୨୪୪ରେ ଭାରତ ଅଲ୍‌ଆଉଟ୍‌

ଆଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଭାରତ ୨୪୪ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଗତକାଲି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦଳ ୬ ୱିକେଟ୍ ହରାଇ ୨୩୩ ରନ୍ କରିଥିବା ବେଳେ ଆଜି ୧୧ ରନ୍‌ କରି ବାକି ସବୁ ୱିକେଟ୍ ହରାଇଛି। ଗତକାଲିଠାରୁ ଯଥାକ୍ରମ ୯ ଓ ୧୫ ରନ୍ କରି କ୍ରିଜ୍‌ରେ ଥିବା ଋଦ୍ଧିମାନ ସାହା ଓ ରବିଚନ୍ଦ୍ରନ ଅଶ୍ୱିନ ଆଜି ସେମାନଙ୍କ ଖାତାରେ ଏକ ରନ୍ ବି ଯୋଡ଼ି […]

bcci1

bcci1

Jitendra Garnayak
  • Published: Friday, 18 December 2020
  • Updated: 18 December 2020, 10:25 AM IST

ଆଡିଲେଡ୍‌: ଅଷ୍ଟ୍ରେଲିଆ ବିପକ୍ଷ ପ୍ରଥମ ଟେଷ୍ଟର ପ୍ରଥମ ଇନିଂସ୍‌ରେ ଭାରତ ୨୪୪ ରନ୍‌ରେ ଅଲ୍‌ଆଉଟ୍ ହୋଇଯାଇଛି। ଗତକାଲି ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଦଳ ୬ ୱିକେଟ୍ ହରାଇ ୨୩୩ ରନ୍ କରିଥିବା ବେଳେ ଆଜି ୧୧ ରନ୍‌ କରି ବାକି ସବୁ ୱିକେଟ୍ ହରାଇଛି।

ଗତକାଲିଠାରୁ ଯଥାକ୍ରମ ୯ ଓ ୧୫ ରନ୍ କରି କ୍ରିଜ୍‌ରେ ଥିବା ଋଦ୍ଧିମାନ ସାହା ଓ ରବିଚନ୍ଦ୍ରନ ଅଶ୍ୱିନ ଆଜି ସେମାନଙ୍କ ଖାତାରେ ଏକ ରନ୍ ବି ଯୋଡ଼ି ପାରି ନଥିଲେ। ମିଚେଲ ଷ୍ଟାର୍କଙ୍କ ବଲ୍‌ରେ ଟିମ୍ ପାଇନ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ଋଦ୍ଧିମାନ। ସେହିପରି ପ୍ୟାଟ୍ କମିନ୍ସଙ୍କ ବଲରେ ଟିମ୍ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ ଅଶ୍ୱିନ।

ଉମେଶ ଯାଦବ ୧୩ଟି ବଲ୍‌ରୁ ୬ ରନ୍ କରି ଆଉଟ୍ ହୋଇଯାଇଥିଲେ। ମହମ୍ମଦ ଶାମି ଖାତା ଖୋଲି ପାରି ନଥିଲେ। ସେ ପ୍ୟାଟ୍ କମିନ୍ସଙ୍କ ବଲରେ ଟ୍ରାଭିସ୍ ହେଡ୍‌ଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ।

ପ୍ରଥମ ଦିନରେ ବିରାଟ କୋହଲି ସର୍ବାଧିକ ୭୨ ରନ୍ କରିଥିବା ବେଳେ ଚେତେଶ୍ୱର ପୂଜାରା ୪୩, ଆଜିଙ୍କ୍ୟ ରାହାଣେ ୪୨, ମୟଙ୍କ ଅଗ୍ରୱାଲ ୧୭ ଓ ହନୁମା ବିହାରୀ ୧୬ ରନ୍ କରିଛନ୍ତି। ପୃଥ୍ୱୀ ଶ’ ଶୂନରେ ଆଉଟ୍ ହୋଇଥିଲେ।

ଅଷ୍ଟ୍ରେଲିଆ ପକ୍ଷରୁ ମିଚେଲ୍ ଷ୍ଟାର୍କ ସର୍ବାଧିକ ୪ଟି ୱିକେଟ୍ ନେଇଥିବା ବେଳେ ପ୍ୟାଟ୍‌ କମିନ୍ସ ୩ଟି ୱିକେଟ୍ ନେଇଛନ୍ତି। ନାଥନ ଲାୟନ ଏବଂ ଜୋଶ୍‌ ହାଜେଲ୍‌ଉଡ୍‌ଙ୍କୁ ଗୋଟିଏ ଲେଖାଏଁ ୱିକେଟ୍ ମିଳିଛି।

ଭାରତ ଅଲ୍‌ଆଉଟ୍ ହେବା ପରେ ଅଷ୍ଟ୍ରେଲିଆ ବ୍ୟାଟିଂ କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos