ସାଫ୍ ଅଣ୍ଡର୍-୧୮ ଚାମ୍ପିୟନଶିପ୍ ଫାଇନାଲରେ ଭାରତ

କାଠମାଣ୍ଡୁ: ନେପାଳରେ ଚାଲିଥିବା ସାଫ୍ ଅଣ୍ଡର୍-୧୮ ଫୁଟବଲ ଚାମ୍ପିୟନଶିପରେ ଭାରତୀୟ ପୁରୁଷ ଟିମ୍ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲରେ ଭାରତ ୪-୦ ଗୋଲରେ ମାଳଦ୍ୱୀପକୁ ହରାଇଛି। ଏହା ପୂର୍ବରୁ ଭାରତ ଲିଗ୍ ପର୍ଯ୍ୟାୟରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ ଡ୍ର’ ରଖିଥିବା ବେଳେ ଶ୍ରୀଲଙ୍କାକୁ ୩-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲା। ସେମିରେ ଭାରତ ପକ୍ଷରୁ ନରେନ୍ଦ୍ର ଗେହଲଟ୍ (ସପ୍ତମ), ମାନବୀର ସିଂହ (୭୯ତମ) ଏବଂ ନିନ୍ତୋଇଙ୍ଗାମ୍ବା (୮୧ତମ) ଗୋଟିଏ ଲେଖାଏ […]

football

Ranjit Kumar Jena
  • Published: Friday, 27 September 2019
  • , Updated: 27 September 2019, 08:27 PM IST

କାଠମାଣ୍ଡୁ: ନେପାଳରେ ଚାଲିଥିବା ସାଫ୍ ଅଣ୍ଡର୍-୧୮ ଫୁଟବଲ ଚାମ୍ପିୟନଶିପରେ ଭାରତୀୟ ପୁରୁଷ ଟିମ୍ ଫାଇନାଲରେ ପ୍ରବେଶ କରିଛି। ଶୁକ୍ରବାର ଖେଳାଯାଇଥିବା ସେମିଫାଇନାଲରେ ଭାରତ ୪-୦ ଗୋଲରେ ମାଳଦ୍ୱୀପକୁ ହରାଇଛି। ଏହା ପୂର୍ବରୁ ଭାରତ ଲିଗ୍ ପର୍ଯ୍ୟାୟରେ ବାଂଲାଦେଶ ବିପକ୍ଷ ମ୍ୟାଚ୍ ଡ୍ର' ରଖିଥିବା ବେଳେ ଶ୍ରୀଲଙ୍କାକୁ ୩-୦ ଗୋଲରେ ପରାସ୍ତ କରି ସେମିଫାଇନାଲରେ ସ୍ଥାନ ପକ୍କା କରିଥିଲା।

ସେମିରେ ଭାରତ ପକ୍ଷରୁ ନରେନ୍ଦ୍ର ଗେହଲଟ୍ (ସପ୍ତମ), ମାନବୀର ସିଂହ (୭୯ତମ) ଏବଂ ନିନ୍ତୋଇଙ୍ଗାମ୍ବା (୮୧ତମ) ଗୋଟିଏ ଲେଖାଏ ଗୋଲ୍ ଦେଇଥିଲେ। ତେବେ ଚତୁର୍ଥ ଗୋଲଟି ମାଳଦ୍ୱୀପର ଆହନଫ୍ ରଶିଦ୍ (୪୫+୧ତମ)ଙ୍କ ଦ୍ୱାରା ଆତ୍ମଘାତୀ ହୋଇଥିଲା। ରବିବାର ଫାଇନାଲ୍ ମୁକାବିଲାରେ ଭାରତର ସାମ୍ନା ବାଂଲାଦେଶ ସହ ହେବ।

Related story