ଆଇସିସି ଟେଷ୍ଟ ଚାମ୍ପିୟନଶିପ୍‌: ଶୀର୍ଷ ସ୍ଥାନ ବଜାୟ ରଖିଲା ଭାରତ

ବିଶାଖାପାଟଣା: ବୃହତ ବିଜୟ ସହ ଟିମ୍‌ ଇଣ୍ଡିଆ ତା’ର ଘରୋଇ ଟେଷ୍ଟ ସିଜନ୍‌ ଆରମ୍ଭ କରିଛି । ମହମ୍ମଦ ଶାମି ଓ ରବୀନ୍ଦ୍ର ଜାଡେଜାଙ୍କ ଘାତକ ସ୍ପେଲକୁ ଆଧାର କରି ଭାରତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୨୦୩ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି। ଭାରତ ଦ୍ୱାରା ଧାର୍ଯ୍ୟ ୩୯୫ ରନର ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ଟିମ୍‌ […]

india2

india2

Ranjit Kumar Jena
  • Published: Sunday, 06 October 2019
  • Updated: 06 October 2019, 06:03 PM IST

Sports

Latest News

ବିଶାଖାପାଟଣା: ବୃହତ ବିଜୟ ସହ ଟିମ୍‌ ଇଣ୍ଡିଆ ତା'ର ଘରୋଇ ଟେଷ୍ଟ ସିଜନ୍‌ ଆରମ୍ଭ କରିଛି । ମହମ୍ମଦ ଶାମି ଓ ରବୀନ୍ଦ୍ର ଜାଡେଜାଙ୍କ ଘାତକ ସ୍ପେଲକୁ ଆଧାର କରି ଭାରତ ପ୍ରଥମ ଟେଷ୍ଟରେ ଦକ୍ଷିଣ ଆଫ୍ରିକାକୁ ୨୦୩ ରନର ବଡ଼ ବ୍ୟବଧାନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ ତିନିମ୍ୟାଚ୍‌ ବିଶିଷ୍ଟ ଟେଷ୍ଟ ସିରିଜରେ ୧-୦ରେ ଆଗୁଆ ରହିଛି।

ଭାରତ ଦ୍ୱାରା ଧାର୍ଯ୍ୟ ୩୯୫ ରନର ଲକ୍ଷ୍ୟର ପିଛା କରି ଦକ୍ଷିଣ ଆଫ୍ରିକା ଟିମ୍‌ ଦ୍ୱିତୀୟ ଇନିଂସରେ ୬୩.୫ ଓଭରରେ ୧୯୧ ରନ୍‌ କରି ଅଲଆଉଟ୍‌ ହୋଇଛି। ଯଦି ସେନୁରାନ ମୁଥୁସ୍ୱାମୀ (୪୯*) ଓ ଡେନ୍‌ ପିଟ୍‌ (୫୬) ନବମ ୱିକେଟ୍‌ ପାଇଁ ୯୧ ରନର ରେକର୍ଡ ଭାଗୀଦାରୀ କରିନଥାନ୍ତେ, ତାହେଲେ ଦକ୍ଷିଣ ଆଫ୍ରିକାର ପରାଜୟ ବ୍ୟବଧାନ ଅଧିକ ବଡ଼ ହୋଇଥାନ୍ତା। ଶାମି ୩୫ ରନ୍‌ ଦେଇ ୫ଟି ଏବଂ ଜାଡେଜା ୮୭ ରନ୍‌ ଦେଇ ୪ଟି ୱିକେଟ୍‌ ନେଇଥିଲେ। ସେ ନିଜ କ୍ୟାରିୟରରେ ଚତୁର୍ଥଥର ପାଇଁ ଗୋଟିଏ ଇନିଂସରେ ୫ରୁ ଅଧିକ ୱିକେଟ୍‌ ନେଇଛନ୍ତି। ଏହି ବିଜୟରୁ ଭାରତକୁ ୪୦ ପଏଣ୍ଟ ମିଳିଛି ଏବଂ ତିନି ମ୍ୟାଚରେ ତିନି ବିଜୟ ସହ ଆଇସିସି ଟେଷ୍ଟ ଚାମ୍ପିୟନଶିପର ପଏଣ୍ଟ ଟେବୁଲରେ ୧୬୦ ପଏଣ୍ଟ ସହ ପ୍ରଥମ ସ୍ଥାନରେ ନିଜ ସ୍ଥିତିକୁ ମଜଭୁତ୍‌ କରିଛି। ଉଭୟ ଇନିଂସରେ ଶତକୀୟ ଇନିଂସ୍‌ ଖେଳିଥିବା ରୋହିତ୍‌ ଶର୍ମାଙ୍କୁ ପ୍ଲେୟର୍‌ ଅଫ୍‌ ଦି ମ୍ୟାଚ୍‌ ବିବେଚିତ କରାଯାଇଛି।

ଆଇସିସି ଟେଷ୍ଟ ଚାମ୍ପିୟନଶିପରେ ଦକ୍ଷିଣ ଆଫ୍ରିକାର ଏହା ପ୍ରଥମ ମ୍ୟାଚ୍‌ ଥିଲା। ଦକ୍ଷିଣ ଆଫ୍ରିକା ଟିମ୍‌ ଆଜି ତା'ର ପୂର୍ବଦିନର ସ୍କୋର ୧୧/୧ରୁ ଖେଳ ଆରମ୍ଭ କରିଥିଲା। ଆଜି ପ୍ରଥମ ସେସନରେ ଭ୍ରମଣକାରୀ ଦଳ ୭୦ ରନ୍‌ ଭିତରେ ୮ ୱିକେଟ୍‌ ହରାଇ ପରାଜୟ ନିକଟତର ହୋଇଥିଲା। କିନ୍ତୁ ମୁଥୁସ୍ୱାମୀ ଓ ପିଟ୍‌ ଘରୋଇ ଟିମର ବିଜୟକୁ ବିଳମ୍ବ କରିଥିଲେ। ପ୍ରଥମ ଚାରିଦିନରେ ପିଚ୍‌ ବ୍ୟାଟ୍ସମ୍ୟାନଙ୍କୁ ସେତେଟା ଅସୁବିଧାରେ ପକାଇନଥିଲା, କିନ୍ତୁ ପଞ୍ଚମ ଦିବସରେ ବୋଲରଙ୍କ ଆଧିପତ୍ୟ ଦେଖିବାକୁ ମିଳିଥିଲା। ସ୍ପିନର ବଲକୁ ଭଲ ଟର୍ଣ୍ଣ କରାଉଥିବା ବେଳେ ପେସ୍‌ ବୋଲରଙ୍କୁ ରିଭର୍ସ ସୁଇଂର ଫାଇଦା ମିଳିଥିଲା।

ଋବିବାର ଅଶ୍ୱିନ୍‌ ଦ୍ୱିତୀୟ ଓଭରରେ ହିଁ ଥ୍ୟୁନିସ୍‌ ଡି'ବ୍ରୁନ (୧୦)ଙ୍କୁ କ୍ଲିନ୍‌ ବୋଲ୍ଡ କରି ଦ୍ରୁତ ୩୫୦ ଟେଷ୍ଟ ୱିକେଟ୍‌ ନେବାରେ ଶ୍ରୀଲଙ୍କାର ମୁଥିଆ ମୁରଲିଧରନଙ୍କ ରେକର୍ଡ ସମକକ୍ଷ ହୋଇଥିଲେ। ଏହା ପରେ ଶାମି ତେମ୍ବା ବାଭୁମା (୦), କ୍ୟାପଟେନ୍‌ ଫାଫ୍‌ ଡ୍ୟୁପ୍ଲେସିସ୍‌ (୧୩) ଏବଂ ପ୍ରଥମ ଇନିଂସରେ ଶତକ ମାରିଥିବା କ୍ୱିଣ୍ଟନ୍‌ ଡି'କକ୍‌ (୦)ଭ୍‌କୁ ବୋଲ୍ଡ କରି ଦକ୍ଷିଣ ଆଫ୍ରିକାର ମେରୁଦଣ୍ଡ ଭାଙ୍ଗି ଦେଇଥିଲେ।

ଏହା ପରେ ଜାଡେଜା ଇନିଂସର ୨୭ତମ ଓଭରରେ ଓପନିଂ ବ୍ୟାଟ୍ସମ୍ୟାନ୍‌ ଆଇଡେନ୍‌ ମର୍କରାମ (୩୯), ଭର୍ନନ୍‌ ଫିଲାଣ୍ଡର୍‌ (୦) ଏବଂ କେଶବ ମହାରାଜ (୦)ଙ୍କୁ ପ୍ୟାଭିଲିୟନ୍‌ ପଠାଇଥିଲେ। ମର୍କରାମ ଜାଡେଜାଙ୍କୁ ତାଙ୍କ ବୋଲିଂରେ କ୍ୟାଚ୍‌ ଦେଇ ବସିଥିବା ବେଳେ ଫିଲାଣ୍ଡର ଓ ମହାରାଜ ଏଲବିଡବ୍ଲ୍ୟୁ ଆଉଟ୍‌ ହୋଇଥିଲେ। ପିଟ୍‌ ଓ ମୁଥୁସ୍ୱାମୀ ମଧ୍ୟାହ୍ନ ଭୋଜନ ସୁଦ୍ଧା ଭାରତୀୟ ବୋଲରଙ୍କୁ କୌଣସି ସଫଳତା ହାସଲ କରିବାକୁ ଦେଇନଥିଲେ।

