ଶୁକ୍ରବାରଠାରୁ ମହିଳା ଟି-୨୦ ବିଶ୍ୱକପ୍‌: ଭାରତ-ଅଷ୍ଟ୍ରେଲିଆ ଉଦଘାଟନୀ ମ୍ୟାଚ୍‌

ସିଡନୀ: ଆଇସିସି ମହିଳା ଟି-୨୦ ବିଶ୍ୱକପର ସପ୍ତମ ସଂସ୍କରଣ ବିଗୁଲ୍ ଶୁକ୍ରବାର ବାଜିବ। ପ୍ରଥମଥର ପାଇଁ ଅଷ୍ଟ୍ରେଲିଆରେ ଖେଳାଯିବାକୁଥିବା ଏହି ମହାକୁମ୍ଭର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ। ସିଡନୀରେ ଖେଳାଯିବାକୁଥିବା ଏହି ମୁକାବିଲାରେ ଭାରତ ବିଜୟ ସହ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଦୀର୍ଘ ଦିନ ହେବ ଅନିୟମିତ ପ୍ରଦର୍ଶନ ଭାରତର ମୁଖ୍ୟ ଦୁର୍ବଳତା ରହିଆସିଛି। ଅଷ୍ଟ୍ରେଲିଆରେ ଆୟୋଜିତ ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତ ଫାଇନାଲରେ ପହଞ୍ଚିଥିଲା। ଭାରତ ଇଂଲଣ୍ଡ […]

icc-womens-t20-world-cup

icc-womens-t20-world-cup

Ranjit Kumar Jena
  • Published: Thursday, 20 February 2020
  • Updated: 20 February 2020, 06:15 PM IST

Sports

Latest News

ସିଡନୀ: ଆଇସିସି ମହିଳା ଟି-୨୦ ବିଶ୍ୱକପର ସପ୍ତମ ସଂସ୍କରଣ ବିଗୁଲ୍ ଶୁକ୍ରବାର ବାଜିବ। ପ୍ରଥମଥର ପାଇଁ ଅଷ୍ଟ୍ରେଲିଆରେ ଖେଳାଯିବାକୁଥିବା ଏହି ମହାକୁମ୍ଭର ଉଦଘାଟନୀ ମ୍ୟାଚରେ ମୁହାଁମୁହିଁ ହେବେ ଭାରତ ଓ ଡିଫେଣ୍ଡିଂ ଚାମ୍ପିୟନ୍ ଅଷ୍ଟ୍ରେଲିଆ। ସିଡନୀରେ ଖେଳାଯିବାକୁଥିବା ଏହି ମୁକାବିଲାରେ ଭାରତ ବିଜୟ ସହ ଅଭିଯାନ ଆରମ୍ଭ କରିବା ଲକ୍ଷ୍ୟରେ ରହିଛି। ଦୀର୍ଘ ଦିନ ହେବ ଅନିୟମିତ ପ୍ରଦର୍ଶନ ଭାରତର ମୁଖ୍ୟ ଦୁର୍ବଳତା ରହିଆସିଛି।

ଅଷ୍ଟ୍ରେଲିଆରେ ଆୟୋଜିତ ତ୍ରିରାଷ୍ଟ୍ରୀୟ ସିରିଜରେ ଭାରତ ଫାଇନାଲରେ ପହଞ୍ଚିଥିଲା। ଭାରତ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ବିପକ୍ଷରେ ଗୋଟିଏ ଲେଖାଏ ମ୍ୟାଚରେ ପରାସ୍ତ ଏବଂ ବିଜୟ ହାସଲ କରିଥିଲା, କିନ୍ତୁ ଟାଇଟଲ୍ ଲଢ଼େଇରେ ଆୟୋଜକ ଦଳଠାରୁ ହାରିଯାଇଥିଲା। ଅଷ୍ଟ୍ରେଲିଆ ଏପର୍ଯ୍ୟନ୍ତ ଆୟୋଜିତ ୬ଟି ବିଶ୍ୱକପ୍ ମଧ୍ୟରୁ ୪ଟିରେ ଟ୍ରଫି ଜିତିସାରିଛି। ଭାରତୀୟ ମଧ୍ୟକ୍ରମ ଏବଂ ନିମ୍ନକ୍ରମକୁ ଉନ୍ନତ ପ୍ରଦର୍ଶନ କରିବାକୁ ପଡ଼ିବ, ଯଦ୍ଦ୍ୱାରା ଟିମ୍ ନକଆଉଟ୍ ପର୍ଯ୍ୟାୟରେ ଇଂଲଣ୍ଡ ଓ ଅଷ୍ଟ୍ରେଲିଆ ଭଳି ମଜଭୁତ୍ ଟିମକୁ ହରାଇପାରିବ।

ନିକଟରେ ମିଡିଲ୍ ଅର୍ଡର ବିଫଳତା ଭାରତ ପାଇଁ ମୁଖ୍ୟ ସମସ୍ୟା ହୋଇ ଛିଡ଼ା ହୋଇଛି। ୧୬ ବର୍ଷୀୟା ଶେଫାଳି ବର୍ମା ଓ ସ୍ମୃତି ମନ୍ଧାନା ଓପନ୍ କରିବେ। ତ୍ରିରାଷ୍ଟ୍ରୀୟ ସିରିଜରେ ଦୁହେଁ ଭଲ ପ୍ରଦର୍ଶନ କରିଥିଲେ। ବିଶେଷକରି ମନ୍ଧାନା ସିରିଜର ଟପ୍ ସ୍କୋରର ଥିଲେ। ଅପରପକ୍ଷରେ ଲଗାତର ଖରାପ ଫର୍ମରେ ଥିବା କ୍ୟାପଟେନ୍ ହରମନପ୍ରୀତ କୌରଙ୍କ ଉପରେ ଭଲ ପ୍ରଦର୍ଶନ କରିବାର ଚାପ ରହିବ। ଟିମରେ ସ୍ଥାନ ପାଇଥିବା ଆଉ ଜଣେ ୧୬ ବର୍ଷୀୟ ବେଙ୍ଗଲ ଖେଳାଳି ରିଚା ଘୋଷଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳୁଛି କି ନାହିଁ, ତାହା ଦେଖିବାକୁ ବାକି ରହିଲା। ଟିମର ବୋଲିଂ ଆକ୍ରମଣରେ ନିରନ୍ତରତା ଦେଖିବାକୁ ମିଳିଛି।

ତ୍ରିରାଷ୍ଟ୍ରୀୟ ସିରିଜରେ ସ୍ପିନର ରାଧା ଯାଦବ, ଦୀପ୍ତି ଶର୍ମା, ରାଜେଶ୍ୱରୀ ଗାଏକ୍ୱାଡଙ୍କ ପ୍ରଦର୍ଶନ ଭଲ ରହିଥିଲା। ଶିଖା ପାଣ୍ଡେ ଓ ପୂଜା ବସ୍ତ୍ରାକରଙ୍କ ଉପରେ ପେସ୍ ଆଟାକ୍ ନିର୍ଭର କରିବ। ଗତ ସଂସ୍କରଣରେ ଭାରତ ସେମିଫାଇନାଲରେ ପହଞ୍ଚିଥିଲେ ହେଁ, ଟାଇଟଲ୍ ଦୌଡ଼ରୁ ବାଦ୍ ପଡ଼ିଥିଲା। ଓଭରଅଲ୍ ରେକର୍ଡକୁ ଦେଖିଲେ, ଭାରତ ଭାରତ ୬ଟି ସଂସ୍କରଣ ମଧ୍ୟରୁ ତିନିଥର (୨୦୦୯, ୨୦୧୦ ଓ ୨୦୧୮) ସେମିଫାଇନାଲକୁ ଉନ୍ନୀତ ହୋଇଥିବା ବେଳେ ତିନିଥର (୨୦୧୨, ୨୦୧୪ ଓ ୨୦୧୬) ଗ୍ରୁପ୍ ପର୍ଯ୍ୟାୟରୁ ଆଉଟ୍ ହୋଇଛି।

ସ୍କ୍ୱାଡ୍‌
ଅଷ୍ଟ୍ରେଲିଆ: ଏରିନ୍ ବର୍ନସ୍‌, ନିକୋଲା କ୍ୟାରୀ, ଆଶଲେ ଗାର୍ଡନର୍‌, ରାଚେଲ୍ ହାନେସ୍ (ଭାଇସ୍‌-କ୍ୟାପଟେନ୍‌), ଆଲିସା ହିଲୀ (ୱିକେଟକିପର), ଜେସ୍ ଜୋନାସେନ, ଡେଲିସା କିମିନ୍ସ, ମେଗ୍ ଲାନିଙ୍ଗ୍ (କ୍ୟାପଟେନ୍‌), ସୋଫି ମୋଲିନକ୍ସ, ବେଥ୍ ମୁନୀ, ଏଲିସ୍ ପେରୀ, ମେଗାନ୍ ସ୍କଟ୍‌, ଆବାବେଲ୍ ସଦରଲ୍ୟାଣ୍ଡ୍‌, ଜର୍ଜିଆ ୱାରେହାମ୍।

ଭାରତ: ତାନିଆ ଭାଟିଆ (ୱିକେଟକିପର), ହର୍ଲୀନ୍ ଦେଓଲ, ରାଜେଶ୍ୱରୀ ଗାଏକ୍ୱାଡ୍‌, ରିଚା ଘୋଷ, ହରମନପ୍ରୀତ କୌର୍ (କ୍ୟାପଟେନ୍‌), ବେଦା କ୍ରିଷ୍ଣମୂର୍ତ୍ତୀ, ସ୍ମୃତି ମନ୍ଧାନା, ଶିଖା ପାଣ୍ଡେ, ଅରୁନ୍ଧତୀ ରେଡ୍ଡୀ, ଜେମିମା ରୋଡ୍ରିଗ୍ସ, ଦୀପ୍ତି ଶର୍ମା, ପୂଜା ବସ୍ତ୍ରାକର, ଶେଫାଳି ବର୍ମା, ପୁନମ ଯାଦବ, ରାଧା ଯାଦବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story