ଦ୍ୱିତୀୟ ଅନଅଫିସିଆଲ୍ ଦିନିକିଆରେ ହାରିଲା ଭାରତ-ଏ

କ୍ରାଇଷ୍ଟଚର୍ଚ୍ଚ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଅନଅଫିସିଆଲ୍ ଦିନିକିଆରେ ଭାରତ-ଏ ୨୯ ରନରେ ନ୍ୟୁଜିଲ୍ୟାଣ୍ଡ-ଏ ଠାରୁ ପରାସ୍ତ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ୍‌-ଏ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୯୫ ରନ୍ କରିଥିଲା। ଦଳ ପକ୍ଷରୁ ଓପନିଂ ବ୍ୟାଟ୍ସମ୍ୟାନ୍ ଜର୍ଜ ୱାର୍କର୍ ଶତକୀୟ ଇନିଂସ୍ ଖେଳିଥିବା ବେଳେ ଶେଷଭାଗରେ କୋଲ୍ ମ୍ୟାକକୋଞ୍ଚି ଅର୍ଦ୍ଧଶତକ ମାରି ଦଳକୁ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲେ। ୱାର୍କର ୧୪୪ ବଲରେ ୧୨ ଚୌକା ଓ ୬ ଛକା […]

worker

Ranjit Kumar Jena
  • Published: Friday, 24 January 2020
  • , Updated: 24 January 2020, 05:54 PM IST

କ୍ରାଇଷ୍ଟଚର୍ଚ୍ଚ: ଏଠାରେ ଅନୁଷ୍ଠିତ ଦ୍ୱିତୀୟ ଅନଅଫିସିଆଲ୍ ଦିନିକିଆରେ ଭାରତ-ଏ ୨୯ ରନରେ ନ୍ୟୁଜିଲ୍ୟାଣ୍ଡ-ଏ ଠାରୁ ପରାସ୍ତ ହୋଇଛି। ଟସ୍ ହାରି ପ୍ରଥମେ ବ୍ୟାଟିଂ କରିଥିବା ନ୍ୟୁଜିଲ୍ୟାଣ୍ଡ୍‌-ଏ ନିର୍ଦ୍ଧାରିତ ୫୦ ଓଭରରେ ୭ ୱିକେଟ୍ ହରାଇ ୨୯୫ ରନ୍ କରିଥିଲା।

ଦଳ ପକ୍ଷରୁ ଓପନିଂ ବ୍ୟାଟ୍ସମ୍ୟାନ୍ ଜର୍ଜ ୱାର୍କର୍ ଶତକୀୟ ଇନିଂସ୍ ଖେଳିଥିବା ବେଳେ ଶେଷଭାଗରେ କୋଲ୍ ମ୍ୟାକକୋଞ୍ଚି ଅର୍ଦ୍ଧଶତକ ମାରି ଦଳକୁ ଚ୍ୟାଲେଞ୍ଜିଂ ସ୍କୋରରେ ପହଞ୍ଚାଇଥିଲେ। ୱାର୍କର ୧୪୪ ବଲରେ ୧୨ ଚୌକା ଓ ୬ ଛକା ସହ ସର୍ବାଧିକ ୧୩୫ ରନ୍ କରିଥିବା ବେଳେ ମ୍ୟାକକୋଞ୍ଚି ୫୬ (୫୪ ବଲ୍‌, ୮ ଚୌକା) ଓ ଜେମ୍ସ ନିଶାମ୍ ଅପରାଜିତ ୩୩ (୩୧ ବଲ୍‌) ରନ୍ କରିଥିଲେ ଭାରତ-ଏ ପକ୍ଷରୁ ଇଶାନ୍ ପୋରେଲ୍ ୩ଟି ଓ ମହମ୍ମଦ ସିରାଜ ୨ଟି ୱିକେଟ୍ ନେଇଥିଲେ।

ଜବାବରେ ଭାରତ-ଏ ନିର୍ଦ୍ଧାରିତ ୫୦ ଓଭରରେ ୯ ୱିକେଟ୍ ହରାଇ ୨୬୬ ରନ୍ କରିବାକୁ ସକ୍ଷମ ହୋଇଥିଲା। କୃନାଲ୍ ପାଣ୍ଡ୍ୟା ସର୍ବାଧିକ ୫୧ (୪୮ ବଲ୍‌, ୪ ଚୌକା, ୨ ଛକା) ରନ୍ କରିଥିବା ବେଳେ ଇଶାନ୍ କିଶନ ୪୪, ବିଜୟ ଶଙ୍କର ୪୧, କ୍ୟାପଟେନ୍ ମୟଙ୍କ ଅଗ୍ରୱାଲ୍ ୩୭, ଅକ୍ଷର ପଟେଲ୍ ୨୪ ଓ ସୂର୍ଯ୍ୟକୁମାର ଯାଦବ ୨୦ ରନ୍ କରିଥିଲେ। ନ୍ୟୁଜିଲ୍ୟାଣ୍ଡ୍‌-ଏ ପକ୍ଷରୁ କାଇଲ୍ ଜେମିସନ୍‌, ଜାକବ୍ ଡଫି ଓ ନିଶାମ ୨ଟି ଲେଖାଏ ୱିକେଟ୍ ପାଇଥିଲେ।

Related story