ତେବେ ମଧ୍ୟାହ୍ନ ଭୋଜନ ପରେ ଭାରତକୁ ସଫଳତା ହାସଲ କରିବା ପାଇଁ ୧୮ ଓଭର ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। ଭ୍ରମଣକାରୀ ଦଳର ସ୍କୋର ୧୬୧ ଥିବା ବେଳେ ଶାମି ସେଟ୍‌ ବ୍ୟାଟ୍ସମ୍ୟାନ୍‌ ପିଟଙ୍କୁ କ୍ଲିନ୍‌ ବୋଲ୍ଡ କରିଥିଲେ। ପିଟ୍‌ ୧୦୭ ବଲରେ ୯ ଚୌକା ଓ ୧ ଛକା ସହ ୫୬ ରନ୍‌ କରିଥିଲେ। ଏହା ପରେ ଶାମି କାଗିସୋ ରବାଡା (୧୮)ଙ୍କୁ ଆଉଟ୍‌ କରି ଭାରତକୁ ବିଜୟୀ କରାଇଥିଲେ। ମୁଥୁସ୍ୱାମୀ ୪୯ (୧୦୮ ବଲ୍‌, ୫ ଚୌକା) ରନ୍‌ କରି ଅପରାଜିତ ଥିଲେ।

ପୂର୍ବରୁ ମୟଙ୍କ ଅଗ୍ରୱାଲ (୨୧୫)ଙ୍କ ଦ୍ୱିଶତକ ଓ ରୋହିତ୍‌ ଶର୍ମା (୧୭୬)ଙ୍କ ଶତକ ବଳରେ ଭାରତ ପ୍ରଥମ ଇନିଂସରେ ୭ ୱିକେଟ୍‌ ହରାଇ ୫୦୨ ରନ୍‌ କରି ପାଳିର ଘୋଷଣା କରିଥିଲା। ଜବାବରେ ଡିନ୍‌ ଏଲଗାର (୧୬୦) ଓ ଡି'କକ୍‌ (୧୧୧)ଙ୍କ ଶତକ ବଳରେ ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସରେ ୪୩୧ ରନ୍‌ କରି ଅଲଆଉଟ୍‌ ହୋଇଥିଲା। ୭୧ ରନରେ ଆଗୁଆ ଥିବା ଭାରତ ଦ୍ୱିତୀୟ ଇନିଂସରେ ରୋହିତ (୧୨୭)ଙ୍କ ଆଉ ଏକ ଶତକ ଓ ଚେତେଶ୍ୱର ପୂଜାରା (୮୧) ଅର୍ଦ୍ଧଶତକ ବଳରେ ୪ ୱିକେଟ୍‌ ହରାଇ ୩୨୩ ରନ୍‌ କରି ପାଳି ଘୋଷଣା କରି ଭ୍ରମଣକାରୀ ଦଳ ଆଗରେ ୩୯୫ ରନର ଲକ୍ଷ୍ୟ ଧାର୍ଯ୍ୟ ରଖିଥିଲା।

ସଂକ୍ଷିପ୍ତ ସ୍କୋର
ଭାରତ ପ୍ରଥମ ଇନିଂସ୍‌- ୫୦୨/୭ ଘୋଷିତ, ୧୩୬ ଓଭର), ଦ୍ୱିତୀୟ ଇନିଂସ- ୩୨୩/୪ ଘୋଷିତ, ୬୭ ଓଭର
ଦକ୍ଷିଣ ଆଫ୍ରିକା ପ୍ରଥମ ଇନିଂସ୍‌- ୪୩୧, ୧୩୧.୨ ଓଭର, ଦ୍ୱିତୀୟ ଇନିଂସ୍‌- ୧୯୧, ୬୩.୫ ଓଭର (ଡେନ୍‌ ପିଟ୍‌ ୫୬, ସେନୁରାନ ମୁଥୁସ୍ୱାମୀ ୪୯*, ଆଇଡେନ୍‌ ମର୍କରାନ୍‌ ୩୯, ମହମ୍ମଦ ଶାମି ୫/୩୫, ରବୀନ୍ଦ୍ର ଜାଡେଜା ୪/୮୭)।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story