ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପ୍ ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ୍

ନୂଆଦିଲ୍ଲୀ: ଆଇସିସିର ପ୍ରଥମ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲକୁ ଉନ୍ନୀତ ହୋଇଛି ନ୍ୟୁଜିଲ୍ୟାଣ୍ଡ। କୋଭିଡ୍-୧୯ କାରଣରୁ ଅଷ୍ଟ୍ରେଲିଆ ତା’ର ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରିବା ପରେ ଏହି ଅପଡେଟ୍ ଆସିଛି। ଏଥିସହ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଦଳ ଭାବେ ଏହି ଚାମ୍ପିୟନଶିପର ଫାଇନାଲକୁ କ୍ୱାଲିଫାଏ କରିଛି। ସେହିପରି ଅଷ୍ଟ୍ରେଲିଆର ଫାଇନାଲକୁ ପହଞ୍ଚିବାର ବାଟ କଷ୍ଟ ହୋଇଛି। ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଅଷ୍ଟ୍ରେଲିଆର ୩୩୨ ପଏଣ୍ଟ ଅଛି ଏବଂ ୬୯.୨ ପ୍ରତିଶତ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। […]

nz

Ranjit Kumar Jena
  • Published: Tuesday, 02 February 2021
  • , Updated: 02 February 2021, 10:08 PM IST

ନୂଆଦିଲ୍ଲୀ: ଆଇସିସିର ପ୍ରଥମ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଫାଇନାଲକୁ ଉନ୍ନୀତ ହୋଇଛି ନ୍ୟୁଜିଲ୍ୟାଣ୍ଡ। କୋଭିଡ୍-୧୯ କାରଣରୁ ଅଷ୍ଟ୍ରେଲିଆ ତା'ର ଦକ୍ଷିଣ ଆଫ୍ରିକା ଗସ୍ତ ବାତିଲ କରିବା ପରେ ଏହି ଅପଡେଟ୍ ଆସିଛି। ଏଥିସହ ନ୍ୟୁଜିଲ୍ୟାଣ୍ଡ ପ୍ରଥମ ଦଳ ଭାବେ ଏହି ଚାମ୍ପିୟନଶିପର ଫାଇନାଲକୁ କ୍ୱାଲିଫାଏ କରିଛି। ସେହିପରି ଅଷ୍ଟ୍ରେଲିଆର ଫାଇନାଲକୁ ପହଞ୍ଚିବାର ବାଟ କଷ୍ଟ ହୋଇଛି।

ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଅଷ୍ଟ୍ରେଲିଆର ୩୩୨ ପଏଣ୍ଟ ଅଛି ଏବଂ ୬୯.୨ ପ୍ରତିଶତ ପଏଣ୍ଟ ସହ ତୃତୀୟ ସ୍ଥାନରେ ରହିଛି। ଫାଇନାଲରେ ପହଞ୍ଚିବା ପାଇଁ ଅଷ୍ଟ୍ରେଲିଆକୁ ଦକ୍ଷିଣ ଆଫ୍ରିକା ଗସ୍ତରେ ବିଜୟ ହାସଲ ଜରୁରୀ ଥିଲା, କିନ୍ତୁ ଏବେ ଏହି ଗସ୍ତ ସ୍ଥଗିତ ହୋଇଯାଇଛି। ନିକଟରେ ଅଷ୍ଟ୍ରେଲିଆ ତା'ର ଘରୋଇ ମାଟିରେ ଭାରତ ନିକଟରୁ ୧-୨ରେ ସିରିଜ୍ ହାରିଥିଲା। ଦକ୍ଷିଣ ଆଫ୍ରିକା ଗସ୍ତରେ ଅଷ୍ଟ୍ରେଲିଆ ତିନୋଟି ଟେଷ୍ଟ ଖେଳିଥାନ୍ତା।

ଆଇସିସି ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ଭାରତ ୭୧.୭ ପଏଣ୍ଟ ସହ ଶୀର୍ଷରେ ରହିଛି। ସେହିପରି ନ୍ୟୁଜିଲ୍ୟାଣ୍ଡ୍ ୭୦ ପ୍ରତିଶତ ପଏଣ୍ଟ ସହ ୨ୟରେ ରହିଛି। ଆଇସିସି ଟେଷ୍ଟ ଚାମ୍ପିୟନଶିପର ଫାଇନାଲକୁ ୨ୟ ଦଳ ଭାବେ କେଉଁ ଟିମ୍ କ୍ୱାଲିଫାଏ କରିବ, ସେ ନେଇ ଅଙ୍କକଷା ଆରମ୍ଭ ହୋଇଛି। ଭାରତ ପାଖରେ ଫାଇନାଲରେ ପହଞ୍ଚିବାର ଭଲ ସୁଯୋଗ ରହିଛି। ଭାରତ ଆଗକୁ ଇଂଲଣ୍ଡ ବିପକ୍ଷ ଚାରିମ୍ୟାଚ୍ ବିଶିଷ୍ଟ ଟେଷ୍ଟ ସିରିଜ୍ ଖେଳିବ। ଯଦି ଭାରତ ୪-୦, ୩-୦, ୩-୧, ୨-୦, ୨-୧ରେ ସିରିଜ୍ ଜିତେ, ତାହେଲେ ଟେଷ୍ଟ ଚାମ୍ପିୟନଶିପର ଫାଇନାଲରେ ପହଞ୍ଚିବା ପକ୍କା ହୋଇଯିବ।

ଅନ୍ୟପକ୍ଷରେ ଇଂଲଣ୍ଡ ପାଖରେ ମଧ୍ୟ ସୁଯୋଗ ରହିଛି। ଫାଇନାଲ୍ ଯିବା ପାଇଁ ଇଂଲଣ୍ଡକୁ ଭାରତ ବିପକ୍ଷରେ ବଡ଼ ବ୍ୟବଧାନରେ ବିଜୟ ହାସଲ କରିବାକୁ ହେବ। ଇଂଲଣ୍ଡ ଯଦି ଭାରତକୁ ୪-୦, ୩-୦, ୩-୧ରେ ହରାଇଦିଏ, ତାହେଲେ ରୁଟଙ୍କ ଟିମ୍ ଫାଇନାଲ୍ ଖେଳିବ। ଅନ୍ୟପକ୍ଷରେ ଭାରତ ଓ ଇଂଲଣ୍ଡ ସିରିଜ୍ ଡ୍ର' ରୁହେ, ତାହେଲେ ଏହାର ଫାଇଦା ଅଷ୍ଟ୍ରେଲିଆକୁ ମିଳିବ। ନଚେତ୍ ଯଦି ଭାରତ ଭାରତ ସିରିଜରେ ଦୁଇରୁ ଅଧିକ ମ୍ୟାଚ୍ ହାରେ ଏବଂ ଇଂଲଣ୍ଡ ଦୁଇରୁ ଅଧିକ ମ୍ୟାଚ୍ ଜିତି ନପାରେ, ତାହେଲେ ଅଷ୍ଟ୍ରେଲିଆ ଟିମ୍ ଫାଇନାଲରେ ପହଞ୍ଚିଯିବ।

Related story