ରାଇନାଙ୍କ ସହ ଏହି ଏଲିଟ୍ ଲିଷ୍ଟରେ ସ୍ଥାନ ପାଇଲେ ରାହୁଲ୍‌

ମାଉଣ୍ଟ ମାଉଙ୍ଗାନୁଇ: ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ଏଠାରେ ଖେଳାଯାଇଥିବା ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ତୃତୀୟ ଦିନିକିଆରେ ଶତକ ମାରି ଖାସ୍ ଏଲିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି। ଟପ୍ ଅର୍ଡର୍ ଫେଲ୍ ମାରିବା ପରେ ରାହୁଲ୍ ୧୦୪ ବଲରେ ନିଜର ଚତୁର୍ଥ ଶତକ ହାସଲ କରିଥିଲେ। ରାହୁଲ୍ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ପଞ୍ଚମ ସ୍ଥାନରେ ବ୍ୟାଟିଂ କରି ଶତକ ମାରିଛନ୍ତି। ଏଥିସହ ରାହୁଲ୍ ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନାଙ୍କ ସହ କ୍ଲବରେ ସାମିଲ୍ ହୋଇଛନ୍ତି। ରାଇନା […]

rahul

Ranjit Kumar Jena
  • Published: Tuesday, 11 February 2020
  • , Updated: 11 February 2020, 05:30 PM IST

ମାଉଣ୍ଟ ମାଉଙ୍ଗାନୁଇ: ଭାରତର ୱିକେଟକିପର ବ୍ୟାଟ୍ସମ୍ୟାନ୍ ଲୋକେଶ ରାହୁଲ୍ ଏଠାରେ ଖେଳାଯାଇଥିବା ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ତୃତୀୟ ଦିନିକିଆରେ ଶତକ ମାରି ଖାସ୍ ଏଲିଟ୍ ଲିଷ୍ଟରେ ସ୍ଥାନ ପାଇଛନ୍ତି।

ଟପ୍ ଅର୍ଡର୍ ଫେଲ୍ ମାରିବା ପରେ ରାହୁଲ୍ ୧୦୪ ବଲରେ ନିଜର ଚତୁର୍ଥ ଶତକ ହାସଲ କରିଥିଲେ। ରାହୁଲ୍ ଦ୍ୱିତୀୟ ଭାରତୀୟ ବ୍ୟାଟ୍ସମ୍ୟାନ୍ ଭାବେ ପଞ୍ଚମ ସ୍ଥାନରେ ବ୍ୟାଟିଂ କରି ଶତକ ମାରିଛନ୍ତି। ଏଥିସହ ରାହୁଲ୍ ବାମହାତୀ ବ୍ୟାଟ୍ସମ୍ୟାନ୍ ସୁରେଶ ରାଇନାଙ୍କ ସହ କ୍ଲବରେ ସାମିଲ୍ ହୋଇଛନ୍ତି। ରାଇନା ୨୦୧୫ରେ ଜିମ୍ବାୱେ ବିପକ୍ଷରେ ପଞ୍ଚମ ସ୍ଥାନରେ ବ୍ୟାଟିଂ କରିବାକୁ ଆସି ଶତକ ମାରିଥିଲେ।

ରାହୁଲ୍ ଅଷ୍ଟ୍ରେଲିଆ ବିପକ୍ଷ ସିରିଜରେ ଶତକ ମାରିବାରୁ ବଞ୍ଚିତ ହୋଇଥିଲେ। ସେହିପରି ହାମିଲଟନରେ ନ୍ୟୁଜିଲ୍ୟାଣ୍ଡ୍ ବିପକ୍ଷ ପ୍ରଥମ ଦିନିକିଆରେ ରାହୁଲ୍ ୮୮ ରନର ଇନିଂସ୍ ଖେଳିଛନ୍ତି। ରାହୁଲ୍ ନିଜର ଶେଷ ଶତକ ଡିସେମ୍ବର, ୨୦୧୯ରେ ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ହାସଲ କରିଥିଲେ। ଏହି ମ୍ୟାଚରେ ସେ ୧୦୪ ବଲରେ ୧୦୨ ରନ୍ କରିଥିଲେ।

Related story