ଶେଷ ଦିନିକିଆ ଜିତିଲା ଭାରତ-ଏ

ଥିରୁଅନନ୍ତପୁରମ୍: ସଞ୍ଜୁ ସାମସନ୍ ଓ ଶିଖର ଧୱନଙ୍କ ବିସ୍ଫୋରକ ଇନିଂସ୍ ବଳରେ ଭାରତ-ଏ ଏଠାରେ ଅନୁଷ୍ଠିତ ପଞ୍ଚମ ତଥା ଶେଷ ଅନଅଫିସିଆଲ୍ ଦିନିକିଆରେ ଦକ୍ଷିଣ ଆଫ୍ରିକା-ଏ’କୁ ୩୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ-ଏ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୧ରେ କବଜା କରିଛି। ବର୍ଷା ଯୋଗୁ ମ୍ୟାଚଟି ୨୦ ଓଭର ବିଶିଷ୍ଟ କରାଯାଇଥିଲା, ଯେଉଁଥିରେ ଭାରତ-ଏ ୪ ୱିକେଟ୍ ହରାଇ ୨୦୪ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା-ଏ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ୍ […]

indiaA

indiaA

Ranjit Kumar Jena
  • Published: Friday, 06 September 2019
  • Updated: 06 September 2019, 07:59 PM IST

Sports

Latest News

ଥିରୁଅନନ୍ତପୁରମ୍: ସଞ୍ଜୁ ସାମସନ୍ ଓ ଶିଖର ଧୱନଙ୍କ ବିସ୍ଫୋରକ ଇନିଂସ୍ ବଳରେ ଭାରତ-ଏ ଏଠାରେ ଅନୁଷ୍ଠିତ ପଞ୍ଚମ ତଥା ଶେଷ ଅନଅଫିସିଆଲ୍ ଦିନିକିଆରେ ଦକ୍ଷିଣ ଆଫ୍ରିକା-ଏ'କୁ ୩୬ ରନରେ ପରାସ୍ତ କରିଛି। ଏହି ବିଜୟ ସହ ଭାରତ-ଏ ପାଞ୍ଚମ୍ୟାଚ୍ ବିଶିଷ୍ଟ ସିରିଜକୁ ୪-୧ରେ କବଜା କରିଛି।

ବର୍ଷା ଯୋଗୁ ମ୍ୟାଚଟି ୨୦ ଓଭର ବିଶିଷ୍ଟ କରାଯାଇଥିଲା, ଯେଉଁଥିରେ ଭାରତ-ଏ ୪ ୱିକେଟ୍ ହରାଇ ୨୦୪ ରନ୍ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା-ଏ ନିର୍ଦ୍ଧାରିତ ଓଭରରେ ସମସ୍ତ ୱିକେଟ୍ ହରାଇ ୧୬୮ ରନ୍ କରିବାକୁ ସକ୍ଷମ ହୋଇଥିଲା। ୯୧ (୪୮ ବଲ୍, ୬ ଚୌକା, ୭ ଛକା) ରନର ଇନିଂସ୍ ଖେଳିଥିବା ସାମସନ୍ ପ୍ଲେୟର୍ ଅଫ୍ ଦି ମ୍ୟାଚ୍ ବିବେଚିତ ହୋଇଛନ୍ତି।

ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଭାରତ-ଏ ଆରମ୍ଭରୁ ଓପନିଂ ବ୍ୟାଟ୍ସମ୍ୟାନ୍ ପ୍ରଶାନ୍ତ ଚୋପ୍ରା (୨)ଙ୍କ ୱିକେଟ୍ ହରାଇଥିଲେ। ତେବେ ଧୱନ୍ ଓ ସାମସନ୍ ଦ୍ୱିତୀୟ ୱିକେଟ୍ ପାଇଁ ଶତକୀୟ (୧୩୫) ଭାଗୀଦାରୀ କରି ଘରୋଇ ଦଳକୁ ମଜଭୁତ୍ ସ୍ଥିତିରେ ପହଞ୍ଚାଇଥିଲେ। ଧୱନ୍ ୩୬ ବଲରେ ୫ ଚୌକା ଓ ୨ ଛକା ସହ ୫୧ ରନ୍ କରି ପ୍ୟାଭିଲିୟନ୍ ଫେରିଥିଲେ।

