ପ୍ରଥମ ଟେଷ୍ଟ: ଭାରତ-ଏ ୭ ୱିକେଟରେ ବିଜୟୀ

ଥିରୁଅନନ୍ତପୁରମ୍: ଜଲଜ ସାକ୍ସେନାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ-ଏ ଏଠାରେ ଚାଲିଥିବା ପ୍ରଥମ ଅନଅଫିସିଆଲ୍ ଟେଷ୍ଟରେ ଦକ୍ଷିଣ ଆଫ୍ରିକା-ଏ’କୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ-ଏ ୧-୦ର ଅଗ୍ରଣୀ ହାସଲ କରିଛି। ମୁମ୍ବାଇର ଅଲରାଉଣ୍ଡର ଶିବମ ଦୁବେ ଲଗାତର ଦୁଇଟି ଛକା ମାରି ବିଜୟ ସୁନିଶ୍ଚିତ କରିଥିଲେ। ମାତ୍ର ୪୮ ରନର ଲକ୍ଷ୍ୟର ପିଛା କରୁଥିବା ଭାରତ-ଏ ଦ୍ୱିତୀୟ ଇନିଂସରେ ଶୁବମାନ୍ ଗିଲ୍ (୫), ଅଙ୍କିତ ବାୱନେ (୬) ଓ ଶ୍ରୀକର ଭରତ […]

india-A

Ranjit Kumar Jena
  • Published: Thursday, 12 September 2019
  • , Updated: 12 September 2019, 06:43 PM IST

ଥିରୁଅନନ୍ତପୁରମ୍: ଜଲଜ ସାକ୍ସେନାଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ଭାରତ-ଏ ଏଠାରେ ଚାଲିଥିବା ପ୍ରଥମ ଅନଅଫିସିଆଲ୍ ଟେଷ୍ଟରେ ଦକ୍ଷିଣ ଆଫ୍ରିକା-ଏ'କୁ ୭ ୱିକେଟରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ-ଏ ୧-୦ର ଅଗ୍ରଣୀ ହାସଲ କରିଛି। ମୁମ୍ବାଇର ଅଲରାଉଣ୍ଡର ଶିବମ ଦୁବେ ଲଗାତର ଦୁଇଟି ଛକା ମାରି ବିଜୟ ସୁନିଶ୍ଚିତ କରିଥିଲେ।

ମାତ୍ର ୪୮ ରନର ଲକ୍ଷ୍ୟର ପିଛା କରୁଥିବା ଭାରତ-ଏ ଦ୍ୱିତୀୟ ଇନିଂସରେ ଶୁବମାନ୍ ଗିଲ୍ (୫), ଅଙ୍କିତ ବାୱନେ (୬) ଓ ଶ୍ରୀକର ଭରତ (୫)ଙ୍କୁ ୱିକେଟ୍ ହରାଇଥିଲା । କିନ୍ତୁ ଦୁବେ (୧୨*) ଓ ରିକି ଭୁଇ (୨୦*) ଘରୋଇ ଟିମର ଔପଚାରିକତା ପୂରଣ କରିଥିଲେ। ଦକ୍ଷିଣ ଆଫ୍ରିକା-ଏ' ପକ୍ଷରୁ ଲୁଙ୍ଗି ଏନଗିଡି ୨ଟି ଓ ଡେନ୍ ପିଟ୍ ଗୋଟିଏ ୱିକେଟ୍ ନେଇଥିଲେ।

ଏହା ପୂର୍ବରୁ ଚତୁର୍ଥ ତଥା ଅନ୍ତିମ ଦିବସରେ ଦକ୍ଷିଣ ଆଫ୍ରିକା-ଏ ୯ ୱିକେଟରେ ୧୭୯ ରନରୁ ଖେଳ ଆରମ୍ଭ କରିଥିଲା ଏବଂ ଟିମ୍ ମାତ୍ର ୧୮୬ ରନରେ ଅଲଆଉଟ୍ ହୋଇଯାଇଥିଲା । ଭ୍ରମଣକାରୀ ଟିମର ଅନ୍ତିମ ୱିକେଟ୍ ଭାବେ ଲୁଥୋ ସିପାମ୍ଲା (୮)ଙ୍କୁ ଶାର୍ଦ୍ଦୁଲ ଠାକୁର କ୍ଲିନ୍ ବୋଲ୍ଡ କରିଥିଲେ।

ଭାରତ-ଏ ପକ୍ଷରୁ ଶାହାବାଦ ନଦୀମ ସର୍ବାଧିକ ୩ଟି ୱିକେଟ୍ ନେଇଥିବା ବେଳେ ଶାର୍ଦ୍ଦୁଲ ଓ ସାକ୍ସେନା ୨ଟି ଲେଖାଏ ୱିକେଟ୍ ହାସଲ କରିଥିଲେ । ଉକ୍ତ ମ୍ୟାଚରେ ଦକ୍ଷିଣ ଆଫ୍ରିକା-ଏ ପ୍ରଥମ ଇନିଂସରେ ୧୬୪ ରନ୍ କରି ଅଲଆଉଟ୍ ହୋଇଥିବା ବେଳେ ଭାରତ-ଏ ୩୦୩ ରନ୍ କରି ୧୩୯ ରନର ଅଗ୍ରଣୀ ହାସଲ କରିଥିଲା। ଅଲରାଉଣ୍ଡ ପ୍ରଦର୍ଶନ ପାଇଁ ସାକ୍ସେନାଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଥିଲା।

Related story