ସ୍କୁଲ୍ ପିଲାଙ୍କ ସହ କ୍ରିକେଟ୍ ଖେଳିଲେ ବିରାଟ୍, ଦେଖନ୍ତୁ ଭିଡିଓ

ସାଉଥାମ୍ପଟନ୍: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ କୋହଲିଙ୍କୁ କୁନି ପିଲାଙ୍କ ସହ କ୍ରିକେଟ୍ ଖେଳୁଥିବାର ଦେଖିବାକୁ ମିଳିଛି । ସାଉଥାମ୍ପଟନର ସ୍ପ୍ରିଙ୍ଗହିଲ୍ ସ୍କୁଲର ୩୦ଜଣ ପିଲାଙ୍କ ପାଇଁ ଏହି ଦିନ ବହୁତ ଖାସ ରହିଥିଲା। ଏହା ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)ର ଏକ କାର୍ଯ୍ୟକ୍ରମ ବେଳେ ହୋଇଥିଲା, ଯେଉଁଥିରେ ସ୍କୁଲ ପିଲାଙ୍କୁ ବିଶ୍ୱକପରେ ଭାଗ ନେଇଥିବା ଟିମ୍ ଗୁଡ଼ିକ ସହ ସମୟ ବିତାଇବାର ସୁଯୋଗ ମିଳିଛି। ଭାରତୀୟ ଖେଳାଳିଙ୍କ ସହ ପିଲାମାନେ ଖୁବ୍ […]

virat

Hemant Lenka
  • Published: Friday, 21 June 2019
  • , Updated: 21 June 2019, 03:40 PM IST

ସାଉଥାମ୍ପଟନ୍: ଭାରତୀୟ କ୍ରିକେଟ୍ ଟିମ୍ କ୍ୟାପଟେନ୍ ବିରାଟ କୋହଲିଙ୍କୁ କୁନି ପିଲାଙ୍କ ସହ କ୍ରିକେଟ୍ ଖେଳୁଥିବାର ଦେଖିବାକୁ ମିଳିଛି । ସାଉଥାମ୍ପଟନର ସ୍ପ୍ରିଙ୍ଗହିଲ୍ ସ୍କୁଲର ୩୦ଜଣ ପିଲାଙ୍କ ପାଇଁ ଏହି ଦିନ ବହୁତ ଖାସ ରହିଥିଲା। ଏହା ଇଂଲଣ୍ଡ ଆଣ୍ଡ ୱେଲ୍ସ କ୍ରିକେଟ୍ ବୋର୍ଡ (ଇସିବି)ର ଏକ କାର୍ଯ୍ୟକ୍ରମ ବେଳେ ହୋଇଥିଲା, ଯେଉଁଥିରେ ସ୍କୁଲ ପିଲାଙ୍କୁ ବିଶ୍ୱକପରେ ଭାଗ ନେଇଥିବା ଟିମ୍ ଗୁଡ଼ିକ ସହ ସମୟ ବିତାଇବାର ସୁଯୋଗ ମିଳିଛି।

ଭାରତୀୟ ଖେଳାଳିଙ୍କ ସହ ପିଲାମାନେ ଖୁବ୍ ମସ୍ତି କରିଥିଲେ। ଏହା ମଧ୍ୟରେ ପିଲାମାନେ ଭାରତୀୟ କ୍ରିକେଟରଙ୍କ ସହ ଫଟୋ ଉଠାଇଥିଲେ ଏବଂ ଅଟୋଗ୍ରାଫ୍ ମଧ୍ୟ ନେଇଥିଲେ। ଏହାଛଡ଼ା ଏକ ଛୋଟିଆ ବ୍ୟାଟରେ ବ୍ୟାଟିଂ ମଧ୍ୟ କରିଥିଲେ।

କୋହଲି ଏକ ଭିଡିଓରେ କହିଛନ୍ତି, ମୋ ପିଲାଦିନର କଥା ମନେ ଅଛି, ଯେତେବେଳେ ମୁଁ ପାର୍କରେ ଖେଳୁଥିଲି। ମୋ ମତରେ କ୍ରିକେଟ୍ ପିଲାମାନଙ୍କ ଜୀବନରେ ପରିବର୍ତ୍ତନ ଆଣିପାରିବ। ଏଥିରେ ଆପଣ ଜୀବନରେ ପଡ଼ିବା ଓ ଉଠିବା ଏବଂ ପ୍ରତ୍ୟାବର୍ତ୍ତନ କରିବା ମଧ୍ୟ ଶିଖିପାରିବେ। ମୋ ମତରେ କ୍ରିକେଟ୍ ଏକ ମହାନ ଅଧ୍ୟାପକ।

୯ ବର୍ଷର ଶିବେନ୍ କୁମାର ନିଜ ପିତା ସଞ୍ଜିତ କୁମାରଙ୍କ ସହ ସାଉଥାମ୍ପଟନର ହାମ୍ପଶାୟର ବାଉଲରେ ପହଞ୍ଚିଥିଲେ। ସେ ନିଜ ବ୍ୟାଟରେ ନିଜର ଦୁଇ ଆଦର୍ଶ କୋହଲି ଓ ମହେନ୍ଦ୍ର ସିଂହ ଧୋନିଙ୍କ ଅଟୋଗ୍ରାଫ୍ ନେଇଥିଲେ। ସେ କୋହଲିଙ୍କ ସମ୍ବନ୍ଧରେ କହିଥିଲେ, ସେ ବହୁତ ଭଲ ମଣିଷ ଏବଂ ସେ ମୋତେ ଆଦୌ ଅଣଦେଖା କରିନାହାନ୍ତି।

ସେହିପରି ଆନାବେଲ ଓ ଇଭାଙ୍କୁ କୋହଲି କିଛି ଟିପ୍ସ ଦେଇଥିଲେ। ଆନାବେଲା କହିଛନ୍ତି, କୋହଲି ମୋତେ କହିଥିଲେ, ଆପଣଙ୍କ ବୋଲିଂ ଭଲ ହୋଇପାରିବ ଏବଂ ଆପଣଙ୍କ ପାଖରେ ପ୍ରତିଭା ଅଛି। ଉଭୟ ଆନାବେଲା ଓ ଇଭା ଫୁଟବଲ ଖେଳନ୍ତି। ତେଣୁ ଦୁହିଁଙ୍କୁ ଫୁଟବଲ ଓ କ୍ରିକେଟ୍ ମଧ୍ୟରୁ କ'ଣ ପସନ୍ଦ ବୋଲି ପଚରାଯାଇଥିଲା ବେଳେ ଏହାର ଜବାବରେ ଦୁହେଁ ଏକ ସ୍ୱରରେ କ୍ରିକେଟ୍ ବୋଲି କହିଥିଲେ।

Related story