ଏହା ପରେ ସାମସନ୍ ଶତକ ଆଡ଼କୁ ଅଗ୍ରସର ହେଉଥିବା ବେଳେ ମାତ୍ର ୯ ରନ୍ ପାଇଁ ଏଥିରୁ ବଞ୍ଚିତ ହୋଇଥିଲେ। ତାଙ୍କୁ ଲିଣ୍ଡେ ଆଉଟ୍ କରିଥିଲେ। କ୍ୟାପଟେନ୍ ଶ୍ରେୟସ୍ ଆୟର୍ ଦ୍ରୁତ ୩୬ (୧୯ ବଲ, ୫ ଚୌକା, ୧ ଛକା) ରନ୍ କରି ଭାରତ-ଏ ସ୍କୋରକୁ ୨୦୦ ଅତିକ୍ରମ କରାଇଥିଲେ । ଶୁବମାନ୍ ଗିଲ୍ ୧୦ ରନ୍ କରି ଅପରାଜିତ ଥିଲେ। ଦକ୍ଷିଣ ଆଫ୍ରିକା-ଏ ପକ୍ଷରୁ ବ୍ୟୁରାନ୍ ହେଣ୍ଡ୍ରିକ୍ସ ଓ ଜର୍ଜ ଲିଣ୍ଡେ ୨ଟି ଲେଖାଏ ୱିକେଟ୍ ନେଇଥିଲେ।

୨୦୫ ରନର ଲକ୍ଷ୍ୟର ପିଛା କରୁଥିବା ଭ୍ରମଣକାରୀ ଟିମ୍ ୨୬ ରନ୍ ଭିତରେ ୨ ୱିକେଟ୍ ହରାଇ ବିପଦରେ ପଡ଼ିଥିଲା। ଏହି ସମୟରେ ରୀଜା ହେଣ୍ଡ୍ରିକ୍ସ ଓ କେ. ଭେରେନ୍ନି ତୃତୀୟ ୱିକେଟ୍ ପାଇଁ ୬୯ ରନ୍ ଯୋଡ଼ି ଟିମ୍ ଆଶା ସଞ୍ଚାର କରିଥିଲେ। କିନ୍ତୁ ଏହି ଯୋଡ଼ିକୁ ଭାଙ୍ଗି ୱାଶିଂଟନ୍ ସୁନ୍ଦର ମ୍ୟାଚକୁ ଭାରତ-ଏ କବଜାରେ କରିଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକା ନିୟମିତ ବ୍ୟବଧାନରେ ୱିକେଟ୍ ହରାଇ ୧୬୮ ରନରେ ସୀମିତ ହୋଇଥିଲା।

ଟିମ୍ ପକ୍ଷରୁ ହେଣ୍ଡ୍ରିକ୍ସ ସର୍ବାଧିକ ୫୯ (୪୩ ବଲ୍, ୧୦ ଚୌକା) ଓ ଭେରେନ୍ନି ୪୪ (୨୪ ବଲ୍, ୩ ଚୌକା, ୪ ଛକା) ରନ୍ କରିଥିବା ବେଳେ ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍ ବଡ଼ ସ୍କୋର କରିପାରିନଥିଲେ। ଭାରତ-ଏ'ର ସଫଳ ବୋଲର ଭାବେ ଶାର୍ଦ୍ଦୁଲ ଠାକୁର ସର୍ବାଧିକ ୩ଟି ଓ ସୁନ୍ଦର ୨ଟି ୱିକେଟ୍ ନେଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos