ପ୍ରଥମ ଅନଅଫିସିଆଲ୍ ଦିନିକିଆ: ଭାରତ-ଏ ୬୯ ରନରେ ବିଜୟୀ

ଥିରୁଅନନ୍ତପୁରମ୍: ଶିବମ ଦୁବେ ଓ ଅକ୍ଷର ପଟେଲଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ ୟୁଜବେନ୍ଦ୍ର ଚହଲଙ୍କ ଦମଦାର ବୋଲିଂକୁ ଆଧାର କରି ଭାରତ-ଏ ଏଠାରେ ଅନୁଷ୍ଠିତ ପ୍ରଥମ ଅନଅଫିସିଆଲ୍ ଦିନିକିଆରେ ଦକ୍ଷିଣ ଆଫ୍ରିକା-ଏ’କୁ ୬୯ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ-ଏ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ବର୍ଷା ଯୋଗୁ ମ୍ୟାଚକୁ ୪୭ ଓଭର ବିଶିଷ୍ଟ କରାଯାଇଥିଲା, ଯେଉଁଥିରେ ଭାରତ-ଏ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ବିନିମୟରେ ୩୨୭ ରନ୍ କରିଥିଲା। […]

axar

axar

Ranjit Kumar Jena
  • Published: Thursday, 29 August 2019
  • Updated: 29 August 2019, 05:56 PM IST

Sports

Latest News

ଥିରୁଅନନ୍ତପୁରମ୍: ଶିବମ ଦୁବେ ଓ ଅକ୍ଷର ପଟେଲଙ୍କ ବିସ୍ଫୋରକ ଇନିଂସ୍ ସାଙ୍ଗକୁ ୟୁଜବେନ୍ଦ୍ର ଚହଲଙ୍କ ଦମଦାର ବୋଲିଂକୁ ଆଧାର କରି ଭାରତ-ଏ ଏଠାରେ ଅନୁଷ୍ଠିତ ପ୍ରଥମ ଅନଅଫିସିଆଲ୍ ଦିନିକିଆରେ ଦକ୍ଷିଣ ଆଫ୍ରିକା-ଏ'କୁ ୬୯ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ-ଏ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜରେ ୧-୦ରେ ଆଗୁଆ ହୋଇଛି। ବର୍ଷା ଯୋଗୁ ମ୍ୟାଚକୁ ୪୭ ଓଭର ବିଶିଷ୍ଟ କରାଯାଇଥିଲା, ଯେଉଁଥିରେ ଭାରତ-ଏ ପ୍ରଥମେ ବ୍ୟାଟିଂ କରି ୬ ୱିକେଟ୍ ବିନିମୟରେ ୩୨୭ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା-ଏ ୪୫ ଓଭରରେ ୨୫୮ ରନ୍ କରି ଅଲଆଉଟ୍ ହୋଇଯାଇଥିଲା। ଅଲରାଉଣ୍ଡର ପ୍ରଦର୍ଶନ ପାଇଁ ଅକ୍ଷର ପଟେଲଙ୍କୁ ମ୍ୟାନ୍ ଅଫ୍ ଦି ମ୍ୟାଚ୍ ବିବେଚିତ କରାଯାଇଛି।

ବଡ଼ ଲକ୍ଷ୍ୟର ପିଛା କରୁଥିବା ଦକ୍ଷିଣ ଆଫ୍ରିକା-ଏ ପକ୍ଷରୁ ରୀଜା ହେଣ୍ଡ୍ରିକ୍ସଙ୍କ ଶତକ ଓ ହେନରିଚ୍ କ୍ଲାସେନଙ୍କ ଅର୍ଦ୍ଧଶତକୁ ଛାଡ଼ି ଦେଲେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ସେଭଳି ସହଯୋଗ କରିନଥିଲେ। ହେଣ୍ଡ୍ରିକ୍ସ ୧୦୮ ବଲରେ ୧୨ ଚୌକା ଓ ୧ ଛକା ସହ ୧୧୦ ଓ କ୍ଲାସେନ୍ ୪୩ ବଲରେ ୪ ଚୌକା ଓ ୩ ଛକା ସହ ୫୮ ରନ୍ କରି ଆଉଟ୍ ହୋଇଥିଲେ । ଖାୟା ଜୋଣ୍ଡୋ ୩୦ ଓ ଜାନେମନ୍ ମାଲାନ୍ ୧୮ ରନ୍ କରିଥିଲେ। ଭାରତ-ଏ ପକ୍ଷରୁ ଚହଲ୍ ୪୭ ରନ୍ ଦେଇ ୫ଟି ଓ ଅକ୍ଷର ୨ଟି ୱିକେଟ୍ ନେଇଥିଲେ।

ପୂର୍ବରୁ ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ଭାରତ-ଏ ପକ୍ଷରୁ ଋତୁରାଜ ଗାଏକ୍ୱାଡ୍ ଓ ଶୁବମାନ୍ ଗିଲ୍ ଓପନ୍ କରିଥିଲେ। ଗାଏକ୍ୱାଡ୍ ୧୦ ରନ୍ କରି ପ୍ୟାଭିଲିୟନ୍ ଫେରିଥିବା ବେଳେ ଶୁବମାନ୍ ୪୬ (୪୭ ବଲ୍, ୭ ଚୌକା) ରନ୍ କରି ଅର୍ଦ୍ଧଶତକରୁ ବଞ୍ଚିତ ହୋଇଥିଲେ। ମଧ୍ୟକ୍ରମରେ ଅନମୋଲପ୍ରୀତ ସିଂହ (୨୯), କ୍ୟାପଟେନ୍ ମନିଷ ପାଣ୍ଡେ (୩୯), ଇଶାନ୍ କିଷନ (୩୭) ଓ କୃନାଲ୍ ପାଣ୍ଡ୍ୟା (୧୪)ଙ୍କ ଉପଯୋଗୀ ଯୋଗଦାନ ଦ୍ୱାର ଭାରତ-ଏ'ର ସ୍କୋର ୨୦୦ ଅତିକ୍ରମ କରିଥିଲା।

ତେବେ ଶିବମ ଓ ଅକ୍ଷରଙ୍କ ଧୂଆଁଧାର ବ୍ୟାଟିଂ ଦ୍ୱାରା ଭାରତ-ଏ ବଡ଼ ସ୍କୋର କରିବାକୁ ସକ୍ଷମ ହୋଇଥିଲା। ଦୁହେଁ ଶେଷ ୬୭ ବଲରେ ୧୨୧ ରନର ପାର୍ଟନରଶିପ୍ କରିଥିଲେ। ଶିବମ ୬୦ ବଲରେ ୩ ଚୌକା ଓ ୬ ସହ ୭୯ ରନ୍ ଓ ଅକ୍ଷର ୩୬ ବଲରେ ୬ ଚୌକା ଓ ୩ ଛକା ସହ ୬୦ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା-ଏ ପକ୍ଷରୁ ଜର୍ନ ଫଟ୍ୟୁନ୍ ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos