ରିଞ୍ଜର। ସେ ୮୮ ବଲରୁ ୬୨ ରନ୍ କରିଥିଲେ। ସେହିପରି ସିମ୍‌ରୋନ୍ ୬୦ ରନ୍ କରି ଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos