ଆସନ୍ତାକାଲି ଭାରତ-ଅଷ୍ଟ୍ରେଲିଆ ମ୍ୟାଚ୍: ପ୍ରଥମଥର ପାଇଁ ଲଗାତର ୧୦ଟି ମ୍ୟାଚ୍ ଜିତିବା ରେକର୍ଡ ଆଶାରେ ଟିମ୍‌ ଇଣ୍ଡିଆ

ବେଙ୍ଗାଲୁରୁ: ଆସନ୍ତାକାଲି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟସ୍ଥ ଚତୁର୍ଥ ଦିନିକିଆ ମ୍ୟାଚ୍ ଖେଳାଯିବ। ପୂର୍ବରୁ ତିନିଟି ମ୍ୟାଚ୍ ଜିତି ଭାରତ ସିରିଜ ଉପରେ କବଜା କରିସାରିଛି। ଚତୁର୍ଥ ଦିନିକିଆ ଜିତି  ଆଇସିସି ରାଙ୍କିଙ୍ଗରେ ଶ୍ରେଷ୍ଠସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ। ଏଥିସହିତ ଏହି ମ୍ୟାଚକୁ ଜିତି ଭାରତ  ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟ ରଖିଛି। ଏହି ମ୍ୟାଚ୍ ଜିତିଲେ ଭାରତ ପ୍ରଥମ ଥର ପାଇଁ ଲଗାତାର ୧୦ଟି ଦିନିକିଆ ମ୍ୟାଚ୍ ଜିତିବାର […]

Rakesh Mallick
  • Published: Wednesday, 27 September 2017
  • Updated: 27 September 2017, 04:32 PM IST

Sports

Latest News

ବେଙ୍ଗାଲୁରୁ: ଆସନ୍ତାକାଲି ବେଙ୍ଗାଲୁରୁର ଏମ୍ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ଭାରତ-ଅଷ୍ଟ୍ରେଲିଆ ମଧ୍ୟସ୍ଥ ଚତୁର୍ଥ ଦିନିକିଆ ମ୍ୟାଚ୍ ଖେଳାଯିବ।

ପୂର୍ବରୁ ତିନିଟି ମ୍ୟାଚ୍ ଜିତି ଭାରତ ସିରିଜ ଉପରେ କବଜା କରିସାରିଛି। ଚତୁର୍ଥ ଦିନିକିଆ ଜିତି  ଆଇସିସି ରାଙ୍କିଙ୍ଗରେ ଶ୍ରେଷ୍ଠସ୍ଥାନ ବଜାୟ ରଖିବାକୁ ଚେଷ୍ଟା କରିବ ଟିମ ଇଣ୍ଡିଆ। ଏଥିସହିତ ଏହି ମ୍ୟାଚକୁ ଜିତି ଭାରତ  ବିଶ୍ୱ ରେକର୍ଡ କରିବା ଲକ୍ଷ୍ୟ ରଖିଛି। ଏହି ମ୍ୟାଚ୍ ଜିତିଲେ ଭାରତ ପ୍ରଥମ ଥର ପାଇଁ ଲଗାତାର ୧୦ଟି ଦିନିକିଆ ମ୍ୟାଚ୍ ଜିତିବାର ରେକର୍ଡ କରିବ।  ପୂର୍ବରୁ ଏହି ରେକର୍ଡ ଅଷ୍ଟ୍ରେଲିଆ, ଇଂଲଣ୍ଡ, ଶ୍ରୀଲଙ୍କା, ପାକିସ୍ତାନ, ୱେଷ୍ଟଇଣ୍ଡିଜ, ଦକ୍ଷିଣ ଆଫ୍ରିକା ଓ ନ୍ୟୁଜିଲାଣ୍ଡ ଭଳି ଦେଶଗୁଡ଼ିକ ନାଁରେ ରହିଛି।

ପ୍ରାୟ ୧୦ ବର୍ଷ ପୂର୍ବେ ଭାରତ ଲଗାତାର ୯ଟି ଦିନିକିଆ ମ୍ୟାଚ୍ ଜିତି ଥିଲା।

 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos