ଟିମ୍ ଇଣ୍ଡିଆ କବଜାରେ କିଙ୍ଗଷ୍ଟନ୍ ଟେଷ୍ଟ

କିଙ୍ଗଷ୍ଟନ୍: ଜାମାଇକାର ସବିନା ପାର୍କରେ ଚାଲିଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟ ଭ୍ରମଣକାରୀ ଭାରତ କବଜାରେ ରହିଛି। ୪୬୮ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଦିବସର ମଧ୍ୟାହ୍ନ ଭୋଜନ ସୁଦ୍ଧା ୪ ୱିକେଟ୍ ହରାଇ ୧୪୫ ରନ୍ କରିଛି। ଫଳରେ ୱେଷ୍ଟଇଣ୍ଡିଜ୍ ଏବେ ପରାଜୟ ଆଡ଼କୁ ଅଗ୍ରସର ହୋଇଛି। ବର୍ତ୍ତମାନ ପରିସ୍ଥିତିରେ କେବଳ ବର୍ଷା ହିଁ ୱେଷ୍ଟଇଣ୍ଡିଜକୁ ପରାଜୟକୁ ରକ୍ଷା କରିପାରିବ। ଶାମାର ବ୍ରୁକ୍ସ ୩୬ ଓ ଜର୍ମେନ୍ ବ୍ଲାକଉଡ୍ ୩୩ […]

ind

ind

Ranjit Kumar Jena
  • Published: Monday, 02 September 2019
  • Updated: 02 September 2019, 10:20 PM IST

Sports

Latest News

କିଙ୍ଗଷ୍ଟନ୍: ଜାମାଇକାର ସବିନା ପାର୍କରେ ଚାଲିଥିବା ଭାରତ ଓ ୱେଷ୍ଟଇଣ୍ଡିଜ୍ ଦ୍ୱିତୀୟ ଟେଷ୍ଟ ଭ୍ରମଣକାରୀ ଭାରତ କବଜାରେ ରହିଛି। ୪୬୮ ରନର ବିଶାଳ ଲକ୍ଷ୍ୟର ପିଛା କରୁଥିବା ୱେଷ୍ଟଇଣ୍ଡିଜ୍ ଚତୁର୍ଥ ଦିବସର ମଧ୍ୟାହ୍ନ ଭୋଜନ ସୁଦ୍ଧା ୪ ୱିକେଟ୍ ହରାଇ ୧୪୫ ରନ୍ କରିଛି। ଫଳରେ ୱେଷ୍ଟଇଣ୍ଡିଜ୍ ଏବେ ପରାଜୟ ଆଡ଼କୁ ଅଗ୍ରସର ହୋଇଛି। ବର୍ତ୍ତମାନ ପରିସ୍ଥିତିରେ କେବଳ ବର୍ଷା ହିଁ ୱେଷ୍ଟଇଣ୍ଡିଜକୁ ପରାଜୟକୁ ରକ୍ଷା କରିପାରିବ। ଶାମାର ବ୍ରୁକ୍ସ ୩୬ ଓ ଜର୍ମେନ୍ ବ୍ଲାକଉଡ୍ ୩୩ ରନରେ ବ୍ୟାଟିଂ କରୁଛନ୍ତି।

ସୋମବାର ୱେଷ୍ଟଇଣ୍ଡିଜ୍ ତା'ର ପୂର୍ବଦିନର ସ୍କୋର ୪୫/୨ରୁ ଖେଳ ଆରମ୍ଭ କରିଥିଲା। ଗତକାଲି ଅପରାଜିତ ଥିବା ଡାରେନ୍ ବ୍ରାଭୋ ଓ ଶାମର ବ୍ରୁକ୍ସ ଭାରତୀୟ ବୋଲରଙ୍କୁ ସତର୍କତାର ସହ ସାମ୍ନା କରିଥିଲେ। ଟିମର ସ୍କୋର ୫୫ ଥିବା ବେଳେ ବ୍ରାଭୋ ରିଟାୟର୍ଡ ହର୍ଟ ହୋଇ ପ୍ୟାଭିଲିୟନ୍ ଫେରିଥିଲେ। ତେବେ ତାଙ୍କ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ରୋଷ୍ଟନ୍ ଚେଜ୍ ପୁଣିଥରେ ନିରାଶ କରିଥିଲେ। ସେ ବ୍ୟକ୍ତିଗତ ୧୨ ରନ୍ କରିଥିବା ବେଳେ ରବୀନ୍ଦ୍ର ଜାଡେଜା ବଲରେ ଏଲବିଡବ୍ଲ୍ୟୁ ଆଉଟ୍ ହୋଇଥିଲେ। ଷଷ୍ଠ ସ୍ଥାନରେ ବ୍ୟାଟିଂ କରିବାକୁ ଆସିଥିବା ଶିମରନ୍ ହେଟମେୟର୍ ମାତ୍ର ୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ। ତାଙ୍କୁ ଈଶାନ୍ତ ଶର୍ମା ମୟଙ୍କ ଅଗ୍ରୱାଲଙ୍କ ଦ୍ୱାରା କ୍ୟାଚ୍ କରାଇଥିଲେ।

ତୃତୀୟ ଦିବସରେ ଭାରତୀୟ ବୋଲରମାନେ ଚମତ୍କାର ପ୍ରଦର୍ଶନ କରି ୱେଷ୍ଟଇଣ୍ଡିଜକୁ ପ୍ରଥମ ଇନିଂସରେ ୧୧୭ ରନରେ ଅଲଆଉଟ୍ କରିଥିଲା। ତେବେ ଭାରତ ଘରୋଇ ଟିମକୁ ଫଲୋଅନ ନଦେଇ ପୁଣିଥରେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଭାରତ ଦ୍ୱିତୀୟ ଇନିଂସରେ ୪ ୱିକେଟ୍ ହରାଇ ୧୬୮ ରନ୍ କରି ପାଳି ଘୋଷଣା କରିଥିଲା।

ଭାରତ ଏକ ସମୟରେ ୫୭ ରନରେ ୪ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା ବେଳେ ଆଜିଙ୍କ୍ୟ ରାହାଣେ ଓ ହନୁମା ବିହାରୀ ଜବରଦସ୍ତ ବ୍ୟାଟିଂ କରିଥିଲେ। ଦୁହେଁ ଅର୍ଦ୍ଧଶତକ ମାରିବା ସହ ପଞ୍ଚମ ୱିକେଟ୍ ପାଇଁ ଅପରାଜିତ ୧୧୧ ରନର ଭାଗୀଦାରୀ କରିଥିଲେ। ରାହାଣେ ୧୦୯ ବଲରେ ୮ ଚୌକା ଓ ୧ ଛକା ସହ ୬୪ ଓ ବିହାରୀ ୭୬ ବଲରେ ୮ ଚୌକା ସହ ୫୩ ରନ୍ କରି ଅପରାଜିତ ଥିଲେ। ୱେଷ୍ଟଇଣ୍ଡିଜ୍ ପକ୍ଷରୁ କେମାର ରୋଚ୍ ୩ଟି ଓ କ୍ୟାପଟେନ୍ ଜେସନ୍ ହୋଲ୍ଡର ଗୋଟିଏ ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos